ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପାରାଦୀପ(ଏନ୍‌.ଏମ୍‌. ବୈଶାଖ): ପାରାଦୀପ କୁଜଙ୍ଗ ନିକଟ ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଆଜି ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିଛି କୁଜଙ୍ଗ ପୋଲିସ। ମୃତ ମହିଳାଙ୍କ ବାପା ଅକ୍ଷୟ ସେଠୀ ହିଁ ହତ୍ୟାକାରୀ ବୋଲି କହିଛି ପୋଲିସ୍‌। ତାଙ୍କୁ ଗିରଫ କରାଯାଇଛି।</p> <p>ଦୁଇଲକ୍ଷ ଟଙ୍କା ଟଙ୍କା ଲୋଭରେ ନିଜ ଝିଅ ଓ ତିନି ନାତି ନାତୁଣୀଙ୍କୁ ମାରିଥିଲେ ଅକ୍ଷୟ। ଜ୍ୱାଇଁର ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥିଲା। ସେହି ଦୁଇ ଲକ୍ଷ ଟଙ୍କା ପାଇବା ଲୋଭରେ ଅକ୍ଷୟ ଝିଅ ଓ ନାତି ନାତୁଣୀଙ୍କୁ ହତ୍ୟା କରିଥିଲେ।</p> <p>ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ପ୍ରଥମେ ଅକ୍ଷୟ ଦୁଇ ନାତୁଣୀଙ୍କୁ ନେଇ ତଣ୍ଟିଚିପି ମାରି ନଦୀରେ ଫିଙ୍ଗି ଦେଇଥିଲେ। ଏହା ପରେ ଝିଅ ଓ ନାତିକୁ ନେଇ ସମାନ ଢଙ୍ଗରେ ହତ୍ୟା କରିଥିଲେ।</p> <p>ଗତ ୧୦ ତାରିଖ ଦିନ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।