ବେଦିରେ ପଡ଼ୁଥିଲା ହାତଗଣ୍ଠି , ପହଞ୍ଚିଗଲେ ପ୍ରଥମ ପତ୍ନୀ, ଆଉ ତା’ପରେ...

ସାଲେପୁର(ମନୋଜ ଆଚାର୍ଯ୍ୟ):ସବୁ ଚାଲିଥିଲା ଠିକ୍‌ଠାକ୍। ବାହାଘର ଆୟୋଜନ ସରିଥିଲା। ବାହାଘର ବି ଚାଲିଥିଲା। କିନ୍ତୁ ହଠାତ୍‌ ବଦଳିଗଲା ଦୃଶ୍ୟପଟ। ବାହାଘର ସ୍ଥଳରେ ପହଞ୍ଚିଗଲେ ପ୍ରଥମ ପତ୍ନୀ। ତା’ପରେ ଆରମ୍ଭ ହୋଇଗଲା ହଙ୍ଗାମା। ହେଲେ ସେତେବେଳକୁ ବିବାହ ସରିଥିଲା। ଏଭଳି ଏକ ଘଟଣା କଟକ ପାଗା ଛକ ନିକଟ ଗୋଲଡେନ ମେମୋରିଜ ପ୍ୟାଲେସରେ ଗତ ୮ ତାରିଖରେ ଦେଖିବାକୁ ମିଳିଥିଲା। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଉଭୟଙ୍କ ଉଭୟଙ୍କୁ ଛାଡ଼ପତ୍ର ଦେଇ ନଥିଲେ ମଧ୍ୟ ତାଙ୍କ ସ୍ୱାମୀ ଦ୍ୱିତୀୟ […]

543290

543290

Tapas Behera
  • Published: Tuesday, 10 December 2019
  • Updated: 10 December 2019, 06:05 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ):ସବୁ ଚାଲିଥିଲା ଠିକ୍‌ଠାକ୍। ବାହାଘର ଆୟୋଜନ ସରିଥିଲା। ବାହାଘର ବି ଚାଲିଥିଲା। କିନ୍ତୁ ହଠାତ୍‌ ବଦଳିଗଲା ଦୃଶ୍ୟପଟ। ବାହାଘର ସ୍ଥଳରେ ପହଞ୍ଚିଗଲେ ପ୍ରଥମ ପତ୍ନୀ। ତା’ପରେ ଆରମ୍ଭ ହୋଇଗଲା ହଙ୍ଗାମା। ହେଲେ ସେତେବେଳକୁ ବିବାହ ସରିଥିଲା। ଏଭଳି ଏକ ଘଟଣା କଟକ ପାଗା ଛକ ନିକଟ ଗୋଲଡେନ ମେମୋରିଜ ପ୍ୟାଲେସରେ ଗତ ୮ ତାରିଖରେ ଦେଖିବାକୁ ମିଳିଥିଲା।

ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଉଭୟଙ୍କ ଉଭୟଙ୍କୁ ଛାଡ଼ପତ୍ର ଦେଇ ନଥିଲେ ମଧ୍ୟ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି। ମାମଲା କୋର୍ଟରେ ବିଚାରଧୀନ ଥିଲା ବେଳେ ତାଙ୍କ ସ୍ୱାମୀ କେମିତି ଦ୍ୱିତୀୟ ବିବାହ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଥମ ପତ୍ନୀକୁ ଦେଖି ବେଶ କିଛି ସମୟ ସେଠାରେ ଥିବା ବନ୍ଧୁବାନ୍ଧବ ହାତବାକ ହୋଇଯାଇଥିଲେ। ବିବାହସ୍ଥଳରେ ପ୍ରଥମ ପତ୍ନୀ ଓ ପତିଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।

ସୂଚନା ଅନୁଯାୟୀ, ଚୌଦ୍ୱାର ଭଟିମୁଣ୍ଡା ସାରଙ୍ଗ ଗାଁର ବିକ୍ରମ କେଶରୀ ସାହୁ କପାଲେଶ୍ୱର ଗାଁର ସୁପ୍ରିୟା ପଣ୍ଡାଙ୍କୁ ପ୍ରଥମେ ବିବାହ କରିଥିଲେ। ତାଙ୍କର ଏକ ୮ ବର୍ଷର ପୁଅ ଅଛି। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇ ମାମଲା କୋର୍ଟକୁ ଯାଇଥିଲା। ତେବେ ବିବାହର ୧୦ ବର୍ଷ ପରେ ବିକ୍ରମ ଦ୍ୱିତୀୟ ବିବାହ କରୁଥିବା ଖବର ପାଇ ସେଠାରେ ସୁପ୍ରିୟା ପହଞ୍ଚି ଯାଇଥିଲେ। ବିନା ଛାଡ଼ପତ୍ରରେ ବିକ୍ରମ ଦ୍ୱିତୀୟ ବିବାହ କରୁଥିବାରୁ ଏହାକୁ ବିରୋଧ କରିଥିଲେ ସୁପ୍ରିୟା। ଘଟଣା ସମ୍ପର୍କରେ ପୁଲିସକୁ ଜଣେଇ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଦ୍ୱିତୀୟ ବିବାହ ସରିଯାଇଥିବା ସେ କହିଛନ୍ତି।

ଏହି ବିବାହକୁ ସେ ବେଆଇନ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ବିବାହ ଜନିତ ମାମଲା ବହୁତ ବର୍ଷ ଧରି କୋର୍ଟରେ ବିଚାର ହୋଇ ସେମାନଙ୍କର ଛାଡପତ୍ର ହେଇଯାଇଛି ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ପ୍ରଥମ ପତ୍ନୀ ଏଭଳି କରୁଛନ୍ତି ବୋଲି ବିକ୍ରମ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos