ଗ୍ରାହକ ହୋଇ ଗହଣା ଦୋକାନରେ ପଶିଲେ, ମାଲିକଙ୍କୁ ଗୁଳି କଲେ

ବାରିପଦା(ମାଣିକଲାଲ୍‌ ପାଣି): ଗହଣା କିଣିବା ବାହାନାରେ ଦୋକାନରେ ପଶିଲେ। ପରେ ଦୋକାନ ମାଲିକଙ୍କ ଉପରକୁ ଗୁଳି କଲେ ଓ ତାଙ୍କ ପୁଅ ଉପରେ ଏସିଡ୍‌ ମାଡ଼ କରି ଫେରାର ହେଉଥିଲେ। ମାତ୍ର ସେମାନଙ୍କ ଭିତରୁ ୩ ଜଣଙ୍କୁ କାବୁ କରିନେଲେ ସ୍ଥାନୀୟ ଲୋକେ। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଛକରେ ଘଟିଛି। ଲୁଟେରାମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୈଶିଙ୍ଗା ଛକରେ ରହିଛି ଧ୍ରୁବଚରଣ […]

loot-in-baripada

loot-in-baripada

Manoranjan Sial
  • Published: Friday, 08 November 2019
  • Updated: 08 November 2019, 05:16 PM IST

Sports

Latest News

ବାରିପଦା(ମାଣିକଲାଲ୍‌ ପାଣି): ଗହଣା କିଣିବା ବାହାନାରେ ଦୋକାନରେ ପଶିଲେ। ପରେ ଦୋକାନ ମାଲିକଙ୍କ ଉପରକୁ ଗୁଳି କଲେ ଓ ତାଙ୍କ ପୁଅ ଉପରେ ଏସିଡ୍‌ ମାଡ଼ କରି ଫେରାର ହେଉଥିଲେ। ମାତ୍ର ସେମାନଙ୍କ ଭିତରୁ ୩ ଜଣଙ୍କୁ କାବୁ କରିନେଲେ ସ୍ଥାନୀୟ ଲୋକେ। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଛକରେ ଘଟିଛି। ଲୁଟେରାମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବୈଶିଙ୍ଗା ଛକରେ ରହିଛି ଧ୍ରୁବଚରଣ ମହାରଣାଙ୍କ ‘ବିଶ୍ୱକର୍ମା’ ନାଁରେ ଏକ ଗହଣା ଦୋକାନ। ଆଜି ଅପରାହ୍ନ ପ୍ରାୟ ଦେଢ଼ଟାରୁ ଦୁଇଟା ଭିତରେ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗ୍ରାହକ ହୋଇ ଦୋକାନ ଭିତରେ ପଶିଥିଲେ। ପ୍ରଥମେ ସେମାନେ ଦୋକାନରେ ଗହଣା ଦେଖିଥିଲେ। ପରେ ସେମାନଙ୍କ ଭିତରୁ ଦୁଇ ଜଣ ଦୁର୍ବୃତ୍ତ ଗହଣା ଦୋକାନର ଉପର ମହଲାକୁ ଯାଇଥିଲେ। ଦୁର୍ବୃତ୍ତଙ୍କ ଚାଲିଚଳଣ ଉପରେ ଧ୍ରୁବଙ୍କର ସନ୍ଦେହ ହୋଇଥିଲା। ପରେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ଏହା ଦେଖି ଗ୍ରାଉଣ୍ଟ ଫ୍ଲୋର୍‌ରେ ଥିବା ଅନ୍ୟ ୪ ଦୁର୍ବୃତ୍ତମାନେ ଧ୍ରୁବଙ୍କ ପୁଅ ରାମଚନ୍ଦ୍ର ମହରଣାଙ୍କ ଉପରେ ଏସିଡ୍‌ ମାଡ଼ କରିଥିଲେ। ତା’ପରେ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ତେବେ ସ୍ଥାନୀୟ ଲୋକେ ୩ ଜଣ ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ।

ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ଧ୍ରୁବ ଓ ତାଙ୍କ ପୁଅ ରାମଚନ୍ଦ୍ରଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଧ୍ରୁବଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ରାମଚନ୍ଦ୍ର ଶରୀରରେ ଏସିଡ୍‌ ମାଡ଼ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story