ଗଳା କାଟି ଓ ପଥରରେ ଛେଚି ଯୁବକଙ୍କୁ ହତ୍ୟା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଲା ନିକଟ ଜଙ୍ଗଲରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତା’ସହିତ ତାଙ୍କ ଗଳା ବି କଟା ଯାଇଛି। ମୃତ ଯୁବକଙ୍କ ନାଁ ଅନୀଲ ମୁଣ୍ଡା। ତାଙ୍କ ଘର ବଣାଇ କଲେଜ ପାଖରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିବା […]

dead

dead

Jitendra Garnayak
  • Published: Thursday, 19 December 2019
  • Updated: 19 December 2019, 10:32 AM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଲା ନିକଟ ଜଙ୍ଗଲରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତା’ସହିତ ତାଙ୍କ ଗଳା ବି କଟା ଯାଇଛି।

ମୃତ ଯୁବକଙ୍କ ନାଁ ଅନୀଲ ମୁଣ୍ଡା। ତାଙ୍କ ଘର ବଣାଇ କଲେଜ ପାଖରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରେ କିଛି ମଦ ବୋତଲ ପଡ଼ିଥିବାରୁ ମଦ ପିଇବା ପରେ ଉକ୍ତ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ଥାଇପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ଏକ ଗାଡ଼ି ବାଇକ୍ ମଧ୍ୟ ମିଳିଛି। ପୁଲିସ୍ ସାଇଣ୍ଟିଫିକ୍‌ ଟିମ୍ ସହାୟତାରେ ଘଟଣାସ୍ଥଳର ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos