ଯାହା ସହିତ ସଂସାର ଗଢ଼ିଲେ, ସିଏ ନେଇ ଗଲା ଜୀବନ!

ବାଲେଶ୍ୱର (ରଞ୍ଜିତ ପାକଳ): ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ଜୀବନ ସାଥୀ ହେବାକୁ ଆସିଥିଲେ ସୁମିତ୍ରା। ହେଲେ ସ୍ୱାମୀଙ୍କ ସହିତ ଗୋଟିଏ ଜନ୍ମ ବି କାଟି ପାରିଲେ ନାହିଁ। ଯାହାଙ୍କ ହାତ ଧରି ସୁଖର ସଂସାର ଗଢ଼ିବାର ସ୍ୱପ୍ନ ଦେଖୁଥିଲେ, ସିଏ ନେଇଗଲା ତାଙ୍କ ଜୀବନ।  ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ମଦ୍ୟପ ସ୍ୱାମୀ ତା’ର ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ […]

111

111

Manoranjan Sial
  • Published: Wednesday, 12 September 2018
  • Updated: 12 September 2018, 11:32 AM IST
ବାଲେଶ୍ୱର (ରଞ୍ଜିତ ପାକଳ): ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ଜୀବନ ସାଥୀ ହେବାକୁ ଆସିଥିଲେ ସୁମିତ୍ରା। ହେଲେ ସ୍ୱାମୀଙ୍କ ସହିତ ଗୋଟିଏ ଜନ୍ମ ବି କାଟି ପାରିଲେ ନାହିଁ। ଯାହାଙ୍କ ହାତ ଧରି ସୁଖର ସଂସାର ଗଢ଼ିବାର ସ୍ୱପ୍ନ ଦେଖୁଥିଲେ, ସିଏ ନେଇଗଲା ତାଙ୍କ ଜୀବନ। 
ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ମଦ୍ୟପ ସ୍ୱାମୀ ତା’ର ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୂରା ଘଟଣା ଏମିତି। ଚାନ୍ଦିପୁର ଥାନା ସାହାଦା ଗୁଣ୍ଠଣାପଦା ଗାଁର ଅଜୟ କମିଳା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ପ୍ରତିଦିନ ସମୁଦ୍ରକୁ ମାଛ ଧରିବାକୁ ଯାଆନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ମଦ ପିଇ ଦିଅନ୍ତି। ଯାହାଫଳରେ ୩ ପିଲାଙ୍କୁ ନେଇ ପରିବାର ଚଳାଇବା ସ୍ତ୍ରୀ ସୁମିତ୍ରାଙ୍କ ପାଇଁ କାଠିକର ପାଠ ହେଉଥିଲା। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।
ପରିବାର ଚଳାଇବା କଷ୍ଟକର ହେଉଥିବାରୁ ସୁମିତ୍ରା ଗୋଟିଏ ଛୋଟ ଦୋକାନ କରିଥିଲେ। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ଦୁଃଖେ ସୁଖେ ଚଳି ଯାଉଥିଲେ। ଗତକାଲି ରାତିରେ ସୁମିତ୍ରା ପିଲାମାନଙ୍କୁ ଖୁଆଇ ସାଙ୍ଗରେ ଶୋଇଥିଲେ।
ଭୋର ସମୟରେ ୬ ବର୍ଷର ବଡ଼ ଝିଅ ମାମାଲି ଉଠି ବିଛଣାରେ ମାଆଙ୍କୁ ଖୋଜିଥିଲେ। ମାତ୍ର ପାଇନଥିଲେ। ତେଣୁ ଘର ଭିତରେ ଚାରିଆଡ଼େ ଖୋଜିଥିଲେ। ଭୋରର ଝାପ୍‌ସା ଆଲୁଅ ଭିତରେ ମାଆ ଚୁଲି ମୁହଁରେ ଶୋଇଥିବା ଦେଖିବାକୁ ପାଇଥିଲେ ମାମାଲି। ସଙ୍ଗେ ସଙ୍ଗେ ସେଠାକୁ ସେ ଯାଇ ମାଆ ମାଆ ବୋଲି ଡାକିଥିଲେ।

[caption id="attachment_275095" align="aligncenter" width="954"] ମଦ ନିଶାରେ ସ୍ତ୍ରୀକୁ ମାରିଥିଲା! ଗାଁ ଲୋକଙ୍କଠାରୁ ମାଡ଼ ଖାଇ ମେଡିକାଲ୍‌ ବେଡ୍‌ରେ[/caption]

ହେଲେ ମାଆ ନା ଡାକ ଶୁଣୁଥିଲା ନା କିଛି କହୁ ଥିଲା। ପରେ ମାମାଲି ଆଖି ମଳି ମଳି ଧାଇଁ ଯାଇଥିଲା ସମ୍ପର୍କୀୟଙ୍କ ପାଖକୁ। ପଡ଼ୋଶୀମାନେ ସେଠାକୁ ଆସି ଦେଖନ୍ତି, ସୁମିତ୍ରା ଆଉ ନାହାନ୍ତି। ରକ୍ତାକ୍ତ ମରଶରୀର ପଡ଼ିଛି। ପେଟ, ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି। ଆଉ ଘରେ ଅଜୟ ନାହାନ୍ତି। ତେଣୁ ତାଙ୍କୁ ଅଜୟ ଆକ୍ରମଣ କରି ଫେରାର ହୋଇଥିବା ସନ୍ଦେହ ହେଲା।
ଗାଁ ଲୋକେ ସଙ୍ଗେ ସଙ୍ଗେ ଅଜୟଙ୍କୁ ଖୋଜି ଖୋଜି ସମୁଦ୍ର କୂଳରୁ ଧରିଥିଲେ। ପରେ ତାଙ୍କୁ ଗାଁକୁ ଆଣି ନିର୍ଧୁମ ଛେଚିଥିଲେ। ଚାନ୍ଦିପୁର ଥାନା ପୁଲିସ ଗାଁରେ ପହଞ୍ଚି ଅଜୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ଅନ୍ୟପକ୍ଷରେ ପୁଲିସ ସୁମିତ୍ରାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମଦ ନିଶାରେ ଅଜୟ ଏପରି କାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos