ମଙ୍ଗଳବାରରୁ ବଜେଟ୍‌ ଅଧିବେଶନ: ବିରୋଧୀ, ଶାସକଙ୍କ ରଣନୀତି ପ୍ରସ୍ତୁତି

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ପଲଟିକାଲ୍‌ ଲିଙ୍କ୍‌, ଦରଦାମ୍ ବୃଦ୍ଧି ଓ କେନ୍ଦ୍ର ବଜେଟ୍‌ରେ ଅର୍ଥକାଟକୁ  ନେଇ ଏଥର ବିଧାନସଭା ସରଗରମ ହେବ। ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ବିରୋଧୀ ଓ ଶାସକ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଲେଣି। ଏବେ ମଇଦାନକୁ ଓହ୍ଲାଇବାକୁ ଅପେକ୍ଷା। ଏଥର ଅଧିବେଶନରେ ରାସନ କାର୍ଡରେ ଅନିୟମିତତା ପ୍ରସଙ୍ଗକୁ ମୁଖ୍ୟ ଇସ୍ୟୁ କରିବେ ବିରୋଧୀ। ବିଜେଡି ମଧ୍ୟ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଗୃହରେ […]

bidhansabha

bidhansabha

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 03:45 PM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ପଲଟିକାଲ୍‌ ଲିଙ୍କ୍‌, ଦରଦାମ୍ ବୃଦ୍ଧି ଓ କେନ୍ଦ୍ର ବଜେଟ୍‌ରେ ଅର୍ଥକାଟକୁ  ନେଇ ଏଥର ବିଧାନସଭା ସରଗରମ ହେବ। ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ବିରୋଧୀ ଓ ଶାସକ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଲେଣି। ଏବେ ମଇଦାନକୁ ଓହ୍ଲାଇବାକୁ ଅପେକ୍ଷା। ଏଥର ଅଧିବେଶନରେ ରାସନ କାର୍ଡରେ ଅନିୟମିତତା ପ୍ରସଙ୍ଗକୁ ମୁଖ୍ୟ ଇସ୍ୟୁ କରିବେ ବିରୋଧୀ। ବିଜେଡି ମଧ୍ୟ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଗୃହରେ ସରକାରଙ୍କୁ ଘେରିବା ପାଇଁ ବିଜେପିର ପଦାଧିକାରୀ ଓ ବିଧାୟକ ଦଳ ବୈଠକରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଦଳର ବିଧାୟକ, ବରିଷ୍ଠ ନେତା, କେନ୍ଦ୍ରମନ୍ତ୍ରୀ ଓ ନବନିଯୁକ୍ତ ପଦାଧିକାରୀ ଯୋଗ ଦେଇଥିଲେ। ରାସନକାର୍ଡ ଅନିୟମିତତା, ଚାଷୀ ସମସ୍ୟା, ଆଳୁ ସଙ୍କଟ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଜେପି ବିଧାନସଭା ଅଧିବେଶନରେ ଅସ୍ତ୍ର କରିବ। ଏହାସହ ବିଜେଡିର କେନ୍ଦ୍ର ଅବହେଳା ପ୍ରସଙ୍ଗର ଜବାବ ଦେବା ପାଇଁ ଦଳ ପ୍ରସ୍ତୁତି ଚଳାଇଛି।bjp11

କଂଗ୍ରେସ ଡି’ ବ୍ରଦର୍ସଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗକୁ ମୁଦ୍ଦା କରିବ। ଏହାସହ ଚାଷୀଙ୍କ ସମସ୍ୟା, ପାନୀୟଜଳ ସମସ୍ୟା, ନାରୀ ସୁରକ୍ଷା ଓ ରମେଶ ଜେନାଙ୍କ ଗିରଫଦାରୀକୁ ଦଳ ପ୍ରସଙ୍ଗ କରିବ। ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସି ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ରାଜ୍ୟ ବିଜେପି ସଭାପତି, ବସନ୍ତ ପଣ୍ଡା କହିଛନ୍ତି, “ଆଲୁ ଦର ବୃଦ୍ଧି, ରାସନକାର୍ଡ ଦୁର୍ନୀତି, ମହିଳାଙ୍କ ସୁରକ୍ଷା ସହ ଆଇନଶୃଙ୍ଖଳ ପରିସ୍ଥିତି ଭିତରେ ଯାହା ଯାହା ଘଟି ଯାଇଛି ତାହା ଗୃହରେ ଆସିବ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ରାସନକାର୍ଡ, ପାନୀୟଜଳ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତ ସହ ବିଭିନ୍ନ ସମସ୍ୟା ରହିଛି। ନିଜ ଲୋକଙ୍କ ଉପରକୁ ଯେତେ ବେଳେ ଆସିଲା ଲୋକଙ୍କ ନଜର ହଟାଇବା ପାଇଁ ବିରୋଧୀ ଦଳଙ୍କୁ ଧରିକି ବସିଲେ। ଏହା ମଧ୍ୟ ଆଲୋଚନା ହେବ।”congress11

 ଅନ୍ୟପକ୍ଷରେ ୨୦୧୬-୧୭ ଆର୍ଥିକବର୍ଷ ପାଇଁ କେନ୍ଦ୍ର ବଜେଟ୍‌ରେ ୪,୬୦୦ କୋଟି ଟଙ୍କା ଅନୁଦାନ କାଟିବା, ବିଜୁ ପଟ୍ଟନାୟକ ଶତବାର୍ଷିକ ପାଇଁ ବଜେଟ୍‌ରେ କୌଣସି ଅର୍ଥ ବ୍ୟବସ୍ଥା ନ କରିବାକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବ। ଏହାସହ ଦରଦାମ୍ ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ବିଫଳତା, ପୋଲାଭରମ୍ ପ୍ରକଳ୍ପରେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ବିଧାନସଭାରେ ଦଳ ଉଠାଇବ।

ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି, “ବିରୋଧୀ ଦଳର କାର୍ଯ୍ୟ ହେଲା ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା। ମୁଁ ଆଶା କରୁଛି ଓଡ଼ିଶାର ଜନସାଧାରଣଙ୍କ ସମସ୍ୟା ବିରୋଧୀ ଦଳ ଆଣିବେ। ଆମେ ସରକାରୀ ଦଳ ପକ୍ଷରୁ ତାକୁ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ।”bjd

ଆସନ୍ତା ୧୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୮ ତାରିଖରେ ୨୦୧୬-୧୭ ଆର୍ଥିକବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story