ବିଧାନସଭାରେ ମନ୍ତ୍ରୀ ଓ ବିଜେଡି ବିଧାୟକଙ୍କ ମରୁଡ଼ି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଓଡ଼ିଶା ବିଧାନସଭା ଚାଲିଛି, କିନ୍ତୁ ଗୃହରେ ଉପସ୍ଥିତ ରହୁନାହାନ୍ତି ଶାସକ ଦଳର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ। କାରଣ, ପାଟକୁରା ନିର୍ବାଚନ ପ୍ରଚାରରେ ସମସ୍ତେ ମାତିଛନ୍ତି। ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶାସକ ଦଳର ବିଧାୟକ ରାଜେନ୍ଦ୍ର ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରତାପ ଦେବ, ଅନନ୍ତ ଜେନା ଓ ପ୍ରଶାନ୍ତ ବେହେରାଙ୍କ ନାଁ ଡାକିଥିଲେ। […]

MANY-MINISTERS-AND-BJD-MLAS-BUNK-ASSEMBLY-BECAUSE-OF--PATKURA-POLL

Manoranjan Sial
  • Published: Tuesday, 16 July 2019
  • Updated: 16 July 2019, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ଓଡ଼ିଶା ବିଧାନସଭା ଚାଲିଛି, କିନ୍ତୁ ଗୃହରେ ଉପସ୍ଥିତ ରହୁନାହାନ୍ତି ଶାସକ ଦଳର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ। କାରଣ, ପାଟକୁରା ନିର୍ବାଚନ ପ୍ରଚାରରେ ସମସ୍ତେ ମାତିଛନ୍ତି। ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର।

ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶାସକ ଦଳର ବିଧାୟକ ରାଜେନ୍ଦ୍ର ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରତାପ ଦେବ, ଅନନ୍ତ ଜେନା ଓ ପ୍ରଶାନ୍ତ ବେହେରାଙ୍କ ନାଁ ଡାକିଥିଲେ। କିନ୍ତୁ କେହି ଜଣେ ହେଲେ ବି ଗୃହରେ ଉପସ୍ଥିତ ନଥିଲେ। ହେଲେ ଏହି ନେତାମାନଙ୍କୁ ଦେଖିବାକୁ ମିଳିଥିଲା ପାଟକୁରା ମୈଦାନରେ। ସମସ୍ତେ ଲାଗିଛନ୍ତି ନିର୍ବାଚନୀ ପ୍ରଚାରରେ। କେବଳ ଏହି ୫ ବିଧାୟକ ନୁହନ୍ତି, ବିଜେଡିର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ଏବେ ପାଟକୁରାରେ ଡେରା ପକାଇଛନ୍ତି। ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ଜିତାଇବା ପାଇଁ କରୁଛନ୍ତି ଜୋରଦାର ଉଦ୍ୟମ।

ଠିକ୍‌ ସମାନ ଚିତ୍ର ସଚିବାଳୟରେ ଦେଖିବାକୁ ମିଳିଥିଲା। ମନ୍ତ୍ରୀ କରିଡର୍ ମଧ୍ୟ ଖାଁ ଖାଁ ଲାଗୁଥିଲା। ମନ୍ତ୍ରୀମାନେ କାମ କରୁଥିବା ଚ୍ୟାମ୍ବର ପୂରା ଅନ୍ଧାର। ଅଧିକାଂଶ ମନ୍ତ୍ରୀ ସଚିବାଳୟରେ ନରହି ମାତିଛନ୍ତି ପ୍ରଚାରରେ। ଲୋକଙ୍କ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯେଉଁ ସମୟରେ ବିଧାନସଭାରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା କଥା, ସେହି ସମୟରେ ପାଟକୁରା ଯାଇ ଦଳୀୟ କାର୍ଯ୍ୟକ୍ରମରେ ମାତିଛନ୍ତି ବିଜେଡିରେ ଗଣ୍ଡାଗଣ୍ଡା ବିଧାୟକ ଓ ମନ୍ତ୍ରୀ।

ବିଧାନସଭାରେ ବିଜେଡି ଅଧିକାଂଶ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଜେପି ଓ କଂଗ୍ରେସ କଡା ସମାଲୋଚନା କରିଛନ୍ତି। ବିଜେପି କହିଛି ପାଟକୁରାରେ ବିଜେଡିର ୧୦୦ଜଣ ବିଧାୟକ ପ୍ରଚାର କରୁଛନ୍ତି। ତାହା ଭିତରୁ ଆଜି ପାଖାପାଖି ୨୬ ଜଣ ବିଧାୟକ ଅନୁପସ୍ଥିତ ଥିଲେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। କଂଗ୍ରେସ କଟାକ୍ଷ କରି କହିଛି, ପାଟକୁରା ନିର୍ବାଚନ ସରିବା ପର୍ଯ୍ୟନ୍ତ ବିଧାନସଭା ବନ୍ଦ କରିଦେବା କଥା।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, “ବିଜେଡିକୁ ଲାଜ ସରମ ଅଛି? ଏହି ଦଳକୁ କେବଳ ଭୋଟ୍‌ ଓ ଜିତିବା ଦରକାର। କିନ୍ତୁ ରାଜ୍ୟର ବିକାଶ ଦରକାର ନାହିଁ। ଆଜି ଗୃହରେ ୯୦% ମନ୍ତ୍ରୀ ନାହାନ୍ତି। ଗୃହକୁ ନିର୍ବାଚନ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ମୁଁ ବାଚସ୍ପତିଙ୍କୁ କହିଥିଲି।”

ଅନ୍ୟପକ୍ଷରେ ବିଜେଡି ବିଧାୟକମାନେ ପାଟକୁରାରେ ଖୋଲାଖୋଲି ପ୍ରଚାରରେ ମାତି ଥିବା ବେଳେ କଥା ବାଆଁରେଇବାକୁ ପ୍ରୟାସ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି-“ବିଧାୟକମାନେ ମେଡିକାଲ୍‌ କେସ୍‌ରେ ଯାଇଛନ୍ତି। କାହାର ବାପାଙ୍କ ଦେହ ଖରାପ ତ ଆଉ କାହାର ନିଜର ଦେହ ଖରାପ ରହିଛି। ସେଥିପାଇଁ ସେମାନେ ଗୃହରେ ଉପସ୍ଥିତ ରହିପାରି ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story