ନିର୍ଦ୍ଦେଶକୁ ସରକାରୀ କର୍ମଚାରୀଙ୍କ ଫୁ’, ୧୧ଟା ଯାଏ ଅଫିସ୍‌ ଖାଲି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ କିଛି ପ୍ରଶାସନିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି ସରକାର। ଏଥିଲାଗି ଅଫିସ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିଛନ୍ତି। ସକାଳ ୧୦ଟାରୁ ଅଫିସ୍‌ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପ୍ରଥମ ଦିନରେ ହିଁ ସରକାରଙ୍କ ଏହି ନିର୍ଦ୍ଦେଶକୁ ବହୁ କର୍ମଚାରୀ ମାନି ନାହାନ୍ତି। ଦିନ ୧୧ଟା ଯାଏଁ ଅଫିସକୁ କର୍ମଚାରୀମାନେ ଆସିନଥିବା ଅଭିଯୋଗ ହୋଇଛି। ଏହାର ଜ୍ୱଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ […]

news

news

Manoranjan Sial
  • Published: Monday, 24 June 2019
  • Updated: 24 June 2019, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ କିଛି ପ୍ରଶାସନିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି ସରକାର। ଏଥିଲାଗି ଅଫିସ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିଛନ୍ତି। ସକାଳ ୧୦ଟାରୁ ଅଫିସ୍‌ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପ୍ରଥମ ଦିନରେ ହିଁ ସରକାରଙ୍କ ଏହି ନିର୍ଦ୍ଦେଶକୁ ବହୁ କର୍ମଚାରୀ ମାନି ନାହାନ୍ତି। ଦିନ ୧୧ଟା ଯାଏଁ ଅଫିସକୁ କର୍ମଚାରୀମାନେ ଆସିନଥିବା ଅଭିଯୋଗ ହୋଇଛି। ଏହାର ଜ୍ୱଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି।

ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଦିନ ୧୦ଟା ସୁଦ୍ଧା ଅଫିସରେ ପହଞ୍ଚିଥାଆନ୍ତେ ସରକାରୀ କର୍ମଚାରୀ। କିନ୍ତୁ ଆଜି ଦିନ ୧୧ଟା ବାଜି ଥିଲେ ମଧ୍ୟ ଅଫିସ ଖାଁ ଖାଁ ଲାଗୁଥିଲା। ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ୧୦ଜଣ କର୍ମଚାରୀଙ୍କ ବଦଳରେ ଆସିଥିଲେ ମାତ୍ର ଜଣେ। ସେହିପରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ କର୍ମଚାରୀ ଆସିବା ତ ଦୂରର କଥା, ଏଠି ଅଫିସରେ ପଡ଼ିଥିଲା ତାଲା। କେବଳ ଏଇ କେତୋଟି କାର୍ଯ୍ୟାଳୟ ନୁହେଁ, ଆଜି ଅଧିକାଂଶ ଅଫିସରେ ଦେଖିବାକୁ ମିଳିଛି ଏଭଳି ଚିତ୍ର।

ସେପଟେ ନୂଆ ବିଜ୍ଞପ୍ତି ପରେ ଦ୍ୱିତୀୟ ଶନିବାର ଛୁଟି ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କାରଣ ନୂଆ ବିଜ୍ଞପ୍ତିରେ ଛୁଟି ସଂକ୍ରାନ୍ତ ପୂର୍ବର ସମସ୍ତ ନିୟମକୁ ରଦ୍ଦ କରାଯାଇଥିବା ଉଲ୍ଲେଖ ରହିଛି। ତେବେ ଦ୍ୱିତୀୟ ଶନିବାର ପୂର୍ବପରି ଛୁଟି ରହିବ କି ନାହିଁ ତାହା ସ୍ପଷ୍ଟ କରାଯାଇ ନଥିଲା। ଏନେଇ ସରକାର ବିଳମ୍ବରେ ଚିତ୍ର ସ୍ପଷ୍ଟ କରି ଦ୍ଵିତୀୟ ଶନିବାର ମଧ୍ୟ ଛୁଟି ରହିବ ବୋଲି କହିଛନ୍ତି। ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଭଳି ପ୍ରତି ଶନିବାର ଓ ରବିବାର, ଏହିପରି ସପ୍ତାହକୁ ଦୁଇ ଦିନ ଛୁଟି କରିବା ପାଇଁ ଦାବି କରାଯିବ ବୋଲି କହିଛି ସଚିବାଳୟ ସେବା ସଂଘ। ସେପଟେ ଚତୁର୍ଥ ଶନିବାର ପ୍ରଥମାର୍ଦ୍ଧରେ ବିଭାଗୀୟ ମୁଖ୍ୟମାନେ କର୍ମଚାରୀଙ୍କ ବ୍ରେନ ଷ୍ଟର୍ମିଂ ସହ ଫାଇଭ-ଟି ଫର୍ମୁଲା ସଂପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ରହିଛି।

ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ସରକାର ସବୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ସରକାରଙ୍କ ନିର୍ଦ୍ଦେଶ ପ୍ରତି କର୍ମଚାରୀଙ୍କ ଆନ୍ତରିକତା କେତେ ପ୍ରଥମ ଦିନରୁ ହିଁ ତାହା ପ୍ରମାଣିତ ହୋଇଛି। ବିଜ୍ଞପ୍ତି ଜାରି ପରର ପ୍ରଥମ କାର୍ଯ୍ୟଦିବସ ହୋଇଥିବାରୁ ବ୍ୟତିକ୍ରମ ହୋଇଥାଇପାରେ। ତେବେ ଆଗକୁ କଣ ଘଟୁଛି, ତା ଉପରେ ନଜର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story