ଗଳା କାଟି ମାରି ଦେଲେ ମାଓବାଦୀ

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ରାଲେଗଡ଼ା ନୂଆଟେକପଦରରେ ଜଣଙ୍କୁ ଗଳା କାଟି ମାଓବାଦୀମାନେ ହତ୍ୟା କରିଛନ୍ତି। ତାଙ୍କ ନାଁ ସୀତାରାମ ଖିଲ। ଆଜି ସକାଳେ ମାଓବାଦୀମାନେ ସିତାରାମଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗଳା କାଟି ହତ୍ୟା କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ବିଶାଖାପାଟନମ୍‌ ଜିଲ୍ଲା ମାଡେଗାରେଲୁ ଗାଁରେ ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ।  ପୋଲିସ ଇନଫର୍ମର ସନ୍ଦେହରେ ଉଭୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ମୃତକ ଦୁଇ ଜଣ ହେଲେ କଲାକାନି ସୂରିୟା ଓ ମୁକଲା କିଶୋର।

ଆହୁରି ପଢ଼ନ୍ତୁ

ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଉପନିର୍ବାଚନବେଳେ ବାଲେଶ୍ୱରରେ ବିଜେଡିକୁ ଝଟକା

+୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ଥଇଥାନ ହେବେ ଅସିତ୍ , ସୁରେଶ ପରବର୍ତ୍ତୀ ସିଏସ୍ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଝଟକା ଦେଇ ମଲମ !

‘ଓଟିଭି’ ସାମ୍ବାଦିକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ NUJର ଉଦବେଗ

ବଗଲା ଧର୍ମଶାଳା ଜମି ବିବାଦ, ହାଇକୋର୍ଟରେ ସରକାରଙ୍କ ମିଥ୍ୟା ସତ୍ୟପାଠ!

‘ଜନଜାତି ବିକାଶ ପାଇଁ ଓଡ଼ିଶାକୁ ୩ବର୍ଷରେ ୧୬୫୬କୋଟି ଟଙ୍କା ଅନୁଦାନ’

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !