ମାଓନେତା ବେଣୁଙ୍କ ଅଡିଓ ଟେପ୍‌ ଜାରି, କାହାକୁ ନେଇ କ’ଣ କହିଲେ ପଢ଼ନ୍ତୁ 

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ମାଲକାନଗିରି-ବିଶାଖା ବର୍ଡର ଡିଭିଜନ ସମ୍ପାଦକ ମାଓନେତା ବେଣୁ ଏହି ଅଡିଓ ଟେପ୍ ଜାରି କରିଛନ୍ତି। ଅଡିଓ ଟେପରେ ରାସ୍ତାକାମକୁ ବିରୋଧ କରାଯାଇଛି। ରାସ୍ତା କରିବାର ଉଦ୍ଦେଶ୍ୟ ଖଣି ମାଫିଆଙ୍କୁ ସହାୟତା କରିବା ବୋଲି ସେ ଅଭିଯୋଗ କରିଛନ୍ତି। ରାସ୍ତା ଯୋଗୁଁ ବିକାଶ ନୁହେଁ ବିନାଶ ହେବ। ଉପକୂଳ ଜିଲ୍ଲାରେ ରାସ୍ତାଘାଟ ସବୁଥାଇ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗୁରୁପ୍ରିୟା ସେତୁ ହେଲେ, ମାଓବାଦୀଙ୍କୁ ସଫା କରିଦେବୁ ବୋଲି ବିଏସଏଫ୍ ଡିଜିଙ୍କ ମନ୍ତବ୍ୟ ଷଡ଼ଯନ୍ତ୍ର ବୋଲି ଟେପରେ ମାଓନେତା ବେଣୁ କହିଛନ୍ତି। ବଣ୍ଡାଘାଟିରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି। ଆଦିବାସୀ ସଂଘ ଲଗାଇଥିବା ପୋଷ୍ଟର ପ୍ରସଙ୍ଗରେ ସେମାନେ ଆସି ଆଲୋଚନା କରନ୍ତୁ ବୋଲି କହିଛନ୍ତି। ମାଓବାଦୀଙ୍କ ସଂଘର୍ଷର ମୁଖ୍ୟ କାରଣ ସମାଜରୁ ଶୋଷଣ ଓ ଲୁଣ୍ଠନ ଦୂର କରିବା ବୋଲି ମାଓନେତା ବେଣୁ କହିଛନ୍ତି।

ଆହୁରି ପଢ଼ନ୍ତୁ

ସରକାରୀ କର୍ମଚାରୀଙ୍କ ୯ ଛୁଟି ବେକାର, ପାଇବେ ମୋଟ ୧୦୬ଦିନ ଛୁଟି

ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ହ୍ରାସ ପାଇଁ ଗଠନ ହେବ ଟାସ୍କଫୋର୍ସ

ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା

ସରକାରୀ କଳର ଦୁରୂପଯୋଗ କରୁଛି ବିଜେଡି, ଫେରାଦ ହେଲା ବିଜେପି

ନୟାଗଡ଼ରେ ନକଲି ଟଙ୍କା ଛପା କାରଖାନା

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ: ଦାୟିତ୍ୱରେ ରହିବେ ଆଇଏଏସ୍

ସିନ୍ଦୂର ପୋଛିଦେଲା ଲୌହ ମାନବ, କାନ୍ଧ ଉପରେ ଗର୍ଭବତୀ ଝିଅ 

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କାର୍ତ୍ତିକ ମାସରୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ସାଙ୍ଗ ହୋଇ ସ୍କୁଟିରେ ଚାଲିଗଲେ ୩ ଜଣ

ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଅମାନିଆଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ