‘ମୁଁ ୪୦ ମାର୍କର ପରୀକ୍ଷା ଦେଇଥିଲି ପାଇଛି ୮୭’

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପରୀକ୍ଷା ଫଳକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ । ତାହା ପୁଣି କମ୍ ମୁଲ୍ୟାୟନକୁ ନେଇ ନୁହଁ ବରଂ ମୋଟ ମାର୍କ ଠାରୁ ଢେର ଅଧିକ ମାର୍କ ପାଇଥିବାକୁ ନେଇ । କଥାଟି ଆପଣଙ୍କୁ ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ।  ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ କେନ୍ଦ୍ରରେ । ଯେଉଁଠି ଦ୍ୱିତୀୟ ବର୍ଷରେ ତାଲିମ୍ ଗ୍ରହଣ […]

jbn

jbn

Tapas Behera
  • Published: Wednesday, 26 February 2020
  • Updated: 26 February 2020, 04:32 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପରୀକ୍ଷା ଫଳକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ । ତାହା ପୁଣି କମ୍ ମୁଲ୍ୟାୟନକୁ ନେଇ ନୁହଁ ବରଂ ମୋଟ ମାର୍କ ଠାରୁ ଢେର ଅଧିକ ମାର୍କ ପାଇଥିବାକୁ ନେଇ । କଥାଟି ଆପଣଙ୍କୁ ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ।  ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ କେନ୍ଦ୍ରରେ ।

ଯେଉଁଠି ଦ୍ୱିତୀୟ ବର୍ଷରେ ତାଲିମ୍ ଗ୍ରହଣ କରୁଥିବା ଛାତ୍ର ତପନ ଗଣ୍ଡ ନିଜ ପ୍ରଥମ ବର୍ଷର ବୋର୍ଡ ପରୀକ୍ଷାରେ ହିନ୍ଦୀ ଥିଓରି ପରୀକ୍ଷାରେ ମୋଟ ୪୦ ମାର୍କର ପରୀକ୍ଷା ଦେଇଥିଲେ । କିନ୍ତୁ ତାଙ୍କୁ ସେଥିରେ ଫୁଲମାର୍କଠାରୁ ୪୭ ମାର୍କ ଅଧିକ ତଥା ୮୭ ନମ୍ବର ମିଳିଛି। ଯାହାକୁ ଦେଖି ତପନ ଚିନ୍ତିତ ହୋଇପଡ଼ିଛନ୍ତି। ତପନ କହିଛନ୍ତି ଯେ, ହିନ୍ଦୀ ବିଷୟରେ ଫୁଲ ମାର୍କ ୪୦ରୁ ମୋର ୮୭ ଥିବା ଦେଖି ଆଶ୍ଚର୍ଯ୍ୟ ହୋଗଲିଲି। ମୁଁ ହତୋତ୍ସାହିତ ହୋଇପଡ଼ିଲି। ମୋ ସାଙ୍ଗସାଥୀମାନେ ଦେଖି ମଧ୍ୟ ଚକିତ ହୋଇପଡ଼ିଲେ।

ମୁଁ ଚାହୁଛି ମୁଁ ଯେମିତି ପରୀକ୍ଷାରେ ପ୍ରଦର୍ଶନ କରିଛି ସେହି ହିସାବରେ ମାର୍କ ଦିଆଯାଉ । ସେପଟେ ମାର୍କ ପୋଷ୍ଟିଂ ବେଳେ ଅଥବା ମୁଲ୍ୟାୟନ ବେଳେ ତ୍ରୁଟି ହୋଇଥିବା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରତିକ୍ରିୟା ରଖିଛନ୍ତି। ଏଭଳି ବୋର୍ଡ ପରୀକ୍ଷାରେ ତ୍ରୁଟିକୁ ଗୁରୁତର ସହ ନେବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos