ମହଙ୍ଗା ପଡ଼ିଲା ଶାଳୀ ପ୍ରେମ, ପ୍ରେମିକ ସହ ମିଶି ଭିଣୋଇଙ୍କୁ ମର୍ଡର!

ବାରିପଦା (ମାଣିକଲାଲ ପାଣି): ଭିଣୋଇ ପାଇଁ ମହଙ୍ଗା ପଡ଼ିଲା ଶାଳୀକୁ ଜବରଦସ୍ତ ଭଲ ପାଇବା। ଆଉ ତା’ପରେ ପ୍ରେମିକ ସହ ମିଶି ଭିଣୋଇଙ୍କୁ ମର୍ଡ଼ର କଲା ଶାଳୀ! ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ଝାରପୋଖରିଆ ଥାନା ଅନ୍ତର୍ଗତ ମହୁଲବରୀ ଗାଁର ଅଜୟ କଲିଆ ନିଜ ସମ୍ପର୍କୀୟ ଶାଳୀ ଜିନ୍ନା (ଛଦ୍ମନାମ)ଙ୍କୁ ଏକ ତରଫା ଭଲ ପାଉଥିଲେ। ଯାହାକୁ […]

baripada

baripada

Manoranjan Sial
  • Published: Monday, 10 June 2019
  • Updated: 10 June 2019, 05:02 PM IST

Sports

Latest News

ବାରିପଦା (ମାଣିକଲାଲ ପାଣି): ଭିଣୋଇ ପାଇଁ ମହଙ୍ଗା ପଡ଼ିଲା ଶାଳୀକୁ ଜବରଦସ୍ତ ଭଲ ପାଇବା। ଆଉ ତା’ପରେ ପ୍ରେମିକ ସହ ମିଶି ଭିଣୋଇଙ୍କୁ ମର୍ଡ଼ର କଲା ଶାଳୀ! ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ଝାରପୋଖରିଆ ଥାନା ଅନ୍ତର୍ଗତ ମହୁଲବରୀ ଗାଁର ଅଜୟ କଲିଆ ନିଜ ସମ୍ପର୍କୀୟ ଶାଳୀ ଜିନ୍ନା (ଛଦ୍ମନାମ)ଙ୍କୁ ଏକ ତରଫା ଭଲ ପାଉଥିଲେ। ଯାହାକୁ ଜିନ୍ନା ବିରୋଧ କରୁଥିଲେ। ତେବେ ଯେତେବେଳେ ସହିବାର ସୀମା ଟପିଲା, ସେତେବେଳେ ଜିନ୍ନା ନିଜ ପ୍ରେମିକ ପପୁ ଓରଫ ଟାର୍ଜନ ମହାକୁଡ଼ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ତା’ପରେ ଅଜୟକୁ ରାସ୍ତାରୁ ହଟାଇବା ପାଇଁ ଗତ ୭ ତାରିଖରେ ଜିନ୍ନା ଓ ତାଙ୍କ ପ୍ରେମିକ ଯୋଜନା କରିଥିଲେ। ଏହି ହତ୍ୟା ଷଡ଼ଯନ୍ତ୍ରରେ କୁଳଡିହାର ରାଧୁ ଓରଫ ନୋଧା ରାଉଳଙ୍କୁ ମଧ୍ୟ ସାମିଲ୍‌ କରାଯାଇଥିଲା।

ଗତ ୮ ତାରିଖ ସକାଳେ ଅଜୟ ବାଇକରେ ଟ୍ୟୁସନ୍‌ କରିବା ପାଇଁ ଯାଉଥିଲେ। ଏହି ସମୟରେ ଅଜୟଙ୍କ ବାଇକ୍‌କୁ ପପୁ ଓ ରାଧୁ ଅଟକାଇ ତାଙ୍କ ମୁଣ୍ଡକୁ ଲୁହା ରଡ଼୍‌ରେ ଆକ୍ରମଣ କରିଥିଲେ। ମାତ୍ର ଅଜୟ ରକ୍ତାକ୍ତ ଅବସ୍ଥାରେ ସେଠାରୁ ଖସି ଚାଲି ଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ସେମାନେ ଗୋଡ଼ାଇ ଗୋଡ଼ାଇ ପିଟିପିଟି ହତ୍ୟା କରିଥିଲେ।

ଏନେଇ ଅଜୟଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଥିଲା। ହତ୍ୟାକାଣ୍ଡ ଘଟିବାର ୪୮ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ପପୁ, ତାଙ୍କ ପ୍ରେମିକା ଜିନ୍ନା ଓ ସାଥୀ ରାଧୁଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏପରିକି ସେମାନେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ବୋଲି ବାରିପଦା ଏସ୍‌ଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ କହିଛନ୍ତି।

ପୁଲିସ ଏହି ଘଟଣାରେ ବ୍ୟବହୃତ ହୋଇଥିବା ଲୁହା ଛଡ଼, ମୋଟର ସାଇକେଲ, ମୋବାଇଲ୍‌ ଆଦି ଜବତ କରିଛି। ଏମାନଙ୍କ ବିରୋଧରେ ଦଫା ୩୦୨, ୧୦୯ ଓ ୧୨୦ ଆଇପିସି ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ମାମଲାର ତଦନ୍ତ ଚାଲିଛି। ଅନ୍ୟ କେହି ସମ୍ପୃକ୍ତ ଥିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story