ଶେଷ ଦିନରେ ବି ବିଭ୍ରାଟ: ମାଟ୍ରିକ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷାର ଶେଷ ଦିନରେ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଆଜିର ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର  ହ୍ୱାଟସ୍‌ ଆପ୍‌ରେ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭର ପ୍ରାୟ ଘଣ୍ଟାଏ ପରେ କାମାକ୍ଷାନଗର ଓ ଜଗତସିଂହପୁର ଅଞ୍ଚଳରେ ଏହି ଭାଇରାଲ ଭିଡିଓ ଦେଖିବାକୁ ମିଳିଥିଲା।  ପୂର୍ବରୁ ଓଡ଼ିଆ, ଇଂରାଜୀ, ବିଜ୍ଞାନ ଓ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଆଜି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ବୁଲୁଛି ମୋବାଇଲକୁ ମୋବାଇଲ।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ  ବିଜ୍ଞାନ ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଭାଇରାଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।  ସକାଳ ୯ଟାରେ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୯ଟା ୩୦ରେ ହ୍ୱାଟସ୍‌ ଆପ୍‌ରେ ଦେଖିବାକୁ ମିଳିଥିଲା ଏହାର ନକଲ।