ଆଶା ଦେଖାଇଲେ ମନ୍ତ୍ରୀ, ପୁଣି ଥରେ ଖୋଲିବ ମୟୂରଭଞ୍ଜ ଛଉ ପ୍ରତିଷ୍ଠାନ

ବାରିପଦା(ମାଣିକଲାଲ ପାଣି): ପୁଣି ଥରେ ଖୋଲିବ ମୟୂରଭଞ୍ଜ ଛଉ ପ୍ରତିଷ୍ଠାନ। ଆଉ ଧୁମଷା, ମହୂରୀ, ଢୋଲ ଓ ଚଡ୍‌ଚଡି ବାଦ୍ୟରେ କମ୍ପିବ ପରିବେଷ। ବାଦ୍ୟର ତାଳେତାଳେ ତାଲିମ୍‌ ନେବେ କଳାକାର। ଏପରି ଆଶା ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଏହାକୁ ନେଇ ଛଉ ଗୁରୁ, କଳାକାର ଓ ଛଉ କଳାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ରାଜା ରାଜୁଡା ଅମଳରୁ ଆରମ୍ଭ ହୋଇଥିଲା ମୟୂରଭଞ୍ଜ ଛଉ। ରାଜତନ୍ତ୍ର ପରେ ୧୯୫୪ ମସିହାରୁ ରାଜ୍ୟ ସରକାରଙ୍କ ଅଧୀନକୁ […]

Chhau dance

Chhau dance

Manoranjan Sial
  • Published: Tuesday, 14 June 2022
  • Updated: 14 June 2022, 07:40 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ପୁଣି ଥରେ ଖୋଲିବ ମୟୂରଭଞ୍ଜ ଛଉ ପ୍ରତିଷ୍ଠାନ। ଆଉ ଧୁମଷା, ମହୂରୀ, ଢୋଲ ଓ ଚଡ୍‌ଚଡି ବାଦ୍ୟରେ କମ୍ପିବ ପରିବେଷ। ବାଦ୍ୟର ତାଳେତାଳେ ତାଲିମ୍‌ ନେବେ କଳାକାର। ଏପରି ଆଶା ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଏହାକୁ ନେଇ ଛଉ ଗୁରୁ, କଳାକାର ଓ ଛଉ କଳାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ରାଜା ରାଜୁଡା ଅମଳରୁ ଆରମ୍ଭ ହୋଇଥିଲା ମୟୂରଭଞ୍ଜ ଛଉ। ରାଜତନ୍ତ୍ର ପରେ ୧୯୫୪ ମସିହାରୁ ରାଜ୍ୟ ସରକାରଙ୍କ ଅଧୀନକୁ ଚାଲିଯାଇଥିଲା। ୧୯୬୦ ମସିହାରେ ଏହାର ଉନ୍ନତି ପାଇଁ ଛଉ ନୃତ୍ୟ ପ୍ରତିଷ୍ଠାନ ଆରମ୍ଭ ହୋଇଥିଲା। ୧୯୮୦ ମସିହାରେ ରାଜ୍ୟ ସଂଗୀତ ନାଟକ ଏକାଡେମୀ ଏହାର ପରିଚାଳନା ଦାୟିତ୍ୱ ନେଇଥିଲା। ହେଲେ ରକ୍ଷଣା ବେକ୍ଷଣା ଅଭାବରୁ ୧୯୮୨ ମସିହାରେ ଏହି ପ୍ରତିଷ୍ଠାନ ରସାତଳକୁ ଚାଲି ଯାଇଥିଲା। ଏହା ପରେ ୧୯୯୦ ମସିହାରେ ପୁଣି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଆରମ୍ଭ କରିଥିଲେ। ହେଲେ ଛଉ ଗୁରୁଙ୍କ ଅଭାବ ଓ ଅର୍ଥର ଅଭାବ ପରି ଅନେକ କାରଣରୁ ଛଉ ପ୍ରତିଷ୍ଠାନରେ ୨୦୧୭ ମସିହାରୁ ପୁଣି ଥରେ ତାଲା ପଡ଼ିଗଲା। ଆଉ ଏହା ପରେ ପୁଣି ଆଶାର କିରଣ ସୃଷ୍ଟି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ।

[caption id="attachment_741735" align="aligncenter" width="650"]Mayurbhanj ଛଉ ନୃତ୍ୟରେ ନାଚୁଛନ୍ତି କଳାକାର[/caption]

ସେଥିପାଇଁ ସୋମବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୁଗ୍‌ଣ ଅବସ୍ଥାରେ ପଡ଼ିଥିବା ମୟୂରଭଞ୍ଜ ଛଉ ନୃତ୍ୟର ବିକାଶ ଉପରେ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ, ମୟୂରଭଞ୍ଜ ଜିଲ୍ଲାପାଳ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀର ଛଉ ନୃତ୍ୟ ଗୁରୁ, ବିଭିନ୍ନ ଛଉ ଅନୁଷ୍ଠାନର ବୁଦ୍ଧିଜୀବୀମାନେ ଯୋଗଦେଇ ଚିନ୍ତନ କରିଥିଲେ। ଛଉର ପୁନଃ ଉଦ୍ଧାରେ କ'ଣ ରହିବ ରୂପ ରେଖା? କିଭଳି ଗଠନ ହେବ କମିଟି? କେଉଁଠୁ ଆସିବ ଅର୍ଥ? ବୈଠକରେ ପରି ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଲେ- “ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତେ ମିଳିମିଶି କାମ କରିବା, ତାହାହେଲେ ଯାଇ ଛଉ ନୃତ୍ୟ ଆଗକୁ ବଢ଼ିବ। ଛଉ ପ୍ରତିଷ୍ଠାନର ପୁନରୁଦ୍ଧାର କରିବାକୁ ହେଲେ ବାଇ ଲ’ ପରିବର୍ତ୍ତନ କରାଯାଉ ଓ ନୂତନ କମିଟି ଗଠନ କରାଯାଉ। ତା’ ଛଡ଼ା ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରରେ ତିନି ଜଣ ପ୍ରତିନିଧି ରହିଲେ ଛଉର ବିକାଶ ହୋଇପାରିବ।”

ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପ୍ରବୋଧ ରଥ କହିଲେ-“ମୟୂରଭଞ୍ଜ ଛଉର ଉନ୍ନତି ପାଇଁ କେନ୍ଦ୍ର, ରାଜ୍ୟ ସରକାର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ବଦ୍ଧ ପରିକର। ସମସ୍ତ ଛଉ ପ୍ରେମୀଙ୍କୁ ଆଗାମୀ ଦିନରେ ରୂପରେଖ ପ୍ରସ୍ତୁତ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story