ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏକ ଘରୋଇ କଲେଜ ହଷ୍ଟେଲ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଖବର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଇନ୍ଫୋସିଟି ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଘଟିଛି ଏପରି ଅଘଟଣ।
ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଫରେନସିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଛାତ୍ରୀଜଣକ ହଷ୍ଟେଲରେ ନିଜର ୨ ସହପାଠିନୀଙ୍କ ସହ ରହୁଥିବା ବେଳେ ସେମାନେ ନୂଆ ବର୍ଷ ପାଇଁ ଘରକୁ ପଳାଇଥିଲେ। ଫଳରେ ଛାତ୍ରୀଜଣକ ରୁମ୍ରେ ଏକୁଟିଆ ଥିବା ବେଳେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ତଥ୍ୟ ମିଳିପାରିନି।
ଛାତ୍ରୀଙ୍କ ଫୋନ୍ ଜବତ ସହ କଲ୍ ହିଷ୍ଟ୍ରି ବାହାର କରାଯିବ । ଏଥିସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯିବା ପରେ ଛାତ୍ରୀଜଣକ କ’ଣ ପାଇଁ ଜୀବନ ହାରିଲେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।
Miscellaneous
କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍ବେଗ ପ୍ରକାଶ କଲେ ହାଇକୋର୍ଟ
ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ସନ୍ଧ୍ୟା ୫ ଟା ହେଲେ ସହରବାସୀ କବାଟ ଓ ଝରକା ବନ୍ଦ କରି ଦେଉଛନ୍ତି।
Entertainment
ହିନ୍ଦୀ ସିନେମା ‘ସାବରମତୀ ରିପୋର୍ଟ’କୁ ଟିକସମୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।