ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢ଼ୁଥିଲେ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ଘଟଣାସ୍ଥଳରୁ ପୁଲିସ୍‌କୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ଭଦ୍ରକ […]

Asrita Senapati

Asrita Senapati

Manoranjan Sial
  • Published: Tuesday, 05 July 2022
  • Updated: 05 July 2022, 10:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢ଼ୁଥିଲେ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ଘଟଣାସ୍ଥଳରୁ ପୁଲିସ୍‌କୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି।

ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଆଶ୍ରିତା ସେନାପତି ଭୁବନେଶ୍ୱରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢ଼ୁଥିଲେ। ଗତ ୫ ମାସ ଧରି ଆଚର୍ଯ୍ୟ ବିହାରରେ ଏକ ଭଡା ଘରେ ରହୁଥିଲେ। ପ୍ରତିଦିନ କଲେଜ ଯାଉଥିଲେ। ଘର ମାଲିକଙ୍କ କହିବା ଅନୁସାରେ ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଆଶ୍ରିତାଙ୍କ ବାପା ଫୋନ୍‌ କରିଥିଲେ। ଝିଅ କାହିଁକି ଫୋନ୍‌ ଉଠାଉନାହିଁ ବୋଲି କହିଥିଲେ। ଏହା ପରେ ଆଶ୍ରିତାଙ୍କ ପରିବାର ଲୋକେ ଆସିଥିଲେ। ସେମାନେ ଘରର କବାଟ ଭାଙ୍ଗି ଭିତରକୁ ପଶି ଥିଲେ। ସେତେବେଳେ ଝିଅକୁ ଝୁଅନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଗତ ୨ ତାରିଖରେ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ହଷ୍ଟେଲ୍‌ ରୁମ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସିନିଅର ଛାତ୍ରୀଙ୍କ ନିର୍ଯାତନା ସହି ନପାରି ରୁଚିକା ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ। ହେଲେ କିଏ ସେହି ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରୁଥିଲେ, ସେ ସମ୍ପର୍କରେ ରୁଚିକା ଲେଖିନାହାନ୍ତି। ତେଣୁ ପୁଲିସ କେବଳ ରୁଚିକାଙ୍କ ସାଙ୍ଗ ଓ କଲେଜ କର୍ମଚାରୀଙ୍କୁ ଜେରା କରି ଚୁପ୍‌ ବସିଛି।

ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ଚାଲିଛି ଅହୋରାତ୍ର ଧାରଣା। ଏଥିରେ ବିଭିନ୍ନ ଛାତ୍ର ସଂଗଠନ ଓ ରୁଚିକାଙ୍କ ବାପା, ମାଆ ଏବଂ ଭାଇ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story