ଭୁବନେଶ୍ୱର,(ଦେବଦତ୍ତ ରଥ): ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମ ଇଷ୍ଟଦେବୀ ମା' ଭଗବତୀଙ୍କ ଦଶଦୋଳ ଯାତ୍ରା ମହାଆଡମ୍ବରର ସହ ଆରମ୍ଭ ହୋଇଛି। ରବିବାର ରାତିରେ ଏକ ବିରାଟ ପଟୁଆରରେ ଭକ୍ତଙ୍କ ଗହଣରେ ମା'ଭଗବତୀ ମନ୍ଦିର ମଧ୍ୟରୁ ଆସି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହା ସହ ପାଖ ଗ୍ରାମ ଗୁଡିକରୁ ନିମନ୍ତ୍ରଣ କ୍ରମେ ଆସିଥିବା
ପ୍ରାୟ ପଚାଶ ବିମାନାରୂଢ ଦେବଦେବୀଙ୍କୁ ଶଙ୍ଖୋଳିବା ସହ ନିଜ ପଟୁଆରରେ ସାମିଲ କରାଇ ଶେଷରେ ସେମାନଙ୍କୁ ବନ୍ଧୁ ଆସ୍ଥାନରେ ଅଧିଷ୍ଠିତ କରାଇଥିଲେ। ସ୍ୱୟଂ ନିଜର ମହାମଣ୍ଡପରେ ଉପବେସନ କରିଥିଲେ ଭଗବତୀ। ତିନିଦିନ ବ୍ୟାପୀ ଦେବଦେବୀଙ୍କ ଉପସ୍ଥିତିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଦିନ ରାତି ହଜାର ହଜାର ଦର୍ଶକମାନଙ୍କ ମିଳନ ଏହି ପର୍ବକୁ ଆକର୍ଷଣୀୟ କରିଥାଏ। ସବୁବର୍ଷ ପରି ଏ ବର୍ଷ ମଧ୍ୟ ଦର୍ଶକମାନଙ୍କ ରାତ୍ର ମନୋରଞ୍ଜନ ନିମିତ୍ତ ଲୋକପ୍ରିୟ ଯାତ୍ରା ଦଳ ଅପେରା ପ୍ରଦର୍ଶନ କରିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।
Miscellaneous
ବନ୍ଧା ପଡ଼ିଛି ଦାଦନ, ଚର୍ଚ୍ଚାରେ ପୁଲିସର ଡବଲ୍ ରୋଲ
ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।
Miscellaneous
ଏବେ 'ଟୁଇନ୍ ସିଟି' ନୁହେଁ, 'ଟ୍ରାଇ ସିଟି'ର ବିକାଶ କରିବେ ସରକାର
ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ। ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ।
Events & Festivals
କଂସ ଦେଲେ ନିର୍ଦ୍ଦେଶ, ଧନୁଯାତ୍ରା ମଞ୍ଚରେ ଗୀତ ଗାଇଲେ ସିଦ୍ଧାନ୍ତ: ଦେଖନ୍ତୁ ଭିଡିଓ
କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?