ଶୁଣିଲାନି ପ୍ରଶାସନ, ମଙ୍ଗଳସୂତ୍ର ବିକି ଘରକୁ ଫେରିଲେ ଦମ୍ପତି

ବାସୁଦେବପୁର(କିରଟି ଦାସ ): ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀଙ୍କ ଯାତନା ସୀମା ଟପିଛି। ସ୍ୱାମୀ ବଞ୍ଚି ଥାଉ ଥାଉ ବେକରୁ ମଙ୍ଗଳସୂତ୍ର ଖୋଲି ବିକି ଦେଲା ସ୍ତ୍ରୀ। ଘରକୁ ଫେରିବାକୁ ପାଖରେ ଟଙ୍କା ନ ଥିବା ବେଳେ ହେଲପ୍‌ଲାଇନ୍‌କୁ ଫୋନ କରି ମଧ୍ୟ କିଛି ସାହାଯ୍ୟ ମିଳି ନ ଥିଲା। ଶେଷରେ ଏକ ସାଇକେଲ କିଣି ସୁଦୂର ବାଙ୍ଗାଲୋରରୁ ଓଡ଼ିଶା ଫେରିବାକୁ ସ୍ଥିର କରି ନିଜ ମଙ୍ଗଳସୂତ୍ର ବିକି ଦେଇଥିବା କୋହଭରା କଣ୍ଠରେ କହିଛନ୍ତି ପ୍ରବାସୀ ମହିଳାଜଣକ। ଏପରି  କାହାଣୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଲବଗା ଗାଁରେ।

ଅଲବଗା ଗାଁର ଚନ୍ଦନ ଜେନା ବାଙ୍ଗାଲୋରରେ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲେ । ଦୁର୍ଗା ପୂଜାଠୁ ନିଜ ସ୍ତ୍ରୀଙ୍କ ସହ ସେଠାକୁ ଯାଇଥିବା ବେଳେ ଦୁଃଖେସୁଖେ ଚଳି ଯାଉଥିଲେ। କିନ୍ତୁ ଲକ୍‌ଡାଉନ୍‌ରେ କାମ ଚାଲିଯିବା ପରେ  ସେଠାରୁ ଫେରି ପାରୁ ନ ଥିଲେ।  ପାଖରୁ ଟଙ୍କା ସରି ସରି ଆସୁଥିବା ବେଳେ ଆରମ୍ଭ ହୋଇଗଲା ସମସ୍ୟା । ମାଲିକ ବି ଆଉ ଟଙ୍କା ଦେବାକୁ ଧରାଛୁଆଁ ଦେଲାନି।  ହେଲପ୍‌ଲାଇନ୍‌କୁ ବାରମ୍ବାର ଫୋନ୍‌ କରିବା ପରେ ବି କିଛି ସହାୟତା ମିଳିଲାନି ।

ଶେଷରେ ଗାଁକୁ ଫେରିବା ପାଇଁ ସ୍ଥିର କରି ଚନ୍ଦନ ନିଜ ସ୍ତ୍ରୀଙ୍କ ମଙ୍ଗଳସୂତ୍ରକୁ ୧୫ ହଜାର ଟଙ୍କାରେ ବିକି ଦେଇଥିଲେ। ସେଥିରୁ ୧୦ ହଜାର ଟଙ୍କାରେ ୨ ଟି ସାଇକେଲ କିଣିଥିଲେ। ଗୋଟିଏରେ ଚନ୍ଦନ ସ୍ତ୍ରୀଙ୍କ ସହ ଆସିଥିବା ବେଳେ ଅନ୍ୟ ଏକ ସାଇକେଲରେ ତାଙ୍କର ଜଣେ ସମ୍ପର୍କୀୟ ଆସିଥିଲେ।  ବାଟରେ ବହୁ ଘାତ, ପ୍ରତିଘାତ ସହି ଖରା ବର୍ଷାରେ ଜଙ୍ଗଲ , ପାହାଡ଼ ଅତିକ୍ରମ କରି ସାଇକେଲରେ ସ୍ତ୍ରୀକୁ ବସାଇ ବାଙ୍ଗାଲୋରରୁ ଆସି ଶେଷରେ ଭିଟିମାଟିରେ ପହଞ୍ଚି ପାରିଥିବାରୁ ଖୁବ୍‌ ଖୁସି ଥିବା କହିଛନ୍ତି ଚନ୍ଦନ।

ହେଲେ ହେଲପ୍‌ ଲାଇନ୍‌କୁ ଫୋନ୍‌ କରି ନାମ ପଞ୍ଜୀକରଣ କରିଥିଲେ ମଧ୍ୟ କୌଣସି ସହାୟତା ମିଳି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ

ସଞ୍ଜୟ-ଫଡନାଭିସ ବୈଠକ ପଛର ଉଦ୍ଦେଶ୍ୟ ‘ସାମ୍ନା’କୁ ସାକ୍ଷାତକାର ନୁହେଁ!

ବଢ଼ୁଛି କରୋନା ସଂକ୍ରମଣ, ବିଡି ଓ ସିଗାରେଟ୍ ଉପରେ ରୋକ୍ ଲଗାଇଲେ ସରକାର

ରାଜନୀତିକ ପରିସ୍ଥିତି ପାଇଁ ଏନଡିଏ ଛାଡ଼ିଛି ଶିରୋମଣି ଅକାଳି ଦଳ: ଅମରିନ୍ଦର

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୬ ଗୁରୁତର

ମୋଦି ସରକାରଙ୍କୁ ଜବରଦସ୍ତ ଝଟକା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡ଼ିଲା ଅକାଳି ଦଳ

ଅକ୍ଟୋବର ୧ରୁ ଖୋଲିବ ଯାତ୍ରା ପେଣ୍ଡାଲ ଓ ସିନେମା ହଲ୍‌

ଫଡନାଭିସଙ୍କୁ ହଠାତ୍‌ ଗୁପ୍ତ ଭାବେ ଭେଟିଲେ ସଞ୍ଜୟ ରାଉତ, ଜାଣନ୍ତୁ କାରଣ କ’ଣ

୨୮ରୁ ପିଲାଙ୍କ ପାଇଁ ‘ରେଡିଓ ପାଠଶାଳା’, ବିରୋଧୀ ଉଠାଇଲେ ପ୍ରଶ୍ନ

କଟକରେ ନକଲି ସସ୍ କାରଖାନା

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା

ବାଦ ପଡ଼ିଲେ ରାମ ମାଧବ, ତେଜସ୍ୱୀ ଯୁବମୋର୍ଚ୍ଚା ଅଧ୍ୟକ୍ଷ

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୭ ଲୋକାଲ୍‌ କେସ