କଟକ(ଓଡ଼ିଶା ରିପୋର୍ଟର): ଆଜି ପଞ୍ଚଭୂତରେ ବିଲୀନ ହେବେ ଓଡ଼ିଆ ମନୋରଞ୍ଜନ ଦୁନିଆର ମଉଡ଼ମଣି ମିହିର ଦାସ । କଟକର ସତିଚଉରା ଶ୍ମଶାନରେ ହେବ ତାଙ୍କ ଅନ୍ତିମ ସଂସ୍କାର । ମିହିରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।
ମିହିର ଦାସଙ୍କ ବିୟୋଗରେ କେବଳ ରାଜ୍ୟରୁ ନୁହେଁ ଦେଶରୁ ବି ଛୁଟିଛି ଶୋକ ବାର୍ତ୍ତା। ମିହିରଙ୍କ ଅବର୍ତ୍ତମାନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି । ମିହିର ଦାସ ତାଙ୍କ କ୍ୟାରିୟରରେ ଅଭିନୟରେ ଅନେକଙ୍କ ହୃଦୟ ଜିତିଛନ୍ତି । ତାଙ୍କ ବିୟୋଗରେ କଳା କ୍ଷେତ୍ରରେ ଏକ ଅପୁରଣିୟ କ୍ଷତି ହୋଇଛି । ତାଙ୍କର ଅମର ଆତ୍ମାର ସଦଗତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମିହିରଙ୍କ ବିୟୋଗରେ ଓଲିଉଡ ମୁରବୀବିହୀନ ହୋଇ ଯାଇଥିବା କହିଛନ୍ତି ବହୁ କଳାକାର।
ଏଇ ଆମ ସଂସାର, କନ୍ୟାଦାନ, ଆକାଶର ଆଖି, ହିସାବ କରିବ କାଳିଆ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରି, ସୁହାଗ ସିନ୍ଦୂର, ଗଙ୍ଗା ଯମୁନା, ସହର ଜଳୁଚି, ସମୟ ଖେଳୁଛି ଚକା ଭଉଁରୀ, ଭୋଳାଶଙ୍କର, ସିଂହବାହିନୀ ପ୍ରମୁଖ ଶତାଧିକ ସିନେମାରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ମିହିର।
Saddened by the demise of noted Odia actor Shri Mihir Das Ji. During his long film career, he won many hearts thanks to his creative performances. My thoughts are with his family and admirers. Om Shanti: PM @narendramodi
— PMO India (@PMOIndia) January 11, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।