ହେଲମେଟ୍‌ ନପିନ୍ଧି ଫାଇନ୍‌ ଗଣିଲେ ମନ୍ତ୍ରୀ ଓ ବିଧାୟକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ। ବିନା ହେଲମେଟ୍‌ରେ ବାଇକରେ ଯାଉଥିବାରୁ ଉଭୟଙ୍କୁ ଲାଗିଲା ଜରିମାନା। ଟ୍ରାଫିକ ଥାନାରେ ପହଞ୍ଚି ୧ ହଜାର ଟଙ୍କା ଫାଇନ୍‌ ଦେଲେ ବିଧାୟକ ସ୍ୱରୂପ ଦାସ। ପ୍ରକୃତରେ ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ପରେ କିଛି ସ୍କୁଲକୁ ଅଚାନକ ଗସ୍ତରେ ଯିବା ପାଇଁ କହିଥିଲେ ଗଣଶିକ୍ଷା ମନ୍ତ୍ରୀ। ଏହାପରେ […]

sameer-dash

sameer-dash

Madhupriya Mistry
  • Published: Saturday, 25 June 2022
  • Updated: 25 June 2022, 04:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ। ବିନା ହେଲମେଟ୍‌ରେ ବାଇକରେ ଯାଉଥିବାରୁ ଉଭୟଙ୍କୁ ଲାଗିଲା ଜରିମାନା। ଟ୍ରାଫିକ ଥାନାରେ ପହଞ୍ଚି ୧ ହଜାର ଟଙ୍କା ଫାଇନ୍‌ ଦେଲେ ବିଧାୟକ ସ୍ୱରୂପ ଦାସ।

ପ୍ରକୃତରେ ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ପରେ କିଛି ସ୍କୁଲକୁ ଅଚାନକ ଗସ୍ତରେ ଯିବା ପାଇଁ କହିଥିଲେ ଗଣଶିକ୍ଷା ମନ୍ତ୍ରୀ। ଏହାପରେ ଉଭୟ ବିଧାୟକ ଓ ମନ୍ତ୍ରୀ ଏକ ବାଇକ୍‌ ଯୋଗେ ବିଭିନ୍ନ ସ୍କୁଲ ପରିଦର୍ଶନରେ ବାହାରିଥିଲେ, କିନ୍ତୁ ଉଭୟଙ୍କ ମୁଣ୍ଡରେ ହେଲମେଟ୍‌ ନଥିଲା।

sameer dash

ବାଲେଶ୍ୱର ହେମକାପଦା ଛକରେ ଜଣେ ସାଧାରଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ହେଲମେଟ୍‌ ନପିନ୍ଧି କେମିତି ଯାଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ପରେ ଟ୍ରାଫିକ ପୁଲିସ ତରଫରୁ ମଧ୍ୟ ବିଧାୟକଙ୍କୁ ହେଲମେଟ୍‌ ପିନ୍ଧି ନଥିବା ନେଇ ଫୋନ୍‌ ଆସିଥିଲା। ଏହାପରେ ବିଧାୟକ ଓ ମନ୍ତ୍ରୀ ନିଜ ଭୁଲ୍‌କୁ ସ୍ୱୀକାର କରିଥିଲେ ଓ ଟ୍ରାଫିକ୍‌ ପୁଲିସ ଥାନାକୁ ଯାଇ ଏକ ହଜାର ଟଙ୍କା ଫାଇନ୍‌ ଦେଇଥିବା ବିଧାୟକ ସ୍ୱରୂପ ଦାସ କହିଛନ୍ତି। ଉକ୍ତ ଚାଲାଣଟି ବାଇକ୍‌ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ କଟାଯାଇଥିଲା।

ସୂଚନାଯୋଗ୍ୟ, ଏବେ ଜିଲ୍ଲାୱାରୀ ପ୍ରଧାନଶିକ୍ଷକ ସମ୍ମିଳନୀ ଚାଲିଛି।  ଗତ ୨୩ ତାରିଖରେ କେନ୍ଦୁଝରରେ, ୨୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ମିଟିଙ୍ଗ ସରିଛି। ଆଜି ଅପରାହ୍ନ ୩ଟାରେ ବାଲେଶ୍ୱର ଜିଲ୍ଲାରେ ମିଟିଙ୍ଗ ଥିବା ବେଳେ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଯାଇଥିବା ବେଳେ ତାହାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos