ସମାଲୋଚନା ପରେ ମୁହଁ ଖୋଲିଲେ ରାଜା; କହିଲେ, ଆରୋପ ସମ୍ପୂର୍ଣ୍ଣ ଅସତ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି ବୋଲି ପ୍ରଚାର ବେଳେ କହିଥିଲେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାକୁ ନେଇ ସମାଲୋଚନାର ଶିକାର ହେବା ପରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ। ଆରୋପ ସଂପୂର୍ଣ୍ଣ ଅସତ୍ୟ ବୋଲି ସେ କହିଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି-“ଏହା ସଂପୂର୍ଣ୍ଣ ଅସତ୍ୟ। ଯେ କୌଣସି ଲୋକର ମୃତ୍ୟୁରେ ଆମେ ମର୍ମାହତ। ତାଙ୍କ […]

madan-mohan-dutta

madan-mohan-dutta

Manoranjan Sial
  • Published: Saturday, 24 October 2020
  • Updated: 24 October 2020, 04:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି ବୋଲି ପ୍ରଚାର ବେଳେ କହିଥିଲେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାକୁ ନେଇ ସମାଲୋଚନାର ଶିକାର ହେବା ପରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ। ଆରୋପ ସଂପୂର୍ଣ୍ଣ ଅସତ୍ୟ ବୋଲି ସେ କହିଛନ୍ତି।

ଶ୍ରୀ ସ୍ୱାଇଁ କହିଛନ୍ତି-“ଏହା ସଂପୂର୍ଣ୍ଣ ଅସତ୍ୟ। ଯେ କୌଣସି ଲୋକର ମୃତ୍ୟୁରେ ଆମେ ମର୍ମାହତ। ତାଙ୍କ ବାପା ମୋର ଅତ୍ୟନ୍ତ ପ୍ରିୟ ସାଥୀ ଥିଲେ। ଆମେ ଦଳମତ ନିର୍ବିଶେଷରେ ଉଭୟ-ଉଭୟଙ୍କୁ ଭଲ ପାଉଥିଲୁ। ବିଧାୟକ ଥାଏ ବା ନଥାଏ, ପଦ ପଦବୀରେ ଥାଏ ବା ନଥାଏ ମଣିଷ ପଣିଆ ହିସାବରେ ତାଙ୍କ ବାପାଙ୍କ ସ୍ମୃତି ମୋ ପାଖରେ ସବୁବେଳେ ରହିବ।”

ସେ ଆହୁରି କହିଛନ୍ତି-“ଦଳୀୟ ପ୍ରଚାର ଅବସରରେ ଆମେ ଆମର ଆଭିମୁଖ୍ୟ ଓ ବାଲେଶ୍ୱରବାସୀଙ୍କ ପାଇଁ ବିକଳ୍ପ ଚିଠା ପ୍ରସ୍ତାବ ରଖିବୁ। ତାଙ୍କ ବାପାଙ୍କୁ ମୁଁ ବହୁ ଭଲ ଓ ସମ୍ମାନ କରେ। ନିର୍ବାଚନ ସରିଯିବ। ସତ କେବେ ଲୁଚି ରହିବ ନାହିଁ। ଯଦି ତାଙ୍କ ମନରେ କଷ୍ଟ ହୋଇଥାଏ ତାଙ୍କ ଅପେକ୍ଷା ମୁଁ ବେଶୀ ମର୍ମାହତ। ମୁଁ ଏମିତି କିଛି କହିନି କି କହିବିନି। ମୁଁ ଆଦର୍ଶଗତ ଭାବେ ମୋ ଦଳ ପାଇଁ ଲଢ଼େଇ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos