ମନ୍ତ୍ରୀଙ୍କୁ ମିଳୁନି ‘ପିଏସ୍: ତୃତୀୟ ମହଲାରେ ଛିଡ଼ୁନି ଭାଗବଣ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡି କ୍ରମାଗତ ପଞ୍ଚମଥର ପାଇଁ କ୍ଷମତାସୀନ ହୋଇଛି। ସରକାର ଗଠନକୁ ଇତିମଧ୍ୟରେ ୨୦ ଦିନ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିପରିଷଦରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ( ପିଏସ୍ ) ମିଳୁପାରୁନି। ତୃତୀୟ ମହଲାରେ ଭାଗବଣ୍ଟା ଛିଡ଼ୁନଥିବାରୁ ମନ୍ତ୍ରୀମାନଙ୍କୁ ‘ପିଏସ୍’ ମିଳିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଏପରିକି ସଚିବସ୍ତରର ଅଦଳବଦଳ ମଧ୍ୟ ଏହି କାରଣରୁ ସମ୍ଭବପର ହୋଇପାରିନି। ନବୀନଙ୍କ ଦୁଇ ଦଶନ୍ଧିର ଶାସନ ମଧ୍ୟରେ ପ୍ରଥମଥର […]

Secretariat2

Secretariat2

Manoranjan Sial
  • Published: Thursday, 20 June 2019
  • Updated: 20 June 2019, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡି କ୍ରମାଗତ ପଞ୍ଚମଥର ପାଇଁ କ୍ଷମତାସୀନ ହୋଇଛି। ସରକାର ଗଠନକୁ ଇତିମଧ୍ୟରେ ୨୦ ଦିନ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିପରିଷଦରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ( ପିଏସ୍ ) ମିଳୁପାରୁନି। ତୃତୀୟ ମହଲାରେ ଭାଗବଣ୍ଟା ଛିଡ଼ୁନଥିବାରୁ ମନ୍ତ୍ରୀମାନଙ୍କୁ ‘ପିଏସ୍’ ମିଳିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଏପରିକି ସଚିବସ୍ତରର ଅଦଳବଦଳ ମଧ୍ୟ ଏହି କାରଣରୁ ସମ୍ଭବପର ହୋଇପାରିନି। ନବୀନଙ୍କ ଦୁଇ ଦଶନ୍ଧିର ଶାସନ ମଧ୍ୟରେ ପ୍ରଥମଥର ପାଇଁ ନୂଆ ମନ୍ତ୍ରୀମାନଙ୍କୁ ‘ପିଏସ୍’ ମିଳିବାରେ ଏତେ ବିଳମ୍ବ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନବୀନଙ୍କ ମନ୍ତ୍ରିପରିଷଦରେ ସାମିଲ ୨୦ ମନ୍ତ୍ରୀଙ୍କୁ ‘ପିଏସ୍’ ଆବଣ୍ଟନ ନିମନ୍ତେ ତୃତୀୟ ମହଲାର ନିର୍ଦ୍ଦେଶକ୍ରମେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବରିଷ୍ଠ ଓଏଏସ ଅଧିକାରୀ (ଯୁଗ୍ମ ସଚିବ ପାହ୍ୟା)ମାନଙ୍କ ଏକ ତାଲିକା ପ୍ରସ୍ତୁତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ତାରିଖରେ ଦିଲ୍ଲୀ ଗସ୍ତରେ ଯିବାର ଦିନକ ପୂର୍ବରୁ ତୃତୀୟ ମହଲାରେ ‘ମନ୍ତ୍ରୀଙ୍କୁ ପିଏସ୍ ଆବଣ୍ଟନ’ ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେଉଁ ମନ୍ତ୍ରୀଙ୍କ ପାଖରେ କାହାକୁ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ କରାଯିବ ସେ ନେଇ ତୃତୀୟ ମହଲା ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଥିଲା । କିନ୍ତୁ ବୈଠକରେ ଉପସ୍ଥିତ ଥିବା ଜଣେ ପ୍ରଭାବଶାଳୀ ଯୁବନେତା(ଏକମାତ୍ର ରାଜନୀତିକ ବ୍ୟକ୍ତି) ଏହି ତାଲିକାକୁ ବିରୋଧ କରିଥିଲେ।

ସମ୍ପୃକ୍ତ ଯୁବନେତା ନିଜର ଜଣେ ଏକାନ୍ତ ଅନୁଗତ ଓଏଏସ୍ ଅଫିସରଙ୍କୁ ଜଣେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେବାକୁ ଜିଦ୍ ଧରିଥିଲେ। ସେହି ଅଫିସର ପୂର୍ବରୁ ସମ୍ପୃକ୍ତ ଯୁବନେତା ମନ୍ତ୍ରୀ ଥିବାବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାମ କରିସାରିଛନ୍ତି। ତେବେ ସମ୍ପୃକ୍ତ ଓଏଏସ୍ ଅଫିସରଜଣକ ପ୍ରଶାସନିକ କାର୍ଯ୍ୟ କମ୍ ଓ ବିଜେଡିର ରାଜନୀତିକ ଗତିବିଧିରେ ଅଧିକ ସମୟ ବ୍ୟସ୍ତ ରହୁଥିବା ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ ଭାବେ ନେବା ପାଇଁ ମନ୍ତ୍ରୀ ଜଣଙ୍କ ରୋକଠୋକ୍ ମନା କରିଦେଇଥିଲେ। ସେହି ରାଷ୍ଟ୍ରମନ୍ତ୍ରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବାରୁ ସେହି ଓଏଏସଙ୍କୁ ନେଇ କାମ ଚଳାଇବା ସମ୍ଭବପର ନୁହେଁ ବୋଲି କହିଥିଲେ।

ତେବେ ଏହି ଯୁବନେତାଜଣଙ୍କ ସମ୍ପୃକ୍ତ ଓଏଏସ ଅଫିସରଙ୍କ ନିଯୁକ୍ତି ପାଇଁ ଦାବି କରୁଥିବାରୁ ‘ପିଏସ୍ ଆବଣ୍ଟନ ବିଜ୍ଞପ୍ତି’ ପ୍ରକାଶ ପାଇପାରୁନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଉ ୫ଦିନ ପରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। କିନ୍ତୁ ମନ୍ତ୍ରୀମାନଙ୍କୁ ‘ପିଏସ୍’ ଆବଣ୍ଟନ ହୋଇନଥିବାରୁ ସେମାନେ ପ୍ରଶାସନିକ କାର୍ଯ୍ୟ ସମ୍ପାଦନ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଅଧିକାଂଶ ନୂଆ ମନ୍ତ୍ରୀମାନେ ପ୍ରଶାସନିକ କାର୍ଯ୍ୟ କିଭଳି କରାଯାଏ, ତାହା ମଧ୍ୟ ଜାଣିପାରୁନାହାନ୍ତି। ଯେଉଁଥିପାଇଁ ରାଜ୍ୟରେ ପ୍ରଶାସନିକ ସ୍ତରରେ ଅଚଳାବସ୍ଥା ସୃଷ୍ଟି ହେବାରେ ଲାଗିଛି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story