ଦାଣ୍ଡରେ ଖେଳୁଥିଲା, ଗଳା କାଟିଦେଲେ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବାହାରେ ଖେଳୁଥିବା ବେଳେ ୮ ବର୍ଷର ନାବାଳିକା ବେକକୁ ଛୁରାରେ କାଟି ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ଗୋଳନ୍ଥରାରେ। ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀର ବୁଦ୍ଧିଆ ବେହେରାଙ୍କ ୮ ବର୍ଷର ଘର ବାହାରେ ଥିବା ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଜଣେ ଅଜଣା ଯୁବକ ଆସି ନାବାଳିକାର ଗଳା କାଟି ତାକୁ ହତ୍ୟା କରିବାକୁ ଉଦ୍ୟମ କରିଛି। ଏହା ଦେଖି ଗାଁ ଲୋକେ ଯୁବକକୁ […]

girl

girl

Ranjit Kumar Jena
  • Published: Thursday, 28 January 2021
  • Updated: 28 January 2021, 04:30 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବାହାରେ ଖେଳୁଥିବା ବେଳେ ୮ ବର୍ଷର ନାବାଳିକା ବେକକୁ ଛୁରାରେ କାଟି ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ଗୋଳନ୍ଥରାରେ। ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀର ବୁଦ୍ଧିଆ ବେହେରାଙ୍କ ୮ ବର୍ଷର ଘର ବାହାରେ ଥିବା ଦାଣ୍ଡରେ ଖେଳୁଥିଲା।

ଏହି ସମୟରେ ଜଣେ ଅଜଣା ଯୁବକ ଆସି ନାବାଳିକାର ଗଳା କାଟି ତାକୁ ହତ୍ୟା କରିବାକୁ ଉଦ୍ୟମ କରିଛି। ଏହା ଦେଖି ଗାଁ ଲୋକେ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ ଏବଂ ତାକୁ ନିସ୍ତୁତ ମାଡ଼ ମାରିଥିଲେ। ସେହିପରି ଏହି ମାମଲାରେ ଗାଁ ଲୋକେ ଆଉଜଣେ ଯୁବକଙ୍କୁ ଧରି ତାକୁ ଏକ ଇଲେକ୍ଟ୍ରି ପୋଲରେ ବାନ୍ଧି ଦେଇଥିଲେ। ଏହି ଘଟଣା ସମ୍ବନ୍ଧରେ ପୁଲିସକୁ ସୂଚନା ଦିଆଯାଇଥିଲା।

ପୁଲିସ୍ ଉଭୟ ଯୁବକଙ୍କୁ ଗିରଫ କରିଛି। ଏହି ମାମଲାରେ ପୁଲିସ୍ ମଧ୍ୟ ଅଧିକ ତଦନ୍ତ କରୁଛି। ଗୁରୁତର ନାବାଳିକାକୁ ଏବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ନାବାଳିକା ଶୁଶୁର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେହିପରି ଦୁଇ ଯୁବକଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କୁନି ନାବାଳିକା ସହ କାହିଁକି ଏଭଳି ଘଟିଲା, ତା'ର କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos