ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀ ମାନିଲେ ପଞ୍ଚାୟତିରାଜ ମନ୍ତ୍ରୀ; ହେବ ସାନି ହିତାଧିକାରୀ ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ନେଇ ବିରୋଧୀ ଦଳର ସଦସ୍ୟମାନେ କଡ଼ା ସମାଲୋଚନା କରିବାପରେ ରାଜ୍ୟ ସରକାର ବ୍ୟାକଫୁଟରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ରାଜ୍ୟ ସରକାର ପରୋକ୍ଷରେ ସ୍ୱୀକାର କରିବା ସହ ପୁଣିଥରେ ହିତାଧିକାରୀ ଯାଞ୍ଚ କରାଯାଇ ଡିସେମ୍ବର ୩୧ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ବୋଲି କହିଛନ୍ତି। ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ […]

Pratap Jena

Pratap Jena

Jitendra Garnayak
  • Published: Wednesday, 27 November 2019
  • Updated: 27 November 2019, 09:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ନେଇ ବିରୋଧୀ ଦଳର ସଦସ୍ୟମାନେ କଡ଼ା ସମାଲୋଚନା କରିବାପରେ ରାଜ୍ୟ ସରକାର ବ୍ୟାକଫୁଟରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ରାଜ୍ୟ ସରକାର ପରୋକ୍ଷରେ ସ୍ୱୀକାର କରିବା ସହ ପୁଣିଥରେ ହିତାଧିକାରୀ ଯାଞ୍ଚ କରାଯାଇ ଡିସେମ୍ବର ୩୧ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ବୋଲି କହିଛନ୍ତି।

ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ଲାଗି ‘ଆମ ଘର’ ନାଁରେ ଆପ୍ ରହିଛି। କୌଣସି ହିତାଧିକାରୀ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରି ଏହି ଆପ୍‌ରେ ଫଟୋ ଅପ୍‌ଲୋଡ୍ କଲେ ସେମାନଙ୍କୁ ୩ ଦିନ ମଧ୍ୟରେ ଟଙ୍କା ମିଳିଯିବ । ଏପରିକି ତାଙ୍କ ଫାଇଲ୍ କେଉଁ ସ୍ଥିତିରେ ରହିଛି ଓ କାହା ପାଖରେ ରହିଛି ତାହା ମଧ୍ୟ ଏହି ଆପ୍ ମାଧ୍ୟମରେ ଜଣାପଡ଼ିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ପ୍ରକାରର ଅନିୟମିତତାକୁ ସରକାର ପ୍ରଶୟ ଦେଉନାହାନ୍ତି। ଅଭିଯୋଗ ମିଳିବା ମାତ୍ରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଇତିମଧ୍ୟରେ ୧୦୧ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେମାନଙ୍କ ମଧ୍ୟରୁ ୨୨ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବାବେଳେ ୪୪ଜଣଙ୍କୁ ନିଲମ୍ବନ ଓ ୩୫ଜଣଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତାର ସହ ହୋଇଛି। ତେବେ ବିରୋଧୀ ଦଳର ଉଦବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାନି ହିତାଧିକାରୀ ଚୟନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଡିସେମ୍ବର ୩୧ତାରିଖ ସୁଦ୍ଧା ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଗ୍ରାମସଭା ଅନୁମୋଦନ କ୍ରମେ ଏସଇସିସି ତାଲିକାରୁ କ୍ରମ ଅନୁସାରେ ଗୃହ ଯୋଗାଇ ଦିଆଯାଉଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲ କାନ୍ଥରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଉଛି। ତାଲିକାରେ କୌଣସି ଅଯୋଗ୍ୟ ହିତାଧିକାରୀ ସ୍ଥାନ ପାଇଥିଲେ, ସେମାନଙ୍କ ନାଁକୁ ବାଦ୍ ଦେବା ପାଇଁ ଆପତ୍ତ ଦରଖାସ୍ତ ଦାଖଲ କରିବାକୁ ସାଧାରଣ ଲୋକଙ୍କୁ ମଧ୍ୟ ନିବେଦନ କରାଯାଇଥିଲା।

ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ଭୂମିହୀନଙ୍କୁ ଘର ଯୋଗାଇବାକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏବେସୁଦ୍ଧା ୪୮୨୪ଜଣ ଭୂମିହୀନଙ୍କୁ ସରକାର ଘର ଯୋଗାଇ ସାରିଛନ୍ତି। ଏହି ଯୋଜନାରେ ଏପର୍ଯ୍ୟନ୍ତ ୯୦୩୦କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଛି ଓ ରାଜ୍ୟ ଅନୁଦାନ ୫୭୬୮କୋଟି ଟଙ୍କା ମଞ୍ଜୁର ହୋଇଛି। ମୋଟ ପ୍ରାପ୍ତ ଅର୍ଥ ରାଶି ୧୪୭୯୮କୋଟି ଟଙ୍କା ମଧ୍ୟରୁ ୧୪୦୫୯କୋଟି ଟଙ୍କା ବ୍ୟୟ ହୋଇଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୫.୬୫ଲକ୍ଷ ଘର ମଞ୍ଜୁର କରିଛନ୍ତି। ଏହି ଗୃହର ପ୍ରଥମ କିସ୍ତି ବାବଦରେ କେନ୍ଦ୍ରୀୟ ଅନୁଦାନ ୨୧୪୫କୋଟି ମଧ୍ୟରୁ ୧୩୨୭କୋଟି ଟଙ୍କା ମିଳିଛି ଓ ବାକି ୮୧୮କୋଟି ବକେୟା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos