ସାମ୍ବାଦିକାଙ୍କ ମାମଲାରେ ଅନୁଭବଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଆଜି ତାଙ୍କ ହାତ ଛାଡ଼ିଦେଲା !

କଟକ(ଓଡ଼ିଶା ରିପୋର୍ଟର) ନିଜ ଦଳର ଛାତ୍ର ନେତା ଏବଂ ପୋଲିସ ବିରୋଧରେ ଅଭିଯୋଗ ଆଣି ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି । ଅସହାୟତା ପ୍ରକାଶ କରିବା ସହ ଅନୁଭବ କହିଛନ୍ତି ଯେ, ଅଭିଯୋଗ ସତ୍ତ୍ୱେ ତାଙ୍କର ଜଣେ ପଡୋଶୀ ବିରୋଧରେ କଟକ ପୁରୀଘାଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ତେବେ ଏହାକୁ ନେଇ ଏବେ ତାଙ୍କ ପଡୋଶୀ ତଥା ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଂଜିତ ଦାସ ମୁହଁ ଖୋଲିବା ସହ ଅନୁଭବଙ୍କ ବିରୋଧରେ ପାଲଟା […]

dbn

dbn

Tapas Behera
  • Published: Monday, 30 September 2019
  • Updated: 30 September 2019, 08:05 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) ନିଜ ଦଳର ଛାତ୍ର ନେତା ଏବଂ ପୋଲିସ ବିରୋଧରେ ଅଭିଯୋଗ ଆଣି ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି । ଅସହାୟତା ପ୍ରକାଶ କରିବା ସହ ଅନୁଭବ କହିଛନ୍ତି ଯେ, ଅଭିଯୋଗ ସତ୍ତ୍ୱେ ତାଙ୍କର ଜଣେ ପଡୋଶୀ ବିରୋଧରେ କଟକ ପୁରୀଘାଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ତେବେ ଏହାକୁ ନେଇ ଏବେ ତାଙ୍କ ପଡୋଶୀ ତଥା ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଂଜିତ ଦାସ ମୁହଁ ଖୋଲିବା ସହ ଅନୁଭବଙ୍କ ବିରୋଧରେ ପାଲଟା ଦୁର୍ବବ୍ୟହାରର ଅଭିଯୋଗ ଲଗାଇଛନ୍ତି । ଏହି ଘଟଣା ପରେ ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ବିବାଦୀୟ ହୋଇପଡ଼ିଥିବା ଅନୁଭବ ଏବେ ପୁଣି ଦଳୀୟ ନେତା ଓ ପୋଲିସ ବିରୋଧରେ ଅଭିଯୋଗ କରି ଆହୁରି ବିବାଦୀୟ ହୋଇଛନ୍ତି ।

ବିଭିନ୍ନ ମାମଲାରେ ଫସିଥିବା ତାଙ୍କ ପଡିଶା ଘର ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ କ୍ଷୋଭ ବ୍ୟକ୍ତ କରି ପୋଲିସ କମିଶନରଙ୍କୁ ଟ୍ୱିଟ୍‌ କରିଥିଲେ ଅନୁଭବ।  ଏମିତିକି ପୁରୀଘାଟ ଥାନା ଅଧିକାରୀ ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ବି ଟ୍ୱିଟ୍‌ କରିଛନ୍ତି।  ଆଉ ସାକ୍ଷୀ ଭାବେ ଦୁଇଜଣଙ୍କ ବୟାନକୁ ବି ସେ ଟ୍ୱିଟ୍‌ କରିଛନ୍ତି। ତେବେ ମାମଲାରେ ଆସିଛି ଟୁଇଷ୍ଟ।

ଯେଉଁ ଯୁବକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନୁଭବ ସେହି ଯୁବକ ସିଧାସଳଖ ନିଶାନା କରିଛନ୍ତି ଅନୁଭବଙ୍କୁ। ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଂଜିତ ଦାସ ପାଲଟା ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କୁ କ୍ରିମିନାଲ କହୁଥିବାବେଳେ ଅନୁଭବ ଏହାର ପ୍ରମାଣ ଦିଅନ୍ତୁ । ତା’ସହ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମେଣ୍ଟାଲି ହାରାସ୍ କରୁଛନ୍ତି ବୋଲି ମଂଜିତ ପାଲଟା ଅଭିଯୋଗ ଆଣିଛନ୍ତି।

ଗତ କିଛି ଦିନ ତଳେ କଟକରେ ଜଣେ ମହିଳା ସାମ୍ବାଦିକାଙ୍କୁ ଦର୍ବ୍ୟବହାର ଅଭିଯୋଗ ମାମଲାରେ ବିବାଦୀୟ ହୋଇଥିଲେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ମହାନ୍ତି । ସାମ୍ବାଦିକା ଜଣକ ଏ ନେଇ ପୁରୀଘାଟ ଥାନାରେ ବି ଏତଲା ଦେଇଥିଲେ। କିନ୍ତୁ  ପୀଡ଼ିତା ସେତେବେଳେ ଅଭିଯୋଗ କରିଥିଲେ,ସାଂସଦ ପ୍ରଭାବଶାଳୀ ହୋଇଥିବାରୁ ପୋଲିସ ତାଙ୍କ କଥା ଶୁଣୁନି।  ଏହି ଅଭିଯୋଗରେ ସେ ଡିସିପି ଅଫିସରେ ଧାରଣା ବି ଦେଇଥିଲେ ପୀଡ଼ିତା। ତେବେ ପ୍ରଶ୍ନ ଉଠୁଛି, ଯେଉଁ ପୋଲିସ ଅନୁଭବଙ୍କୁ ସୁରକ୍ଷା ଦେଉଥିଲା ହଠାତ୍ ସେଇ ପୋଲିସ୍ ବଦଳିଗଲା କେମିତି ? ସାଂସଦ ପୋଲିସ୍ ପାଖରେ ଲିଖିତ ଅଭିଯୋଗ କରୁନାହାଁନ୍ତି କାହିଁକି ? ସେପଟେ କଟକ ଡିସିପି କହିଛନ୍ତି, ଅନୁଭବ ବିଧିବଦ୍ଧ ଅଭିଯୋଗ ଆଣିଲେ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story