ବିଧାୟକଙ୍କ ଉପରେ ନଜର ରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକଙ୍କ ଉପରେ ରଖିଛନ୍ତି କଡ଼ା ନଜର ।  ବିଧାନସଭାରେ ସେମାନଙ୍କ ଉପସ୍ଥାନ, ବିଭିନ୍ନ ପ୍ରଶ୍ନୋତ୍ତରରେ ସେମାନଙ୍କ ଅଂଶଗ୍ରହଣ ତଥା କାର୍ଯ୍ୟଶୈଳୀ ଉପରେ ରହିଛି ଦଳୀୟ ସୁପ୍ରିମୋଙ୍କ ତୀକ୍ଷ୍ଣ ନଜର। ଆଜି ଆୟୋଜିତ ବିଧାୟକ ଦଳ ବୈଠକରେ ନିଜେ ଏ ସମ୍ପର୍କରେ ଚେତାଇ ଦେଇଛନ୍ତି ଖୋଦ ଦଳର ମୁଖିଆ । ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ସାଂସଦମାନେ ପ୍ରତି ୨ ମାସରେ ଯେଉଁପରି ଭାବେ ନିଜ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ […]

naveen-4-1

naveen-4-1

Niharika Rout
  • Published: Wednesday, 13 November 2019
  • Updated: 13 November 2019, 02:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକଙ୍କ ଉପରେ ରଖିଛନ୍ତି କଡ଼ା ନଜର ।  ବିଧାନସଭାରେ ସେମାନଙ୍କ ଉପସ୍ଥାନ, ବିଭିନ୍ନ ପ୍ରଶ୍ନୋତ୍ତରରେ ସେମାନଙ୍କ ଅଂଶଗ୍ରହଣ ତଥା କାର୍ଯ୍ୟଶୈଳୀ ଉପରେ ରହିଛି ଦଳୀୟ ସୁପ୍ରିମୋଙ୍କ ତୀକ୍ଷ୍ଣ ନଜର। ଆଜି ଆୟୋଜିତ ବିଧାୟକ ଦଳ ବୈଠକରେ ନିଜେ ଏ ସମ୍ପର୍କରେ ଚେତାଇ ଦେଇଛନ୍ତି ଖୋଦ ଦଳର ମୁଖିଆ ।

ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ସାଂସଦମାନେ ପ୍ରତି ୨ ମାସରେ ଯେଉଁପରି ଭାବେ ନିଜ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି ବିଧାୟକମାନେ ବି ଏବେ ସେହି ସମାନ ଢାଞ୍ଚା ଅନୁସରଣ କରିବେ। ସେମାନଙ୍କୁ ମଧ୍ୟ ପ୍ରତି ୨ ମାସରେ ରିପୋର୍ଟ କାର୍ଡ ଦେବାକୁ ପଡ଼ିବ । ଏପରି ସ୍ଥିତିରେ ନୂଆ କରି ବିଧାନସଭା ଆସିଥିବା ବିଧାୟକଙ୍କ ପାଇଁ ବି କିଛି କୋହଳ ମନୋଭାବ ପୋଷଣ କରି ନାହାନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ କାର୍ଯ୍ୟଶୈଳି ଉପରେ ଖୋଦ୍ ନଜର ରଖିବେ ବୋଲି କହିଛନ୍ତି।

ଏଥିସହ  ଦୈନିକ ଗୃହରେ ଉପସ୍ଥିତ ରହିବାକୁ ବିଜେଡି ବିଧାୟକମାନଙ୍କୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାରେ ସରକାରୀ ଦଳ ବିଧାୟକଙ୍କ ଉପସ୍ଥାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏପରିକି ୨ ଦିନରୁ ଅଧିକ ଛୁଟିରେ ଯିବାକୁ ହେଲେ ତାଙ୍କଠାରୁ ଅନୁମୋଦନ ନେବାକୁ ପଡିବ ବୋଲି ବିଧାୟକମାନଙ୍କୁ ସୂଚାଇ ଦେଇଛନ୍ତି। ଦିନ ସାଢ଼େ ୧୧ଟା ସୁଦ୍ଧା ସରକାରୀ ଦଳ ମୁଖ୍ୟ ସଚେତକ ବିଧାୟକଙ୍କ ଉପସ୍ଥାନ ସଂପର୍କରେ ତାଙ୍କୁ ଜଣାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଧାୟକମାନେ ବିଧାନସଭାରେ ହେଉଥିବା ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସେ କହିଛନ୍ତି ।

ବିଧାୟକମାନେ ପ୍ରତି  ୨ ମାସରେ ନିଜ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ରିପୋର୍ଟର ରୂପରେଖ କିପରି ରହିବ, ତାହା ଚୂଡ଼ାନ୍ତ କରିବାକୁ  ଏକ ୪ ଜଣିଆ  କମିଟି ଗଠନ କରାଯାଇଛି । ଏଥିରେ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, ଉଷା ଦେବୀ, ଅମର ପ୍ରସାଦ ଶତପଥୀ ଓ କିଶୋର ମହାନ୍ତିଙ୍କୁ ରଖାଯାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos