ପୁରୀରେ ବିଶ୍ୱର ସବୁଠୁ ବଡ଼ ସମୁଦ୍ରକୂଳ ସଫେଇ ଅଭିଯାନ, ସାମିଲ ହେଲେ ନନ୍ଦିତା ଦାସ

ପୁରୀ(ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ ସହ “ମୋ ବିଚ୍‌”ର ବାର୍ତ୍ତା ବିଶ୍ୱକୁ ଦେବାପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ଆରମ୍ଭ କରିଛି। ୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଯୋଗ ଦେଇଥିଲେ। ତେବେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଆକ୍ଟର ବିଦ୍ୟୁତ ଜାମଓ୍ୱାଲ […]

mo-beach-programme-in-puri1

mo-beach-programme-in-puri1

Manoranjan Sial
  • Published: Saturday, 21 September 2019
  • Updated: 21 September 2019, 08:27 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ ସହ "ମୋ ବିଚ୍‌"ର ବାର୍ତ୍ତା ବିଶ୍ୱକୁ ଦେବାପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ଆରମ୍ଭ କରିଛି। ୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଯୋଗ ଦେଇଥିଲେ। ତେବେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଆକ୍ଟର ବିଦ୍ୟୁତ ଜାମଓ୍ୱାଲ ଓ ନନ୍ଦିତା ଦାସ।

ଆଜି ସକାଳ ସକାଳୁ ବେଳାଭୂମିରେ ଲାଗିଥିଲା ଭଲ୍ୟୁଣ୍ଟରଙ୍କ ଭିଡ଼। ଅସ୍ତରଙ୍ଗରୁ ଆରମ୍ଭ କରି କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ପ୍ରାୟ ୧୦୦ଟି ସ୍ଥାନରେ ଏକାଠି ହୋଇଥିଲେ ୧୫ ହଜାରରୁ ଅଧିକ ଭଲ୍ୟୁଣ୍ଟର। ପରେ ସମସ୍ତେ ମିଶି ବେଳାଭୂମିକୁ ସଫା କରିଥିଲେ। ଏହାଦ୍ୱାରା ନୋ ପ୍ଲାଷ୍ଟିକ, ନୋ ପଲ୍ୟୁସନ ଇନ୍ ବିଚ୍, ନୋ ପଲ୍ୟୁସନ୍‌ ଇନ୍ ଓସେନ ଆଦି ସଚେତନତା ବାର୍ତ୍ତା ସାରା ବିଶ୍ୱକୁ ଯାଉଛି ବୋଲି ଅତିଥିମାନେ କହିଛନ୍ତି।

ବେଳାଭୂମି ସଫେଇ ପାଇଁ ପୁରୀରେ ୧୮ଟି ଜୋନ କରାଯାଇଛି। ଜିଲ୍ଲା ବ୍ୟାପୀ ହୋଇଥିବା ଏହି କାର୍ଯ୍ୟକ୍ରମର ସମସ୍ତ ଚିତ୍ରକୁ ଡ୍ରୋନ୍‌ ସାହାର୍ଯ୍ୟରେ ରେକର୍ଡିଂ କରାଯାଇ ମେଗା ଇଭେଣ୍ଟରେ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ବଲିଉଡ୍‌ ଓ ଓଲିଉଡ୍‌ କଳାକାରମାନେ ସାମିଲ ହୋଇଥିଲେ। ଏହି କର୍ଯ୍ୟକ୍ରମରେ ବିଦ୍ୟୁତ ଜମ୍ମାଓ୍ୱଲା, ନନ୍ଦିତା ଦାସ, କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଭଲ୍ୟୁଣ୍ଟରମାନଙ୍କୁ ଉତ୍ସାହିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos