ମହମ୍ମଦ ମୋକିମ୍ ଧରିପାରନ୍ତି ଓଡ଼ିଶା ପିସିସି ମଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ମୁଖିଆ ହେବାର ସମ୍ଭାବନା ରହିଛି। ଏଆଇସିସି ହାଇକମାଣ୍ଡଙ୍କ ଡାକରା ପାଇଁ ଦିଲ୍ଲୀ ଗସ୍ତରେ ଯାଇଥିବା ମୋକିମ୍ ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ମାଧବନଙ୍କ ସମେତ ବରିଷ୍ଠଙ୍କୁ ଭେଟିବା ପରେ ସେ ପିସିସି ସଭାପତି ହେବା ଚର୍ଚ୍ଚା ଜୋର ଧରିଛି। ସାଧାରଣ ନିର୍ବାଚନ ପରଠୁ ରାଜ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ବିଭିନ୍ନ […]

mokim

mokim

Jitendra Garnayak
  • Published: Wednesday, 12 February 2020
  • Updated: 12 February 2020, 09:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ମୁଖିଆ ହେବାର ସମ୍ଭାବନା ରହିଛି। ଏଆଇସିସି ହାଇକମାଣ୍ଡଙ୍କ ଡାକରା ପାଇଁ ଦିଲ୍ଲୀ ଗସ୍ତରେ ଯାଇଥିବା ମୋକିମ୍ ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ମାଧବନଙ୍କ ସମେତ ବରିଷ୍ଠଙ୍କୁ ଭେଟିବା ପରେ ସେ ପିସିସି ସଭାପତି ହେବା ଚର୍ଚ୍ଚା ଜୋର ଧରିଛି।

ସାଧାରଣ ନିର୍ବାଚନ ପରଠୁ ରାଜ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ବିଭିନ୍ନ ପ୍ରୟାସ ହୋଇଚାଲିଛି। ଏପରିକି କିଛି ନେତା ମଧ୍ୟ ପୂର୍ବରୁ ଦିଲ୍ଲୀ ଯାଇ ପିସିସି ସଭାପତି ପଦରେ ମୋକିମଙ୍କୁ ଅବସ୍ଥାପିତ କରିବା ନିମନ୍ତେ ଦାବି ଜୋରଦାର କରିଥିଲେ।

ସୂଚନା ଅନୁସାରେ, ଏଆଇସିସିରୁ ଡକରା ପାଇ ଦିଲ୍ଲୀ ଯାଇଥିବା ମୋକିମ ଆଜି ଏଆଇସିସି ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଅହମ୍ମଦ ପଟେଲ, କେସି ବେଣୁଗୋପାଳ ଓ ସୋନିଆଙ୍କ ବ୍ୟକ୍ତିଗତ ସଚିବ ମାଧବନଙ୍କୁ ଭେଟି ରାଜ୍ୟର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଦାବିରେ ଗତ କିଛି ଦିନ ଧରି ଦିଲ୍ଲୀରେ ପଶ୍ଚିମଓଡ଼ିଶାର କିଛି ନେତାଙ୍କ ସମେତ ଉପକୂଳ ଓଡ଼ିଶାର ନେତାମାନେ ଡେରା ପକାଇଛନ୍ତି। ସାଧାରଣ ନିର୍ବାଚନ ପରଠୁ ବାରମ୍ବାର ନିରଞ୍ଜନ ହଟାଓ ଅଭିଯାନ ଚାଲି ଆସିଛି। ମାତ୍ର ଏବେ ପଶ୍ଚିମ ଓଡ଼ିଶାର ନେତାମାନେ ଦିଲ୍ଲୀରେ ଡେରା ପକାଇ ତୁରନ୍ତ ନିଷ୍ପତ୍ତି ଶୁଣାଇବାକୁ ଦାବି କରୁଥିବାରୁ ଏଆଇସିସି ଏବେ ରାଜ୍ୟରେ ସାଂଗଠନିକ ପୁର୍ନଗଠନ ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ନିରଞ୍ଜନଙ୍କୁ ବିରୋଧ ହେବାପରେ ଏଆଇସିସି ପକ୍ଷରୁ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିଲା ଓ ନିରଞ୍ଜନ ସଭାପତି ରହିଥିବାବେଳେ ପ୍ରଦୀପ ମାଝୀ ଓ ଚିରଞ୍ଜୀବୀ ବିଶ୍ୱାଳଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos