ଶେଜରେ ଶୋଇଥିବା ୧୫ ଦିନର ଶିଶୁପୁତ୍ରକୁ କେମିତି ଟେକିନେଲା ମାଙ୍କଡ଼, ପଢନ୍ତୁ ପୂରା ଘଟଣାକ୍ରମ

କଟକ,(ଓଡ଼ିଶା ରିପୋର୍ଟର): ଶୋଇଥିବାବେଳେ ବିଛଣା ଉପରୁ କଅଁଳ ପିଲାକୁ ଟେକିନେଲା ପାତି ମାଙ୍କଡ଼। ଚାହୁଁ ଚାହୁଁ କୁଆଡ଼େ ଉଭାନ୍ ହୋଇଗଲା ଯେ, କୌଣସି ପତ୍ତା ମିଳୁନି। କଟକ ଜିଲ୍ଲା ବାଙ୍କି ଥାନା ତାଳବସ୍ତ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।  ସେପଟେ ବନବିଭାଗ ଜାରି ରଖିଛି ସର୍ଚ୍ଚ ଅପରେସନ୍ । ଘଟଣାକୁ ବିତିଗଲାଣି ୧୨ରୁ ୧୫ ଘଣ୍ଟା । ତଥାପି ଏଯାଏଁ ଠାବ କରାଯାଇପାରୁନି ଏହି ଶିଶୁପୁତ୍ରକୁ । ସେପଟେ ପୁଅକୁ ଠାବ ପାଇଁ କାଳିସୀ ବୁଲୁଥିବାବେଳେ ଏବେ ଆତଙ୍କ ଖେଳିଯାଇଛି ସ୍ଥାନୀୟ ଅଞ୍ଚଳରେ।

ଅନ୍ୟପଟେ ସଙ୍କଟମୋଚକ ହନୁମାନଙ୍କ ମନ୍ଦିର ଦୁଆରେ ଅଧିଆ ପଡ଼ିଛନ୍ତି ବାପା ।  ପୁଅକୁ ବାହୁନି ବାହୁନି ଶୁଖିଗଲାଣି ମା’ ଆଖିର ଲୁହ।  ଆଉ ଏପଟେ ସେହି କଅଁଳ ପିଲାକୁ ଖୋଜୁଛି କାଳିସୀ । କାରଣ ଘର ଅଗଣାରେ ଶୋଇଥିବାବେଳେ ବିଛଣା ଉପରୁ ତାଙ୍କର ୧୫ ଦିନର ଶିଶୁପୁତ୍ରକୁ ଟେକିନେଇଛି ପାତି ମାଙ୍କଡ।  ଆଜି ସକାଳ ପ୍ରାୟ ସାଢ଼େ ୬ ଟା ବେଳେ କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତ ଗାଁରେ ବାପା, ମାଙ୍କ ମଝିରେ ଶୋଇଥିଲା କଅଁଳ ପିଲାଟି।  ତେବେ ରାତି ପାହିବା ପରେ ବିଛଣା ଛାଡ଼ି ଶୌଚ ପାଇଁ ଯାଇଥିଲେ ଶିଶୁପୁତ୍ରର ମା’ ।  ଠିକ୍ ଏହି ସମୟରେ ହଠାତ୍ ଘରକୁ ପଶି ଆସିଲା ଏକ ପାତିମାଙ୍କଡ଼। ଆଉ ବିଛଣାରୁ ଏହି କଅଁଳ ପିଲାକୁ ଟେକି ନେଇ କୁଆଡ଼େ ଚମ୍ପଟ ମାରିଥିଲା ।

ସବୁଠୁ ବଡ଼ ଦୁଃଖଦାୟକ ଘଟଣା ହେଉଛି, ଶିଶୁଟି ଜନ୍ମପରଠୁ ଠିକ୍ ସେ କାନ୍ଦି ପାରୁ ନ ଥିଲା ଏଥିପାଇଁ କିଛି ଦିନ ତଳୁ ତାର ଡାକ୍ତରୀ ଚିକିତ୍ସା ମଧ୍ୟ କରାଯାଉଥିଲା।  ତେଣୁ ମାଙ୍କଡ଼ ନେଇଯିବା ପରେ ଶିଶୁର ଅବସ୍ଥା ଜାଣିବା ମୁସ୍କିଲ ହୋଇପଡ଼ିଛି। ଅନ୍ୟପଟେ ନିଖୋଜ ଶିଶୁକୁ ଠାବ ପାଇଁ ଦିନତମାମ୍ ଲାଗିପଡ଼ିଥିଲା ବନବିଭାଗ।  କିଏ ଘର ଛାତ ଉପରେ ଚଢ଼ିକି ତ’ ଆଉ କିଏ ଜଙ୍ଗଲ ଭିତରେ ଗଛ ଉପରେ ନିଖୋଜ ପିଲାକୁ ଠାବ ପାଇଁ ଉଦ୍ୟମ କରୁଛନ୍ତି।  ତାଳବସ୍ତ ଅଞ୍ଚଳରେ ୩୦ ଜଣ ବନକର୍ମଚାରୀଙ୍କୁ ନେଇ ଗଠିତ ୩ ଜଣିଆ ଟିମ୍ ଆଜି ଦିନତମାମ୍ କରିଛନ୍ତି ଏଭଳି ସର୍ଚ୍ଚ ଅପରେସନ ।  ହେଲେ ଏଯାଏଁ ପୁଅର ପତ୍ତା ମିଳିନି।

Ordigital Desk
• Published: Saturday, 31 March 2018
• Updated: 31 March 2018, 08:09 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos