୨୦ରୁ ୨୨ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ତ୍ରାହି ମିଳିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ଯାହା ସୂଚନା ମିଲୁଛି ମୌସୁମୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୦ରୁ ୨୨ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ୨୦ରୁ ୨୨ ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ। ୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ। ଏହି ଲଘୁଚାପ ହିଁ ଓଡ଼ିଶାକୁ ମୌସୁମୀ ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି।