ଦୁବାଇ ପରେ ତେଲେଙ୍ଗାନା ଓ ତାମିଲନାଡୁରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ଉପରେ ନିର୍ଯାତନାର ଖବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ ପାଇଁ କାମ ଖୋଜିବାକୁ ବାହାର ରାଜ୍ୟକୁ ଯାଇ ବନ୍ଧା ପଡୁଛି ଜୀବନ। ଦଲାଲର ପ୍ରଲୋଭନରେ ପଡ଼ି ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଦାଦନ ଶ୍ରମିକ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଶ୍ରମିକ କିମ୍ବା ପ୍ରଶାସନର ଚେତା ପଶୁନି। ନିକଟରେ ଦୁବାଇ ସମେତ ତେଲେଙ୍ଗାନା ଓ ଚେନ୍ନାଇରୁ ଆସିଛି ଦାଦନ ନିର୍ଯାତନାର ଖବର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କଲରାକୋଠା ଗାଁର ୪୦ରୁ ଅଧିକ ଶ୍ରମିକ ଗତ ଡିସେମ୍ବର […]

More-disturbing-news-of-torture-of-odia-migrant-labourers-surface

Manoranjan Sial
  • Published: Thursday, 14 March 2019
  • Updated: 14 March 2019, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ ପାଇଁ କାମ ଖୋଜିବାକୁ ବାହାର ରାଜ୍ୟକୁ ଯାଇ ବନ୍ଧା ପଡୁଛି ଜୀବନ। ଦଲାଲର ପ୍ରଲୋଭନରେ ପଡ଼ି ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଦାଦନ ଶ୍ରମିକ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଶ୍ରମିକ କିମ୍ବା ପ୍ରଶାସନର ଚେତା ପଶୁନି। ନିକଟରେ ଦୁବାଇ ସମେତ ତେଲେଙ୍ଗାନା ଓ ଚେନ୍ନାଇରୁ ଆସିଛି ଦାଦନ ନିର୍ଯାତନାର ଖବର।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କଲରାକୋଠା ଗାଁର ୪୦ରୁ ଅଧିକ ଶ୍ରମିକ ଗତ ଡିସେମ୍ବର ମାସରେ ତେଲେଙ୍ଗାନା ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କ ଉପରେ ଆରମ୍ଭ ହୋଇଥିଲା ଭାଟି ମାଲିକଙ୍କ ନିର୍ଯାତନା। କଷ୍ଟ ସହିନପାରି ଲୁଚି ପଳାଇବାକୁ ଚେଷ୍ଟା କରିବାରୁ ଜନକ ଓ କାର୍ତ୍ତିକ ମାହରଙ୍କୁ ଭାଟି ମାଲିକ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଥିଲା। ତେବେ ଜନକ ଓ କାର୍ତ୍ତିକ କୌଶଳ କ୍ରମେ ଖସି ଆସିବା ପରେ ଅନ୍ୟମାନଙ୍କ ଦୁର୍ଦ୍ଦଶା ବଖାଣିଛନ୍ତି। ଏହାକୁ ନେଇ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି।

ଅନୁରୂପ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରୁ। ତିନି ମାସ ତଳେ ସ୍ଥାନୀୟ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗାଁରୁ ୨୬ ଜଣ ଯୁବକ ତାମିଲନାଡୁ କାମ କରିବାକୁ ଯାଇ ଆଉ ଫେରି ନାହାନ୍ତି। ଟଙ୍କା ପଇସା ତ ଦୂରର କଥା, ନିଜ ପିଲାଙ୍କ ସହ ଫୋନରେ କଥା ହେବାକୁ ବି ମାଲିକ ଅନୁମତି ଦେଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକ ଜିଲ୍ଲା ଶ୍ରମ ଅଧିକାରୀ ଓ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ୪୦ ଜଣ ଶ୍ରମିକ ଦୁବାଇରେ ଫସି ରହିଥିବା ନେଇ ଦୁଇ ଦିନ ତଳେ ଗଣମାଧ୍ୟମକୁ ଭିଡିଓ ଆସିଥିଲା। ପାରିଶ୍ରମିକ ବଦଳରେ ମାଲିକ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ଶ୍ରମିକମାନେ ଏଥିରେ ଅଭିଯୋଗ କରିଥିଲେ। ଖବର ପାଇ ଦୁବାଇର ଓଡ଼ିଆ ସମାଜ ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରିଛି। ତେବେ ଶ୍ରମିକଙ୍କ ପରିବାର ଆଶା ଓ ଆଶଙ୍କା ଭିତରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story