ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିଲେ, ଘାଟିରେ ଓଲଟିଲା ଅଟୋ

ଦେବଗଡ଼(ଓଡ଼ିଶା ରିପୋର୍ଟର):  ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ଏକ ଅଟୋ ଓଲଟି ୧୧ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ  କିଛି ଛୋଟ ପିଲା ଥିବା ଜଣାଯାଇଛି।

ଆହତ ୧୧ଜଣଙ୍କ  ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଗଇଲୋ ଗାଁର ୧୪ ଜଣ ଏକ ଅଟୋରେ କାଲିଆଖମାର ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ଗଇଲୋ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପୁଲିସ ଅଟୋକୁ ଜବତ କରି  ଘଟଣାର ତଦନ୍ତ କରୁଛି। ଅଟୋରେ ଡ୍ରାଇଭର ସମେତ ୧୫  ଜଣ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।