ରାତି ଅଧରେ ଏସଟିଏଫ ଚଢ଼ାଉ; ୪ କୋଟିର ବ୍ରାଉନସୁଗର ସାଙ୍ଗକୁ ନଗଦ ୬୫ ଲକ୍ଷ ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ ମସିହାରୁ ଏସଟିଏଫ ଡ୍ରଗ୍ସ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏବେ ମିଳିଛି ବଡ଼ ସଫଳତା। ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍‌ର ଏକ ଟିମ୍‌  ନୟାଗଡ ସିନ୍ଦୁରିଆ ନିକଟରେ ଏକ ଘର ଉପରେ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ । […]

nayagada

nayagada

Niharika Rout
  • Published: Tuesday, 25 January 2022
  • Updated: 25 January 2022, 02:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ ମସିହାରୁ ଏସଟିଏଫ ଡ୍ରଗ୍ସ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏବେ ମିଳିଛି ବଡ଼ ସଫଳତା। ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍‌ର ଏକ ଟିମ୍‌  ନୟାଗଡ ସିନ୍ଦୁରିଆ ନିକଟରେ ଏକ ଘର ଉପରେ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ।  ଏହି ଘଟଣାରେ ଏସଟିଏଫ୍‌ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜିବାକୁ ତଲାସୀ ଜାରି ରହିଥିବା ଜଣାଯାଇଛି।

[caption id="attachment_708969" align="aligncenter" width="650"]nayagada ଏସ୍‌ଟିଏଫ ଦ୍ୱାରା ଜବତ ଟଙ୍କା ।[/caption]

ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଟିଏଫ୍‌ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ ରାତିରେ ଏକ ଟିମ୍‌ ନୟାଗଡ଼ ପିଡବ୍ଲୁଡି ଲେନ୍‌ସ୍ଥିତ ଏକ ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ପାଖାପାଖି ୩ କେଜି ୧୦୦ ଗ୍ରାମ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ  ହୋଇଛି। ଏହାବାଦ ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ୩ଟି ମାଗାଜିନ୍ ଏବଂ ୪୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି ।  ଚଢାଉ ବେଳେ STF ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରି ପଳାଇଛି।

ଏହି ଗ୍ୟାଙ୍ଗରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଖୁବ୍‌ଶୀଘ୍ର ସେମାନଙ୍କୁ ଖୋଜି ବାହର କରାଯିବ  ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ADG ।

ଏଥିସହ ଏଡିଜି କହିଛନ୍ତି, ୨୦୨୦ ମସିହାଠୁ ଏସଟିଏଫ ଡ୍ରଗ୍ସ ବିରୋଧରେ ସ୍ପେଶାଲ ଅଭିଯାନ ଚଳାଇଥିବା ବେଳେ ଏ ଯାଏ ୪୭ କେଜି ବ୍ରାଉନସୁଗର ଜବତ କରିଛି । ଏଥିରେ ସମ୍ପୃକ୍ତି ଅଭିଯୋଗରେ ୧୨୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବେନିୟମ ଭାବେ ବ୍ୟବହୃତ ହେଉଥିବା ୬୭ଟି ବନ୍ଧୁକ ଜବତ ହୋଇଛି। ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ।

ପରିବା ଦୋକାନରେ ଅବକାରୀ ଚଢ଼ାଉ, ପିଆଜ, ରସୁଣ ଭିତରେ ଲୁଚା ହୋଇଥିଲା ବ୍ରାଉନସୁଗର

ଗତକାଲି ରାତିରେ ନୟାଗଡ଼ରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଥିବା ବେଳେ ଆଜି ସକାଳୁ ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ। ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ୍ ଚଢାଉ କରି ଜଣେ ପରିବା ଦୋକାନୀଙ୍କୁ ଗିରଫ କରିଛି  ।

[caption id="attachment_708970" align="aligncenter" width="650"]khorda ପରିବା ଦୋକାନରେ ଅବକାରୀ ଚଢ଼ାଉ ।[/caption]

ସାମାନ୍ତରାପୁର ଓ ପ୍ରାଣୀଧନ ନିରୀକ୍ଷକଙ୍କ ଅଫିସ୍ ନିକଟରେ ଥିବା ଏକ  ପରିବା ଦୋକାନରେ ଚଢାଉ କରି ପ୍ରାୟ ୨୭୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧୀକ ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲ । ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପରିବା ଦୋକାନୀଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos