ଆଜି ବିଶ୍ୱ ମାତୃ ଦିବସ: ବାଲୁକାକଳା ମାଧ୍ୟମରେ ମା’ଙ୍କୁ ସମ୍ମାନ

ପୁରୀ: ଆଜି ବିଶ୍ୱ ମାତୃ ଦିବସ। ଏହି ଅବସରରେ ପୁରୀ ଲାଇଟ୍‌ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ସୁନ୍ଦର ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ବାଲୁକାକଳା ମାଧ୍ୟମରେ ସେ  ମା’ଙ୍କୁ ସମ୍ମାନ ଜଣାଇଛନ୍ତି । ମା’ର ସ୍ନେହ ଓ ଆବେଗର ଭାବକୁ ଅତି ନିଖୁଣ ଭାବେ ସେ ବାଲୁକାମୂର୍ତ୍ତିରେ ଦର୍ଶାଇଛନ୍ତି ।