କଣ୍ଟାବାଞ୍ଜି (ସୁରଦାସ ବାଗ): ବାଇକ୍କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍ ଚାଳକ ଖଣ୍ଡନ କରିଛନ୍ତି।
ବେଲ୍ପଡ଼ା ଗାଁର ସୁଶାନ୍ତ କୁମାର ମେହେର ଆଜି କଣ୍ଟାବାଞ୍ଜିରୁ ଘରକୁ ଫେରୁଥିଲେ। କୁର୍ଲି ଛକରେ ପରିବହନ କର୍ମଚାରୀମାନେ ତାଙ୍କ ବାଇକ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର ସେ ପରିବହନ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଯେଉଁଥିପାଇଁ ପରିବହନ ବିଭାଗ ତାଙ୍କ ଉପରେ ୨୦୦୦ ଟଙ୍କା ଜୋରିମାନା କରିଥିଲା। ଶ୍ରୀ ମେହେର ସାଧାରଣ ନିୟମ ଉଲ୍ଲଂଘନ କରିଥିବାରୁ ୫୦୦, ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଉଥିବାରୁ ୫୦୦୦ ଓ ମଦ ପିଇ ଗାଡ଼ି ଚଲାଉଥିବାରୁ ୧୦୦୦୦ ଜୋରିମାନା କରିଥିଲେ। କିନ୍ତୁ ଶ୍ରୀ ମେହେର ମଦ ପିଇବାକୁ ଖଣ୍ଡନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟ ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା, ୨୦୨୫-୨୬ରେ ୮.୫% ହାରରେ ଅଭିବୃଦ୍ଧି ଲକ୍ଷ୍ୟ
ପ୍ରଥମଥର ପାଇଁ ରାଜ୍ୟର ଅର୍ଥନୀତିକ ସର୍ଭେ ରିପୋର୍ଟର କଭରପୃଷ୍ଠାରେ ‘ବିକଶିତ ଭାରତ’ର ସ୍ଲୋଗାନ ସ୍ଥାନ ପାଇଛି ।

Politics
କଂଗ୍ରେସକୁ କେଉଁମାନେ ଫେରିବେ?
ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ପଳାଇଛନ୍ତି, ସେମାନଙ୍କୁ ପୁଣି ଥର ଦଳକୁ ଫେରିବାକୁ ନିବେଦନ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ। ତେଣୁ ଏବେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଛାଡ଼ିଥିବା ନେତାଙ୍କ ଉପରେ।

Politics
ରୋକଠୋକ ପ୍ରଶ୍ନର ରୋକଠୋକ ଜବାବ ଦେଲେ ଟଙ୍କଧର
ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବା ଦରକାର କି ? କ’ଣ କହିଛନ୍ତି ଟଙ୍କଧର ତ୍ରିପାଠୀ?

Politics
୪ ବର୍ଷ ବିତିଲା, ଓଡ଼ିଶାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ‘ଇ-ବିଧାନସଭା’: ସାର୍ବଜନୀନ ହେଉନି ପ୍ରଶ୍ନୋତ୍ତର
୧୩ ତାରିଖରୁ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆସନ୍ତା ସୋମବାର ବାର୍ଷିକ ବଜେଟ୍ ଉପସ୍ଥାପନ ହେବ ।

Crime
ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍
ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍କୁ ଫୋପାଡ଼ି ଦେଇଥିଲେ।