ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା, କହିଲେ ବିଜେଡି ଅଫିସ୍ ସିଲ୍‌କୁ ଅପେକ୍ଷା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅଫିସ୍ ସିଲ କରାଯିବା ପରେ ବିଜେପି ସାସଂଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ପ୍ରମାଣ ସ୍ୱରୁପ ବିଜେଡି ନେତା ଏବଂ ମନ୍ତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସମୟରେ କରାଯାଇଥିବା କୋଭିଡ୍ ନିୟମର ଉଲ୍ଲଙ୍ଘନ ନେଇ ସେ ଅନେକ ଦସ୍ତାବିଜ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ ଯଦିଓ ଏପର୍ଯ୍ୟନ୍ତ ତାଙ୍କ ଅଫିସରେ କିମ୍ବା କୌଣସି ସହଯୋଗୀଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ପ୍ରକାଶ ପାଇନାହିଁ ତଥାପି […]

aparajita

aparajita

Ranjit Kumar Jena
  • Published: Monday, 12 October 2020
  • Updated: 12 October 2020, 01:25 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅଫିସ୍ ସିଲ କରାଯିବା ପରେ ବିଜେପି ସାସଂଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ପ୍ରମାଣ ସ୍ୱରୁପ ବିଜେଡି ନେତା ଏବଂ ମନ୍ତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସମୟରେ କରାଯାଇଥିବା କୋଭିଡ୍ ନିୟମର ଉଲ୍ଲଙ୍ଘନ ନେଇ ସେ ଅନେକ ଦସ୍ତାବିଜ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ ଯଦିଓ ଏପର୍ଯ୍ୟନ୍ତ ତାଙ୍କ ଅଫିସରେ କିମ୍ବା କୌଣସି ସହଯୋଗୀଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ପ୍ରକାଶ ପାଇନାହିଁ ତଥାପି ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାର୍ଯ୍ୟାଳୟ ସିଲ କରିଦିଆଯାଇଛି।

ତେବେ ଭୁବନେଶ୍ୱର ମହାନଗର ନିଗମର(ବିଏମସି) ଏଭଳି ତତ୍ପରତାକୁ ସେ ପ୍ରଶଂସା କରିବା ସହିତ ବିଜେଡି ‍କ୍ଷେତ୍ରରେ ବିଏମସି କାହିଁକି ଏହି ତତ୍ପରତା ଦେଖାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଖୁଲମଖୁଲା କୋଭିଡ ନିୟମର ଉଲ୍ଲଙ୍ଘନ ହୋଇଥିଲେ ମଧ୍ୟ ଏହି ଅଫିସଟିକୁ ସିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ କେବେ ନିର୍ଦ୍ଦେଶ ଦେବେ ତାହା ଦେଖିବାକୁ ବାକି ରହିଲା ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ବାରମ୍ବାର ତାଙ୍କୁ ହଇରାଣ କରାଗଲେ ମଧ୍ୟ ଲୋକଙ୍କ କାମ କରିବାରୁ ସେ ବିଚ୍ୟୁତ ହେବେନାହିଁ ବୋଲି ଲେଖିଛନ୍ତି। ବିଗତ ଦୁଇଦିନ ହେଲା ସେ ରାଜମାର୍ଗରେ ବସି ଜନଶୁଣାଣି କରୁଛନ୍ତି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଅପରାଜିତା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଅପରାଜିତା ତାଙ୍କ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ବିରୋଧରେ କେନ୍ଦ୍ରରେ ଫେରାଦ ହୋଇଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜେ ଅନେକ ସମୟରେ କୋଭିଡ ନିୟମର ଅନୁପାଳନ କରିନାହାନ୍ତି। ସୋଶାଲ ମିଡିଆରେ ଏନେଇ ତାଙ୍କ ଫଟୋ ଏବଂ ଭିଡିଓ ଘୂରି ବୁଲୁଛି। ପୁରୀ ସ୍ୱର୍ଗଦ୍ୱାର ଠାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ବେଳେ ଖୋଦ୍ ଏସପିଙ୍କ ଉପସ୍ଥିତିରେ କୋରୋନା କଟକଣାକୁ ଫୁ କରିଦିଆଗଲା। ଏଥିରେ ରାଜ୍ୟ ଗଣଶି‍କ୍ଷା ମନ୍ତ୍ରୀ ସମୀର ଦାଶ ଛାଡ଼ ପାଇଯାଇଥିବା ବେଳେ ବିଧାୟକ ଉମା ସାମନ୍ତରାୟ ‍କ୍ଷମାମାଗି ତାଙ୍କ କାମ ଶେଷ କରିଦେଇଛନ୍ତି। ତେବେ ଏମାନେ ସମସ୍ତେ ବିଜେଡି ସହିତ ସମ୍ପୃକ୍ତ ଥିବା କରାଣରୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ପଛଘୁଞ୍ଚା ଦେଉଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି।

ବିଜେଡିର ପାୱାରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ପାଳନ ବେଳେ କିଭଳି କୋଭିଡ କଟକଣା ପାଳନ କରାଯାଇଥିଲା ତାହା ସମସ୍ତେ ଦେଖିଛନ୍ତି। ତେବେ ତାଙ୍କ ବେଳକୁ ଲ' ଏନଫୋର୍ସମେଣ୍ଟ ଏଜେନ୍ସି ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଭୁବନେଶ୍ୱର ମଧ୍ୟ ଏବଂ ଉତ୍ତର ବିଧାୟକଙ୍କ ସମେତ ଚାନ୍ଦବାଲି ଏବଂ ରାଉରକେଲା ବିଧାୟକ ମଧ୍ୟ ଏହାର ଉଲ୍ଲଙ୍ଘନ କରିଛନ୍ତି। ସେମାନଙ୍କ ବିରୋଧରେ ଏଯାଏଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସେ ଚିଠିରେ ଲେଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିର ଉତ୍ତର ଦେବା ସହିତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅପରାଜିତା ତାଙ୍କ ଚିଠିରେ ଆଶାବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos