ସାଂସଦ ଜୋରିମାନା ଦେଲେ, ମନ୍ତ୍ରୀଙ୍କଠୁ ଆଦାୟ କରିବ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ କର୍ମୀମାନଙ୍କୁ ଭେଟିବାବେଳେ ସାମାଜିକ ଦୂରତ୍ୱ ପାଳନ କରିନଥିବା ଯୋଗୁ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଭାବେ ଜୋରିମାନା ଦେଇଛନ୍ତି। ଅପରାଜିତାଙ୍କ ସହ ଥିବା ଅନ୍ୟ ୨୧ଜଣ ମଧ୍ୟ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରିବା କାରଣରୁ ଜୋରିମାନା ଦେଇଛନ୍ତି । ମାତ୍ର ସାମାଜିକ ଦୂରତ୍ୱ ନିୟମକୁ ନିୟମିତ ଭଙ୍ଗ କରୁଥିବା ଶାସକ ଦଳର ନେତା ଓ ମନ୍ତ୍ରୀଙ୍କୁ ଛୁଇଁବାକୁ କମିଶନରେଟ ପୁଲିସ ସାହାସ କରିପାରୁନି। ୨ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ […]

bjd

bjd

Manoranjan Sial
  • Published: Thursday, 04 June 2020
  • Updated: 04 June 2020, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ କର୍ମୀମାନଙ୍କୁ ଭେଟିବାବେଳେ ସାମାଜିକ ଦୂରତ୍ୱ ପାଳନ କରିନଥିବା ଯୋଗୁ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଭାବେ ଜୋରିମାନା ଦେଇଛନ୍ତି। ଅପରାଜିତାଙ୍କ ସହ ଥିବା ଅନ୍ୟ ୨୧ଜଣ ମଧ୍ୟ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରିବା କାରଣରୁ ଜୋରିମାନା ଦେଇଛନ୍ତି । ମାତ୍ର ସାମାଜିକ ଦୂରତ୍ୱ ନିୟମକୁ ନିୟମିତ ଭଙ୍ଗ କରୁଥିବା ଶାସକ ଦଳର ନେତା ଓ ମନ୍ତ୍ରୀଙ୍କୁ ଛୁଇଁବାକୁ କମିଶନରେଟ ପୁଲିସ ସାହାସ କରିପାରୁନି। ୨ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ ଖୋଲାଖୋଲି ସାମାଜିକ ଦୂରତ୍ୱ ନିୟମ ଭାଙ୍ଗିଥିଲେ ବି ସେମାନଙ୍କଠୁ ଜୋରିମାନା ଆଦାୟ କରିବା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ ପୁଲିସ ସକ୍ଷମ ହୋଇପାରିନି।

ସୂଚନା ଅନୁସାରେ, ୩ତାରିଖରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଦଳୀୟ କାର୍ଯ୍ୟରେ ଯାଇ ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଘଂନ କରିବା ଅଭିଯୋଗରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ଅନ୍ୟ ୨୧ଜଣ ବିଜେପି କର୍ମୀଙ୍କଠୁ ଫାଇନ୍ ଆଦାୟ ହୋଇଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଏହାସହିତ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଭାବେ ୧୦୦ଟଙ୍କା ଫାଇନ୍ ଦେଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଜେଡି ନେତାମାନେ ନିୟମିତ ସାମାଜିକ ଦୂରତ୍ୱ ନିୟମକୁ ଭାଙ୍ଗୁଥିବାବେଳେ ସେମାନଙ୍କ ଉପରେ ପୁଲିସ କିମ୍ବା ଗଣମାଧ୍ୟମର ନଜର ପଡ଼ୁନି।

ଜୁନ୍ ୨ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ସାମାଜିକ ଦୂରତ୍ୱ ଓ କୋଭିଡ୍ ପରିଚାଳନା ନିୟମକୁ ଉଲ୍ଲଘଂନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାତ୍ର ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ଦଳର ପ୍ରାୟ ୨୭ରୁ ଅଧିକ ନେତା ଉପସ୍ଥିତ ଥିଲେ ବୋଲି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଥିଲା। ଉଠାଜଳସେଚନ ନିଗମ ଅଧ୍ୟକ୍ଷ ତଥା ଯୁବ ବିଜେଡି ସଭାପତି ଶ୍ରୀ ପତ୍ରୀଙ୍କ ଉପସ୍ଥିତିରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଖୋଦ୍ ଦଳ ପକ୍ଷରୁ ଦିଆଯାଇଥିବା ଫଟୋରେ ମନ୍ତ୍ରୀ ଶ୍ରୀ ଦାସ ଓ ଶ୍ରୀ ପତ୍ରୀ ଖୋଲାଖୋଲି ଭାବେ ଦଳୀୟ କର୍ମୀମାନଙ୍କ ସହ ସାମାଜିକ ଦୂରତ୍ୱ ଉଲ୍ଲଘଂନ କରିଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଦଳର ଅନ୍ୟ ପ୍ରଭାବଶାଳୀ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ଦାସ ଓ ଦଳୀୟ କର୍ମୀମାନେ ସାମାଜିକ ଦୂରତ୍ୱ ଭଙ୍ଗ କରିଥିବାର ଏହି କାର୍ଯ୍ୟକ୍ରମ କ’ଣ କମିଶନରେଟ ପୁଲିସ ନଜରକୁ ଆସିପାରିନି ନା ପୁଲିସ ଜାଣିଶୁଣି ଆଖିବୁଜି ଦେଇଛି।

ସେହିପରି କରୋନା ଲଢ଼େଇରେ ନିଜକୁ ଦୀର୍ଘଦିନ ଧରି ଦୂରେଇ ରଖିଥିବା ବିଜେଡିର ‘ମୋ ପରିବାର’ ଏବେ ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛି। ଶ୍ରମିକଙ୍କୁ ସହାୟତା କରିବାକୁ ରିଲିଫ୍ ପ୍ୟାକେଟ୍ ବାଣ୍ଟିବାବେଳେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ଅନ୍ୟ ଦଳୀୟ କର୍ମୀମାନେ ଖୋଲାଖୋଲି ସାମାଜିକ ଦୂରତ୍ୱକୁ ଭାଙ୍ଗିଛନ୍ତି।ବିଜେଡିର ନେତାମାନେ ନିୟମିତ ଭାବେ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଡଇଲାଇନ୍ ଉଲ୍ଲଘଂନ କରୁଥିବାବେଳେ ସେମାନଙ୍କ ପ୍ରତି ଆଖିବୁଜି ଦେଇଥିବା ପୁଲିସ ଏବେ ଅଚାନକ ବିଜେପି ନେତାମାନଙ୍କୁ ଟାର୍ଗେଟ୍ କରି ଫାଇନ୍ ଆଦାୟ କରିବାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story