ମୁଖ୍ୟ ଶାସନ ସଚିବଙ୍କ ଅନୁମତି ବିନା ଛୁଟିରେ ଯାଇପାରିବେନି ନବକଳେବର ଦାୟିତ୍ୱରେ ଥିବା ଅଧିକାରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବକଳେବର ଦାୟିତ୍ୱରେ ଥିବା ଅଧିକାରୀମାନେ ରଥଯାତ୍ରା ନସରିବା ପର୍ଯ୍ୟନ୍ତ ଛୁଟିରେ ଯାଇପାରିବେ ନାହିଁ। ଛୁଟିରେ ଯିବାକୁ ହେଲେ ସେମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ନେବାକୁ ପଡ଼ିବ। ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ପରେ ନବକଳେବର ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ସମସ୍ତ ବରିଷ୍ଠ ପ୍ରଶାସକମାନେ ନବକଳେବର ଓ ରଥଯାତ୍ରା କାମ ତଦାରଖ କରିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ […]

naveen

naveen

Rakesh Mallick
  • Published: Monday, 22 June 2015
  • Updated: 22 June 2015, 01:55 PM IST

Sports

Latest News

ଭୁବନେଶ୍ୱର: ନବକଳେବର ଦାୟିତ୍ୱରେ ଥିବା ଅଧିକାରୀମାନେ ରଥଯାତ୍ରା ନସରିବା ପର୍ଯ୍ୟନ୍ତ ଛୁଟିରେ ଯାଇପାରିବେ ନାହିଁ। ଛୁଟିରେ ଯିବାକୁ ହେଲେ ସେମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ନେବାକୁ ପଡ଼ିବ। ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ପରେ ନବକଳେବର ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ସମସ୍ତ ବରିଷ୍ଠ ପ୍ରଶାସକମାନେ ନବକଳେବର ଓ ରଥଯାତ୍ରା କାମ ତଦାରଖ କରିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ବିଭାଗର ସଚିବ ମାନେ କାର୍ଯ୍ୟ ତଦାରଖ ପାଇଁ ସେମାନଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ପୁରୀରେ ନିୟୋଜିତ କରିବେ। ମୁଖ୍ୟ ଶାସନ ସଚିବ ସାମୂହିକ ଦାୟିତ୍ୱରେ ରହିବେ। ସେ ଅଚାନକ ପୁରୀ ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ।

ସେହିପରି ନବକଳେବର ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ପୁରୀ ଜିଲ୍ଲାର କୌଣସି ବିଭାଗର ଅଧିକାରୀମାନେ ଛୁଟିରେ ଯାଇ ପାରିବେନି ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ।

ନବକଳେବର କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ତାଗିଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos