ଭଲଖବର: ମୁସ୍‌ଲିମ୍ କଲେ ବ୍ରାହ୍ମଣର ବ୍ରତଘର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ପଣିଆ ଆଗରେ ହାର ମାନିଛି ଜାତିପ୍ରଥା। ପ୍ରତିଭା ଆଶ୍ରମ ଆନୁକୂଲ୍ୟରେ ଆଜିର ଶୁଭ ଅବସରରେ ଆଶ୍ରମର ପ୍ରତିପାଳିତ ଚିଣ୍ଟୁ ମିଶ୍ରଙ୍କର ବ୍ରତୋପନୟନ ଆର୍ଯ୍ୟ ସମାଜର ନୀତିନିୟମ ଅନୁସାରେ ୭ ତାରିଖ (ରବିବାର) ଅନୁଷ୍ଠିତ ହୋଇଯାଇଛି। ପ୍ରତିଭା ଆଶ୍ରମର ପ୍ରତିଷ୍ଠାତା ତଥା ସମ୍ପାଦକ ମହମ୍ମଦ ଜାହିରଙ୍କର ଅଦ୍ୟମ ଉତ୍ସାହ, ନିଷ୍ଠା, ଆନ୍ତରିକତା ଏବଂ ବଳିଷ୍ଠ ନେତୃତ୍ୱ ସହ ସର୍ବଧର୍ମ ଏକ ମନୋଭାବ ଯୋଗୁ ଏହି ବ୍ରତୋପୟନ ସର୍ବାଙ୍ଗ ସୁନ୍ଦର ହୋଇପାରିଛି। ଏହି ଆଶ୍ରମଟି […]

chintu

chintu

Ranjit Kumar Jena
  • Published: Tuesday, 09 February 2021
  • Updated: 09 February 2021, 07:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ପଣିଆ ଆଗରେ ହାର ମାନିଛି ଜାତିପ୍ରଥା। ପ୍ରତିଭା ଆଶ୍ରମ ଆନୁକୂଲ୍ୟରେ ଆଜିର ଶୁଭ ଅବସରରେ ଆଶ୍ରମର ପ୍ରତିପାଳିତ ଚିଣ୍ଟୁ ମିଶ୍ରଙ୍କର ବ୍ରତୋପନୟନ ଆର୍ଯ୍ୟ ସମାଜର ନୀତିନିୟମ ଅନୁସାରେ ୭ ତାରିଖ (ରବିବାର) ଅନୁଷ୍ଠିତ ହୋଇଯାଇଛି। ପ୍ରତିଭା ଆଶ୍ରମର ପ୍ରତିଷ୍ଠାତା ତଥା ସମ୍ପାଦକ ମହମ୍ମଦ ଜାହିରଙ୍କର ଅଦ୍ୟମ ଉତ୍ସାହ, ନିଷ୍ଠା, ଆନ୍ତରିକତା ଏବଂ ବଳିଷ୍ଠ ନେତୃତ୍ୱ ସହ ସର୍ବଧର୍ମ ଏକ ମନୋଭାବ ଯୋଗୁ ଏହି ବ୍ରତୋପୟନ ସର୍ବାଙ୍ଗ ସୁନ୍ଦର ହୋଇପାରିଛି।

ଏହି ଆଶ୍ରମଟି ୨୦୧୩ ମସିହା ଫେବୃୟାରୀ ୧ ତାରିଖରେ ଜନ୍ମ ନେଇଥିଲା। ଏଠାରେ ପ୍ରତିପାଳିତ ଅନାଥ ପୁଅ ପିଲାମାନେ ସର୍ବଦା ସୁରକ୍ଷିତ, ସଂଜବତ ଓ ଶାନ୍ତିରେ ଅବସ୍ଥାନ କରି ଆସୁଛନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରାୟ ୩୦ଜଣ ପ୍ରତିପାଳିତ ଅନାଥ ପୁତ୍ରମାନଙ୍କୁ ଅତି ଶ୍ରଦ୍ଧା, ସ୍ନେହ ଦେଖାଇ ଆସୁଛନ୍ତି। ମହମ୍ମଦ ଜାହିର ୩୫ ବର୍ଷର ସୁଦକ୍ଷ, କର୍ମଷ୍ଠ, କଷ୍ଟସହିଷ୍ଣୁ ଉଦୀୟମାନ ଯୁବକ। ପିତା ଶେଖ ଅବଦୁଲ ଜବାର ଓ ପ୍ରତିଭା ଆଶ୍ରମର ପରିବାର ସମସ୍ତ ସଦସ୍ୟମାନେ ମନପ୍ରାଣ ଦେଇ ଏହି ପ୍ରତିଭା ଆଶ୍ରମର ପାଳିତମାନଙ୍କୁ ନିଜର ବୋଲି ମନେକରି ସର୍ବଦା ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ବିନ ସରକାରୀ ଅନୁଦାନରେ ବହୁତ କଷ୍ଟ ସହି ଏହି ଆଶ୍ରମକୁ ଚଳାଇ ଆସୁଛନ୍ତି ପ୍ରତିଷ୍ଠାତା ମହମ୍ମଦ ଜାହିର।

ବ୍ରତୋପୟନ ହୋଇଥିବା ବାଳକ ଜଣକ ହେଲେ ବ୍ରହ୍ମସ୍ଖରୀ ଚିଣ୍ଟୁ ମିଶ୍ର। ଚିଣ୍ଟୁ ଆଶ୍ରମର ନୀତି ନିୟମକୁ ନିଜ ଅନ୍ତରରୁ ମାନି ନେଇଛି। ୧୭ ବର୍ଷର ଏହି ବାଳକ ଜଣକ ବ୍ରାହ୍ମଣ ବୋଲି ଜଣାପଡ଼ିବାରୁ ବ୍ରତୋପୟନ କରିବା ଉଚିତ ବୋଲି ଆଶ୍ରମର ପ୍ରତିଷ୍ଠାତା ମହମ୍ମଦ ଜାହିର ହୃଦୟଙ୍ଗମ କଲେ ଏବଂ ଏହି କାର୍ଯ୍ୟକୁ ସେ ନିଜର ଭାବି ଖୁବ୍ ଆତ୍ମସନ୍ତୋଷ ମନେ କରିଛନ୍ତି।

ଚିଣ୍ଟୁ ମିଶ୍ରଙ୍କୁ ୧୩ ବୟସରୁ ଆଣି ପ୍ରତିପାଳିତ କରି ତାରି କୁ-ସଂସ୍କାରରୁ ଦୂରେଇ ରଖିଛନ୍ତି। ନିଜର ଅଦ୍ୟମ ଚେଷ୍ଟାରେ ଏବେ ଏଠାରେ ଚିଣ୍ଟୁ ମିଶ୍ର ଏକ ଆଦର୍ଶବାଦୀ ବାଳକ ଭାବରେ ଉଦୀୟମାନ। ଆଶ୍ରମର ଅନ୍ୟ ସମସ୍ତ ସହବାସୀଙ୍କ ସହ ସେ ଯେଉଁ ଶୃଙ୍ଖଳିତ ଜୀବନଯାପନ କରେ, ତାହା ଗୁରୁଜନମାନଙ୍କୁ ଅତିଥିମାନଙ୍କୁ ଯଥାମାନ୍ୟ ଅର୍ପଣ କରେ।

ଆଶ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶୃଙ୍ଖଳିତ ଜୀବନ ପାଇଁ ଗୁରୁତ୍ୱ ଦେଇଥାନ୍ତି ପ୍ରତିଷ୍ଠାତା ମହମ୍ମଦ ଜାହିର। ଏହି ଆଶ୍ରମରୁ ୩ ଜଣଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରି ନିଜ ଗୃହକୁ ନେଇଛନ୍ତି ବଦାନ୍ୟ ବ୍ୟକ୍ତିମାନେ। ଆହୁରି ମଧ୍ୟ କେତେକ ନିଖୋଜ ଶିଶୁପୁତ୍ରମାନଙ୍କୁ ତାଙ୍କ ବାପା- ମା ପାଖରେ ଫେରିପାଇଛନ୍ତି। ଏହିପରି ବହୁତ ସାମାଜିକ ତଥା ଧର୍ମ କାର୍ଯ୍ୟ ଏହି ଆଶ୍ରମରେ କରିଚାଲିଛନ୍ତି। ଓଡ଼ିଶା ତଥା ଦେଶବିଦେଶରେ ଏହି ଅନୁଷ୍ଠାନକୁ କ୍ରମଶଃ ଲୋକପ୍ରିୟତା ଅର୍ଜନ କରିଚାଲିଛି। ଏହି ପବିତ୍ର ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ସମସ୍ତ ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷା ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos