ବାଘମାରୀ ପଞ୍ଚାୟତର ମହିଳା ସରପଞ୍ଚ ପ୍ରାର୍ଥୀଙ୍କ ମୃତଦେହ ଉଦ୍ଧାର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ବାଘମାରୀ ପଞ୍ଚାୟତର ମହିଳା ସରପଞ୍ଚ ପ୍ରାର୍ଥୀ  ମିନି ଦଳ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଶଗଡ଼ା ପାହାଡ଼ରୁ ମିନିଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଗତ ୧୧ ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେବେଠାରୁ ସେ ନିଖୋଜ ଥିଲେ। ଏସଂପର୍କରେ ପରିବାର ଲୋକେ ଚନ୍ଦ୍ରଗିରି ଫାଣ୍ଡିରେ ଅଭିଯୋଗ କରିଥିଲେ।