ନବ ଦିଗନ୍ତ ଚିଟଫଣ୍ଡ୍ ଠକେଇ: ଆଜି କମ୍ପାନୀ ସିଏମଡିଙ୍କ ବିରୋଧରେ ହେବ ଦଣ୍ଡ ବିଧାନ

ଭୁବନେଶ୍ୱର: ନବ ଦିଗନ୍ତ ଚିଟଫଣ୍ଡ୍  ଠକେଇ ମାମଲାରେ କମ୍ପାନୀ ସିଏମଡି ଅଞ୍ଜନ ବଳିଆର ସିଂଙ୍କ ବିରୋଧରେ କୋର୍ଟ ଆଜି ଦଣ୍ଡ ବିଧାନ ଘୋଷଣା କରିବେ। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୁଇ ଦିନ ତଳେ ଅଞ୍ଜନଙ୍କ ବୟାନ ରେକର୍ଡ ହୋଇଥିଲା। ଠକେଇ ଘଟଣାରେ ଅଞ୍ଜନ ପୂର୍ବରୁ ନିଜ ଦୋଷ ସ୍ୱୀକାର କରିଛନ୍ତି। ଏହି କମ୍ପାନୀ ଚିଟଫଣ୍ଡ ନାଁରେ ଲୋକଙ୍କଠାରୁ ପ୍ରାୟ ୮ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୋଟ ୬ ଜଣଙ୍କ […]

chit

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 08:00 AM IST

ଭୁବନେଶ୍ୱର: ନବ ଦିଗନ୍ତ ଚିଟଫଣ୍ଡ୍  ଠକେଇ ମାମଲାରେ କମ୍ପାନୀ ସିଏମଡି ଅଞ୍ଜନ ବଳିଆର ସିଂଙ୍କ ବିରୋଧରେ କୋର୍ଟ ଆଜି ଦଣ୍ଡ ବିଧାନ ଘୋଷଣା କରିବେ। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୁଇ ଦିନ ତଳେ ଅଞ୍ଜନଙ୍କ ବୟାନ ରେକର୍ଡ ହୋଇଥିଲା। ଠକେଇ ଘଟଣାରେ ଅଞ୍ଜନ ପୂର୍ବରୁ ନିଜ ଦୋଷ ସ୍ୱୀକାର କରିଛନ୍ତି।

ଏହି କମ୍ପାନୀ ଚିଟଫଣ୍ଡ ନାଁରେ ଲୋକଙ୍କଠାରୁ ପ୍ରାୟ ୮ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୋଟ ୬ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ହୋଇଛି। ସାଂସଦ ରାମଚନ୍ଦ୍ର ହାଂସଦା, ଦୁଇ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହୀତେଶ ବଗର୍ତ୍ତି ମଧ୍ୟ ସହ ଅଭିଯୁକ୍ତ ଅଛନ୍ତି ।କମ୍ପାନୀ ମୁଖ୍ୟ ଦୋଷ ସ୍ୱୀକାର କରିଥିବାରୁ ଆଜିର ରାୟ ଉପରେ ସମସ୍ତଙ୍କ ନଜର ରହିଛି।

Related story