ନବକଳେବର ମୋ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଥିଲା: ଗୋକୁଳ ଚନ୍ଦ୍ର ପତି

ଭୁବନେଶ୍ୱର: ନବେକଳେବର ଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍। ସୋମବାର ଚାକିରିରୁ ଅବସର ନେବା ଅବସରରେ ସେ ଏହି କଥା କହିଛନ୍ତି। ଗୋକୁଳ ଚନ୍ଦ୍ର ପତି କହିଥିଲେ ଯେ ସେ ବର୍ଷେ ଚାରି ମାସ ଧରି ମୁଖ୍ୟ ଶାସନ ସଚିବ ପଦବୀରେ ରହିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ଥିଲା ନବକଳେବର। ନବକଳେବର ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ହାତକୁ ନେଇଥିଲେ। ସେ […]

g.c.pati

g.c.pati

Rakesh Mallick
  • Published: Monday, 30 November 2015
  • Updated: 30 November 2015, 02:08 PM IST

ଭୁବନେଶ୍ୱର: ନବେକଳେବର ଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍। ସୋମବାର ଚାକିରିରୁ ଅବସର ନେବା ଅବସରରେ ସେ ଏହି କଥା କହିଛନ୍ତି।

ଗୋକୁଳ ଚନ୍ଦ୍ର ପତି କହିଥିଲେ ଯେ ସେ ବର୍ଷେ ଚାରି ମାସ ଧରି ମୁଖ୍ୟ ଶାସନ ସଚିବ ପଦବୀରେ ରହିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ଥିଲା ନବକଳେବର। ନବକଳେବର ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ହାତକୁ ନେଇଥିଲେ। ସେ ମୁଖ୍ୟ ଶାସନ ସଚିବ ପଦବୀରେ ଯୋଗ ଦେବା ବେଳେ ସେଥିରୁ କିଛି ପ୍ରକଳ୍ପ କାମ ପଛେଇ ଥିଲା। ସେଗୁଡ଼ିକୁ ଠିକ୍ ସମୟ ଶେଷ କରିବା ନେଇ ବଡ଼ ଦାୟିତ୍ୱ ରହିଥିଲା। କିନ୍ତୁ ଯାହାହେଉ ଖୁସିର କଥା ଯେ ସମସ୍ତଙ୍କ ସହଯୋଗ ଫଳରେ ନବକଳେବର କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଥିଲା। ନବକଳେବର ନେଇ ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ କାର୍ଯ୍ୟ କରିଥିଲେ ଓ ନବକଳେବର କାର୍ଯ୍ୟକୁ ଶୃଙ୍ଖଳାର ସହିତ ସଂପନ୍ନ କରାଯାଇଥିଲା।

ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଥିଲେ ଯେ ନବକଳେବର ବ୍ୟତୀତ ତାଙ୍କ ପାଇଁ ଆହୁରି ଅନେକ ଚ୍ୟାଲେଞ୍ଜ୍ ରହିଥିଲା। ରାଜ୍ୟରେ ଅନେକ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ କାରଣରୁ ବନ୍ଦ ହୋଇପଡ଼ିଥିଲା। ବିଶେଷକରି ଭିତ୍ତିଭୂମି ଆଧାରିତି ପ୍ରକଳ୍ପଗୁଡ଼ିକ ବନ୍ଦ ରହିଥିଲା। ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ତାଙ୍କ ପାଇଁ ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ୍ ହୋଇଥିଲା। ସେଥିରୁ ଅନେକଗୁଡ଼ିଏର ସମାଧାନ ହୋଇଛି। ଆଉ କେତେଗୁଡ଼ିଏ ସମାଧାନ ହେବାକୁ ବାକି ଅଛି। ସେ ଆଶା କରୁଛନ୍ତି ଯେ ଭବିଷ୍ୟତରେ ବାକି ରହିଥିବା ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆରମ୍ଭ ହେବ।

ସେ କହିଥିଲେ ଯେ ଓଡ଼ିଶାର ପ୍ରଶାସନିକ କ୍ଷେତ୍ରରେ କିଛି ଅସୁବିଧା ନାହିଁ। ଓଡ଼ିଶା ପ୍ରଶାସନରେ ବହୁ ଭଲ ଅଫିସର ରହିଛନ୍ତି। କେବଳ ସେମାନଙ୍କୁ ଭଲ ନେତୃତ୍ୱ ଦରକାର। ପ୍ରଶାସନିକ କ୍ଷେତ୍ରରେ ସେମାନଙ୍କୁ ଠିକଣା ନେତୃତ୍ୱ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ।

ଗୋକୁଳ ପତି କହିଥିଲେ ଯେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଭିନ୍ନ ମତ ରହେ। କେନ୍ଦ୍ରର କିଛି ପ୍ରସ୍ତାବ ରାଜ୍ୟକୁ ଭଲ ଲାଗେ ନାହିଁ। ସେହିପରି ରାଜ୍ୟ ସରକାରଙ୍କ କିଛି ପ୍ରସ୍ତାବ କେନ୍ଦ୍ରକୁ ଭଲ ଲାଗେ ନାହିଁ। ତେବେ ତା’ରି ମଧ୍ୟରେ ଆଲୋଚନା ମାଧ୍ୟମରେ କାର୍ଯ୍ୟ କରାଯାଏ।

ତାଙ୍କୁ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯିବ ବୋଲି ଆଲୋଚନା ଜୋର ଧରିଥିବା ବେଳେ ଏନେଇ ସେ କହିଥିଲେ ଯେ ପୁନଃନିଯୁକ୍ତି ଦେବା କି ନ ଦେବା ସଂପୂର୍ଣ୍ଣ ଭାବେ ସରକାରଙ୍କର ଅଧିକାର। ଏଯାବତ ତାଙ୍କୁ ଯାହା ଦାୟିତ୍ୱ ଦିଆଯାଇଆସିଅଛି ତାହାକୁ ସେ ଦାୟିତ୍ୱର ସହିତ ନିର୍ବାହ କରିଛନ୍ତି। ସେ ସବୁବେଳେ ସବୁ ଦାୟିତ୍ୱ ନେବା ପାଇଁ ରାଜି। ସରକାର ତାଙ୍କୁ ପୁନଃନିଯୁକ୍ତି ପାଇଁ ପ୍ରସ୍ତାବ ଦେଲେ ସେ ବିଚାର କରିବେ।

ଗୋକୁଳ ଚନ୍ଦ୍ର ପତି କହିଥିଲେ ଯେ ସେ ଜଣେ ସାଧାରଣ ନାଗରିକ ଭଳି ଅବସରକାଳୀନ ଜୀବନ ବିତାଇବେ।

ଆଜି ତାଙ୍କୁ ସଚିବାଳୟଠାରେ ସାଧାରଣ ପ୍ରଶାସନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story