ନାବାଳିକାକୁ ପୋଡ଼ି ହତ୍ୟା ଘଟଣା: ଏନ୍‌ଏଚ୍‌ଆରସି ଟିମ୍‌ର ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ମଧୁପୁର ଗାଁରେ ନାବାଳିକାକୁ ପୋଡ଼ି ହତ୍ୟା ଘଟଣାର ତଦନ୍ତ ଏନ୍‌ଏଚ୍‌ଆରସି ଆରମ୍ଭ କରିଛି। ଆଜି ଏନ୍‌ଏଚ୍‌ଆରସିର ପ୍ରତିନିଧି ଦଳ ଭବାନୀପାଟଣାରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ପ୍ରତିନିଧି ଦଳରେ ସ୍ପେଶାଲ ରାପୋର୍ଟିୟର ଓ ସ୍ପେଶାଲ ଷ୍ଟେଟ୍‌ କୋଅର୍ଡିନେଟର ଅଛନ୍ତି। ଜିଲ୍ଲାପାଳଙ୍କ ଉପସ୍ଥିତିରେ ଘଟଣା ନେଇ ଆଲୋଚନା କରାଯାଇଛି।