ସରକାରୀ କଳର ଅପାରଗତା ଯୋଗୁଁ ଚାଷୀଙ୍କ ପାଖରେ ପହଞ୍ଚି ପାରିଲାନି ଋଣ ଅର୍ଥ: ସାଂସଦ ନଗେନ୍ଦ୍ର ପ୍ରଧାନ

ସମ୍ବଲପୁର: ଫସଲ ହାନି ଓ ଋଣବୋଝ ଯୋଗୁଁ ରାଜ୍ୟର ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି କହି ସରକାରଙ୍କୁ ଅଡୁଆରେ ପକାଇଥିବା ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଶନିବାର ଚାଷୀ ଆତ୍ମହତ୍ୟା ନେଇ ପରୋକ୍ଷରେ ସରକାରୀ କଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଘୋଷଣା କରିଥିବା ୫ ହଜାର ୫ ଶହ କୋଟି ଟଙ୍କାର ଋଣ ଅର୍ଥ ଚାଷୀଙ୍କ ପାଖରେ ପହଞ୍ଚି ପାରିନି। ଆଉ ଏହା ଚାଷୀଙ୍କ ଆତ୍ମହତ୍ୟାର କାରଣ ପାଲଟିଛି। ସମବାୟ ବିଭାଗ ମାଧ୍ୟମରେ […]

nagendra pradhan

nagendra pradhan

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 03:48 PM IST

Sports

Latest News

nagendra pradhanସମ୍ବଲପୁର: ଫସଲ ହାନି ଓ ଋଣବୋଝ ଯୋଗୁଁ ରାଜ୍ୟର ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି କହି ସରକାରଙ୍କୁ ଅଡୁଆରେ ପକାଇଥିବା ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଶନିବାର ଚାଷୀ ଆତ୍ମହତ୍ୟା ନେଇ ପରୋକ୍ଷରେ ସରକାରୀ କଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଘୋଷଣା କରିଥିବା ୫ ହଜାର ୫ ଶହ କୋଟି ଟଙ୍କାର ଋଣ ଅର୍ଥ ଚାଷୀଙ୍କ ପାଖରେ ପହଞ୍ଚି ପାରିନି। ଆଉ ଏହା ଚାଷୀଙ୍କ ଆତ୍ମହତ୍ୟାର କାରଣ ପାଲଟିଛି। ସମବାୟ ବିଭାଗ ମାଧ୍ୟମରେ ଏହି ଋଣ ପ୍ରଦାନ କରାଯାଏ। କିନ୍ତୁ ପ୍ରଶାସନିକ କଳର ଅବହେଳା ଯୋଗୁଁ ଋଣ ଚାଷୀମାନଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ତେଣୁ କିଛି ଚାଷୀ ହାତ ଉଧାରି କରିବାକୁ ବାଧ୍ୟ ହେଲେ। ମହାଜନ ଓ ସ୍ୱୟଂ ସହାୟକ ସଂଗଠନଗୁଡ଼ିକରୁ ଅଧିକ ସୁଧରେ ଋଣ ନେଲେ। ଫଳରେ ସେମାନେ ନିଜର ଆର୍ଥିକ ଅବସ୍ଥାର ସନ୍ତୁଳନ ହରାଇଲେ।

ଅନ୍ୟପକ୍ଷରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ ସମବାୟ ବ୍ୟାଙ୍କଗୁଡ଼ିକ କାହାଠାରୁ ଘର ଅବା ଅନ୍ୟ କିଛି ବନ୍ଧକ ରଖି ଋଣ ଦିଅନ୍ତି ନାହିଁ। ତେଣୁ ଋଣ ଟଙ୍କା ଆଦାୟ ପାଇଁ ଘର କିମ୍ବା ଅନ୍ୟ କିଛି ଚାଲି ଯିବାର ଭୟ ନଥାଏ। ତେଣୁ ଚାଷୀ ସମବାୟରୁ ଋଣ ନେଇ ଶୁଝି ନ ପାରି ଆତ୍ମହତ୍ୟା କରିବାର କିଛି କାରଣ ନାହିଁ। କିଛି ଲୋକ ନିଜର ପତିଆରାକୁ ବୃଦ୍ଧି କରିବାକୁ ଚାଷୀ ଆତ୍ମହତ୍ୟାକୁ ଅଧିକ ରଙ୍ଗ ଦେଇ କହୁଛନ୍ତି।

ତେବେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କହିଛନ୍ତି ଯେ ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ ଭଳି ଘଟଣାଟି ହୋଇଛି। ସାଂସଦ ନଗେନ୍ଦ୍ର ପ୍ରଧାନ ଯେଉଁ ପ୍ରସଙ୍ଗଟି ଉଠାଇଛନ୍ତି ତାହା ପୂରାପୂରି ସତ। ସେଥିପାଇଁ ତାଙ୍କୁ ସାଧୁବାଦ ଦେବା ଉଚିତ୍। ସରକାର ଏବେ ଜବାବ ଦେବା ଉଚିତ ଯେ ମଂଜୁର ଋଣ  ଅର୍ଥ କାହିଁକି ଚାଷୀମାନଙ୍କ ନିକଟରେ ପହଞ୍ଚି ପାରି ନ ଥିଲା।

ସେହିପରି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି ଯେ ସାଂସଦ ନଗେନ୍ଦ୍ର ଠିକ୍ କଥା କହିଛନ୍ତି। ସମବାୟ ବିଭାଗର ପ୍ରଶାସନିକ କଳର ଅପାରଗତା ଯୋଗୁଁ ଚାଷୀମାନଙ୍କ ପାଖରେ ଋଣ ପହଞ୍ଚି ପାରି ନାହିଁ। ସମବାୟ ବିଭାଗର କିଛି ଅସାଧୁ କର୍ମଚାରୀ ଘୋଟାଲା କରି ବଡ଼ ବଡ଼ିଆ ଲୋକଙ୍କୁ ଋଣ ଦେଉଛନ୍ତି। କିନ୍ତୁ ଯେଉଁମାନେ ଋଣ ପାଇବା ପାଇଁ ହକଦାର ସେମାନେ ପାଇ ପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story