ନନ୍ଦନକାନନ: ବଢ଼ୁଛି ରାଜସ୍ୱ, ବଦଳିଛି କି ସ୍ଥିତି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ନନ୍ଦନକାନନ ଚିଡ଼ିଆଖାନା ପର୍ଯ୍ୟଟନ ଦୃଷ୍ଟିରୁ ରାଜ୍ୟ ପାଇଁ ଆଶୀର୍ବାଦ। ଏପରିକି ସମଗ୍ର ବିଶ୍ୱରେ ଏହା ସ୍ୱତନ୍ତ୍ର। କାରଣ ଏହା ଏପରି ଏକ ଚିଡ଼ିଆଖାନା ଯାହା ଏକ ପ୍ରାକୃତିକ ଅଭୟାରଣ୍ୟ ମଧ୍ୟ। ଯୋଗାଯୋଗ ଦୃଷ୍ଟିରୁ ଏୟାରପୋର୍ଟ ଏବଂ ରେଲୱେ ଷ୍ଟେସନ୍‌ଠାରୁ ଖୁବ୍‌ ପାଖରେ ଅବସ୍ଥିତ ଏହି ଚିଡ଼ିଆଖାନା ରାଜସ୍ୱ ଦୃଷ୍ଟିରୁ ସଫଳ ସାବ୍ୟସ୍ତ ହୋଇଥିଲେ ହେଁ ଲଗାତାର ବିରଳ ପକ୍ଷୀ ଏବଂ ଜନ୍ତୁଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଜନ୍ତୁଙ୍କ ମୃତ୍ୟୁର […]

nandankanan

nandankanan

Subrat Kumar Nayak
  • Published: Saturday, 09 March 2019
  • Updated: 09 March 2019, 05:08 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ନନ୍ଦନକାନନ ଚିଡ଼ିଆଖାନା ପର୍ଯ୍ୟଟନ ଦୃଷ୍ଟିରୁ ରାଜ୍ୟ ପାଇଁ ଆଶୀର୍ବାଦ। ଏପରିକି ସମଗ୍ର ବିଶ୍ୱରେ ଏହା ସ୍ୱତନ୍ତ୍ର। କାରଣ ଏହା ଏପରି ଏକ ଚିଡ଼ିଆଖାନା ଯାହା ଏକ ପ୍ରାକୃତିକ ଅଭୟାରଣ୍ୟ ମଧ୍ୟ। ଯୋଗାଯୋଗ ଦୃଷ୍ଟିରୁ ଏୟାରପୋର୍ଟ ଏବଂ ରେଲୱେ ଷ୍ଟେସନ୍‌ଠାରୁ ଖୁବ୍‌ ପାଖରେ ଅବସ୍ଥିତ ଏହି ଚିଡ଼ିଆଖାନା ରାଜସ୍ୱ ଦୃଷ୍ଟିରୁ ସଫଳ ସାବ୍ୟସ୍ତ ହୋଇଥିଲେ ହେଁ ଲଗାତାର ବିରଳ ପକ୍ଷୀ ଏବଂ ଜନ୍ତୁଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଜନ୍ତୁଙ୍କ ମୃତ୍ୟୁର କାରଣ ବିଭିନ୍ନ ପ୍ରକାର ହୋଇଥିଲେ ଏହାକୁ ଏଡ଼ାଇବା ପାଇଁ ବିଭିନ୍ନ ବିକଳ୍ପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଆସିଛି ।

ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଆରଟିଆଇ ଯୋଗେ ପାଇଥିବା ତଥ୍ୟ ଅନୁଯାୟୀ, ଗତ ୫ ବର୍ଷର ପରିଦର୍ଶକଙ୍କ ସଂଖ୍ୟାକୁ ହିସାବକୁ ନେଲେ ଜଣାଯାଏ ପ୍ରତିବର୍ଷ ହାରାହାରି ୩୦ ଲକ୍ଷ ଲୋକ ଚିଡ଼ିଆଖାନା ବୁଲିବାକୁ ଆସିଥାନ୍ତି । ତେବେ ୫ ବର୍ଷରେ ସେମାନଙ୍କଠାରୁ ପ୍ରବେଶ ଟିକେଟରୁ ମୋଟ ୫୧ କୋଟି ଟଙ୍କାର ଆୟ ହୋଇଥିବାବେଳେ ଚିଡ଼ିଆଖାନାର ପରିଚାଳନା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଜୀବଜନ୍ତୁ ମାନଙ୍କ ମୃତ୍ୟୁ ପଛରେ ପରସ୍ପର ସହ ଲଢ଼େଇ, ବିଭିନ୍ନ ରୋଗ, ସଂକ୍ରମଣ ଏବଂ ଚାପ ଭଳି କାରଣ ଦର୍ଶାଯାଉଥିଲେ ହେଁ ନନ୍ଦନକାନନର ଭିତ୍ତିଭୂମିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ନହେବା ଚିନ୍ତାର କାରଣ ପାଲଟିଛି । ଆଗକୁ ଖରାଦିନ ଆସୁଥିବାରୁ ଏହି ସମୟରେ ବିରଳ ଜୀବଜନ୍ତୁଙ୍କ ଜୀବନ ପ୍ରତି ରହିଥିବା ବିପଦକୁ କର୍ତ୍ତୃପକ୍ଷ ସାମ୍ନା କରିବା ଏକ ବଡ଼ ଆହ୍ୱାନ ସାଜିଛି।

ସ୍ଥନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ୨୦୧୫ରୁ ୨୦୧୮ ମଧ୍ୟରେ ମୋଟ ୨୪୬ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଛି। ଏହି ଅବଧିରେ ପ୍ରତିବର୍ଷ ଯଥାକ୍ରମେ ୬୦,୩୦,୩୫ ଏବଂ ୧୧, ଏହିପରି ମୋଟ ୧୩୮ଟି ପ୍ରାଣୀଙ୍କର ମୃତ୍ୟୁ ହୋଇଛି। ସେହିଭଳି ପକ୍ଷୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୯୨ ଏବଂ ସରୀସୃପଙ୍କ ମୃତ୍ୟୁ ସଂଖ୍ୟା ୧୬ ବୋଲି ଜଣାପଡ଼ିଛି ।

ବର୍ଷ ଅନୁଯାୟୀ ହିସାବ କଲେ ୨୦୧୫,୨୦୧୬, ୨୦୧୭ ଏବଂ ୨୦୧୮ରେ ଯଥାକ୍ରମେ ୧୦୦, ୪୯, ୭୪ ଏବଂ ୨୩ ଜଣ ଜୀବଜନ୍ତୁ ମୃତ୍ୟୁବରଣ କରିଥିଲେ ।

ତେବେ ବୟସ ଜନିତ ଏବଂ ଅନ୍ୟ ପ୍ରକୃତିଗତ ସମସ୍ୟାକୁ ଏଡ଼ାଇବା ଏକ ପ୍ରକାର ଅସମ୍ଭବ। କିନ୍ତୁ ସେମାନଙ୍କର ଅକାଳମୃତ୍ୟୁକୁ ଏଡ଼ାଇ ଦେଇହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏ ସମସ୍ତ ବିକଳ୍ପ ମଧ୍ୟରୁ କିଛି ହେଉଛି ସାଧନରେ ଉନ୍ନତି, ରୀତିମତ ଗବେଷଣା ଏବଂ ଚିକିତ୍ସକଙ୍କ ତାଲିମ। ନନ୍ଦନକାନନ ଭାରତର ଶ୍ରେଷ୍ଠ ଚିଡ଼ିଆଖାନା ହୋଇଥିବାବେଳେ ବିଦେଶରୁ ବା ବାହାର ଚିଡ଼ିଆଖାନାରୁ ଅଣାଯାଉଥିବା ଜୀବଜନ୍ତୁଙ୍କ ଚିକିତ୍ସାରେ ଉନ୍ନତି ପାଇଁ ଚିକିତ୍ସକମାନଙ୍କୁ ବିଦେଶରେ ତାଲିମ ଦିଆଯାଇ ପାରନ୍ତା ବୋଲି ମଧ୍ୟ କିଛି ବିଶେଷଜ୍ଞ ପ୍ରସ୍ତାବ ଦେଇଛନ୍ତି।

ଜୀବଜନ୍ତୁଙ୍କ ମୃତ୍ୟୁ ପ୍ରସଙ୍ଗକୁ ବାଦ୍‌ ଦେଲେ ଅନ୍ୟ ଏକ ସମସ୍ୟା ହେଉଛି କାଞ୍ଜିଆ ହ୍ରଦ। ନନ୍ଦନକାନନ ପଟକୁ ଥିବା ହ୍ରଦ ସୁରକ୍ଷିତ ଥିଲେ ମଧ୍ୟ ଯେଉଁ ଭାଗଟି ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗୁଛି ବା ରାସ୍ତା ପଟକୁ ଅଛି ତାହା ବିଭିନ୍ନ କାରଣ ଯୋଗୁ ଦୂଷିତ ହେଉଛି। ଏହାକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ନାପସନ୍ଦ କରି ଆସିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଏବଂ ଗବେଷଣାରେ ଉନ୍ନତି ଏହି ପର୍ଯ୍ୟଟନସ୍ଥଳୀର ଉନ୍ନତି ତଥା ଆକର୍ଷଣ ବୃଦ୍ଧିରେ ଯଥେଷ୍ଟ ସହାୟକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story