୨ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ଓ ବକେୟା ଅର୍ଥ ମାଗିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନକ୍ସଲଙ୍କ ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ବାହାର ରାଜ୍ୟର ନକ୍ସଲଙ୍କ ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଅତିରିକ୍ତ ଦୁଇ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହିତ ଏସଆରଇ ଯୋଜନାରେ ବାକିଥିବା ୨୨୭କୋଟି ଟଙ୍କା ଦେବାକୁ ସେ ଦାବି ଜଣାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ନକ୍ସଲ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକରେ ଶ୍ରୀ ପଟ୍ଟନାୟକ ୨ […]

Naveen-demands-deployment-of-2-battalions-and-pending-dues-in-Delhi-anti-naxal-meet

Naveen-demands-deployment-of-2-battalions-and-pending-dues-in-Delhi-anti-naxal-meet

Manoranjan Sial
  • Published: Monday, 26 August 2019
  • Updated: 26 August 2019, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନକ୍ସଲଙ୍କ ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ବାହାର ରାଜ୍ୟର ନକ୍ସଲଙ୍କ ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଅତିରିକ୍ତ ଦୁଇ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହିତ ଏସଆରଇ ଯୋଜନାରେ ବାକିଥିବା ୨୨୭କୋଟି ଟଙ୍କା ଦେବାକୁ ସେ ଦାବି ଜଣାଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ନକ୍ସଲ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକରେ ଶ୍ରୀ ପଟ୍ଟନାୟକ ୨ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ସହ ଗୋଟିଏ ହେଲିକପ୍ଟର ନିମନ୍ତେ ଦାବି କରିଛନ୍ତି। ଏହାସହିତ ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳର ୮୬୬ଟି ସ୍ଥାନରେ ତୁରନ୍ତ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।

ମାଓବାଦୀ ପ୍ରଭାବିତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୩୬ମାସ ମଧ୍ୟରେ ରେଳ ସଂଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହି ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ଓ ମୋଟ୍ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାର ଆବଶ୍ୟକତା ଥିବାରୁ ବ୍ୟାଙ୍କ ଭିତ୍ତିଭୂମି ସ୍ଥାପନ କରିବାକୁ ମଧ୍ୟ ନବୀନ ଅନୁରୋଧ କରିଛନ୍ତି। ଏସବୁ ବ୍ୟତୀତ ଏସଆରଇ ଯୋଜନାରେ ଓଡ଼ିଶାର ବାକି ଥିବା ୨୨୭କୋଟି ଟଙ୍କା ତୁରନ୍ତ ପ୍ରଦାନ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦ ଅର୍ଥ ଛାଡ଼ କରିବାକୁ ନବୀନ ଦାବି କରିଛନ୍ତି।

ବୈଠକରେ ନବୀନ କହିଛନ୍ତି ଯେ, ୨୦୧୮ ମସିହା ଓ ୨୦୧୯ ଅଗଷ୍ଟ ୧୫ତାରିଖ ସୁଦ୍ଧା ରାଜ୍ୟରେ ୨୬ଜଣ ନକ୍ସଲ ପ୍ରାଣ ହରାଇଥିବାବେଳେ ୮୫ଜଣ ଗିରଫ ଓ ୩୫ଜଣ ଆତ୍ମସର୍ମପଣ କରିଛନ୍ତି । ସ୍ଥାନୀୟ ଯୁବକଯୁବତୀଙ୍କୁ ସଂଗଠନରେ ନିଯୁକ୍ତି ଦେବାରେ ନକ୍ସଲ ସଂଗଠନ ସକ୍ଷମ ହୋଇପାରୁନଥିବାରୁ ରାଜ୍ୟରେ କ୍ରମାଗତ ଭାବେ କ୍ୟାଡ଼ର ନକ୍ସଲଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶତପ୍ରତିଶତ ବିଦ୍ୟୁତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବାରେ ରାଜ୍ୟ ସରକାର ସକ୍ଷମ ହେବା ସହ ଅନେକ ଗରିବକଲ୍ୟାଣ ଯୋଜନା ଯୋଗୁ ନକ୍ସଲ ସମସ୍ୟା ହ୍ରାସ ପାଇବାରେ ଲାଗିଛି। ଗୁରୁପ୍ରିୟା ସେତୁ ନିର୍ମାଣ ଯୋଗୁ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ଏବେ ସ୍ୱାଭିମାନ ଅଞ୍ଚଳ ଭାବେ ପରିଗଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ବୈଠକରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ଡିଜିପି ବିକେ ଶର୍ମା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos