ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ନବୀନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସମୟରେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ଟିକେଟ ମିଳି ନଥିଲା। ଫଳରେ ଦୁଇ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କ ମାନଭଞ୍ଜନ କରିଥିଲେ। ହେଲେ ଗତକାଲି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ବେଳେ ଏହି ଦୁଇ ନେତାଙ୍କ ନାଁ ଭୁଲି ଯାଇଥିଲେ ନବୀନ। ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ବିଜେଡି ଆଇଟି ସେଲ୍‌ ମୁଖ୍ୟ […]

NAVEEN-GOES-BACK-ON-HIS-PROMISE-TO-SEND-TWO-SENIOR-PARTY-LEADERS-TO-RAJYA-SABHA

Manoranjan Sial
  • Published: Saturday, 22 June 2019
  • Updated: 22 June 2019, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସମୟରେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ଟିକେଟ ମିଳି ନଥିଲା। ଫଳରେ ଦୁଇ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କ ମାନଭଞ୍ଜନ କରିଥିଲେ। ହେଲେ ଗତକାଲି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ବେଳେ ଏହି ଦୁଇ ନେତାଙ୍କ ନାଁ ଭୁଲି ଯାଇଥିଲେ ନବୀନ। ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାଁ ଘୋଷଣା କରିଥିଲେ। ଏପରିକି ବିଜେପି ସମର୍ଥିତ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଥିଲେ ନବୀନ।

ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରଖିପାରିଲେନି କାହିଁକି? ଏଭଳି ଆଭିମୁଖ୍ୟ କାହିଁକି ନେଲେ ନବୀନ? ୫ ଥର ସାଂସଦ ଓ ୪ଥର ବିଧାୟକ ହୋଇଥିବା ଦଳର ବରିଷ୍ଠ ନେତା ପାଟ୍ଟଶାଣୀଙ୍କୁ ଏଭଳି ଭଣ୍ଡାଇବା ପଛରେ କଣ ରହିଛି କାରଣ? କୁହାଯାଉଛି, ଅରୁପ ପଟ୍ଟନାୟକଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିଥିବାରୁ ସେଇ ସମୟରେ ସ୍ଥିତି ଦେଖି ବାବାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଘୋଷଣା କରିଦେଇଥିଲେ। ହେଲେ ଅରୁପ ନିର୍ବାଚନ ହାରିଯିବା ପରେ ସେ ନିଷ୍ପତ୍ତି ବଦଳାଲେ।

ସେପଟେ ୫ ଥର ବିଧାୟକ ଥିବା ରମେଶ ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବେ ବୋଲି ନବୀନ କହିଥିଲେ। ସେଥିରେ ମଧ୍ୟ ପରିବର୍ତ୍ତନ ହେଲା। ନିର୍ବାଚନ ସମୟରେ ଚ୍ୟାଉପଟ୍ଟନାୟକ କାଳେ ଦଳ ବିରୋଧୀ କାମ କରିବେ, ସେଇ ଆଶଙ୍କାରେ ଏହି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଆଶା କରି ନିରାଶ ହେଲେ ଚ୍ୟାଉବାବୁ।

ସେପଟେ ନବୀନଙ୍କ ଏହି ନିଷ୍ପତ୍ତି ପରିବର୍ତ୍ତନ ପଛରେ ବାହ୍ୟଚାପ ନା କୋଟେରୀ ଗ୍ରୁପ୍‌ର ଲବି ? କ'ଣ କାରଣ ରହିଛି ସେନେଇ ବିଜେଡିର ନେତାମାନେ ସଠିକ ଉତ୍ତର ଦେଇ ପାରୁନାହାନ୍ତି। ତେବେ କିଛି ନେତା କହିଛନ୍ତି କାହାରିକୁ କିଛି ପ୍ରତିଶ୍ରୁତି ଦିଆଯାଇ ନାହିଁ।

ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି-“ମୁଁ ସେ ବିଷୟରେ କହିପାରିବି ନାହିଁ। ମୁଖ୍ୟମନ୍ତ୍ରୀ ଯାହା କହିଲେ, ସେ ସମ୍ପର୍କରେ ମୁଁ କିଏ କହିବା ପାଇଁ।”

ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି-“ପ୍ରତିଶ୍ରୁତି କାହାରିକୁ ଦିଆଯାଇ ନାହିଁ।”

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି-“କାହାରିକୁ ପତିଶ୍ରୁତି ଦିଆଯାଇନାହିଁ। ମୁଖ୍ୟମନ୍ତ୍ରୀ ଯାହାର ନାଁ ଘୋଷଣା କରିଛନ୍ତି, ସିଏ ରାଜ୍ୟସଭା ପ୍ରାର୍ଥୀ।”

ନବୀନଙ୍କ ରାଜ୍ୟସଭା ଗଣିତ ସମସ୍ତଙ୍କୁ ଚକିତ କରିଛି। ଏବେ ଦେଖିବାର କଥା ଟିକେଟ କଟିଥିବା ଯେଉଁ ନେତାଙ୍କୁ ପୂର୍ବରୁ ରାଜ୍ୟସଭା ଲଡୁ ଦେଖାଇ ଦିଆଯାଇଥିଲା, ସେମାନଙ୍କୁ କିଭଳି ଥଇଥାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story