ବିଜେପୁରରୁ ବାଲେଶ୍ୱର: କେବଳ ପ୍ରତିଶ୍ରୁତିରେ ଅଟକିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରାନ୍ତୁ, ବିକାଶର ଦାୟିତ୍ୱ ନେଉଛି ଓ ନିଜେ ଅଂଚଳର ବିକାଶ କଥା ବୁଝିବି।” ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରତ୍ୟେକ ଉପନିର୍ବାଚନରେ ଏହି ସମାନ ପ୍ରକାରର ପ୍ରତିଶ୍ରୁତିକୁ ନେଇ ସାଧାରଣରେ ଚର୍ଚ୍ଚା। ୨୦୧୮ ଓ ୨୦୧୯ରେ ବିଜେପୁରରେ ଦୁଇଥର ଉପନିର୍ବାଚନଠୁ ଆରମ୍ଭ କରି ଆଜି ବାଲେଶ୍ୱର ଉପନିର୍ବାଚନ ପର୍ଯ୍ୟନ୍ତ ସବୁ ପ୍ରଚାରରେ ବିଜେଡି ସୁପ୍ରିମୋ ଅନୁରୂପ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। କିନ୍ତୁ […]

naveen1

naveen1

Manoranjan Sial
  • Published: Thursday, 29 October 2020
  • Updated: 29 October 2020, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରାନ୍ତୁ, ବିକାଶର ଦାୟିତ୍ୱ ନେଉଛି ଓ ନିଜେ ଅଂଚଳର ବିକାଶ କଥା ବୁଝିବି।” ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରତ୍ୟେକ ଉପନିର୍ବାଚନରେ ଏହି ସମାନ ପ୍ରକାରର ପ୍ରତିଶ୍ରୁତିକୁ ନେଇ ସାଧାରଣରେ ଚର୍ଚ୍ଚା। ୨୦୧୮ ଓ ୨୦୧୯ରେ ବିଜେପୁରରେ ଦୁଇଥର ଉପନିର୍ବାଚନଠୁ ଆରମ୍ଭ କରି ଆଜି ବାଲେଶ୍ୱର ଉପନିର୍ବାଚନ ପର୍ଯ୍ୟନ୍ତ ସବୁ ପ୍ରଚାରରେ ବିଜେଡି ସୁପ୍ରିମୋ ଅନୁରୂପ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। କିନ୍ତୁ ବାସ୍ତବତାର କଥା ହେଉଛି ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନ ପାଇଁ ଦେଇଥିବା ପ୍ରତିଶ୍ରୁତି ଏବେବି ପ୍ରତିଶ୍ରୁତିରେ ହିଁ ଅଟକି ଯାଇଛି।

ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନବୀନ ନିବାସରେ ରହି ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ବାଲେଶ୍ୱରବାସୀଙ୍କୁ ଅନୁରୂପ ପ୍ରତିଶ୍ରୁତି ଅଜାଡ଼ି ଦେଇଛନ୍ତି। ବାଲେଶ୍ୱରର ବିକାଶ ଦାୟିତ୍ୱ ସେ ନିଜେ ବୁଝିବେ ଓ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ଗତକାଲି ମଧ୍ୟ ଅନୁରୂପ ଭାବେ ତିର୍ତ୍ତୋଲବାସୀଙ୍କୁ ସେଭଳି ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ କହିଥିଲେ। ଅନ୍ୟପକ୍ଷରେ ଉପନିର୍ବାଚନକୁ ଆଖିରେ ରଖି ଭୋଟ ହାତେଇବାକୁ ପ୍ରତିଶ୍ରୁତି ଦେଉଥିବା ୨୦ବର୍ଷର ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ସେସବୁ ଅଂଚଳରେ ଆବଶ୍ୟକ ପରିମାଣର ବିକାଶ ହୋଇନି ବୋଲି ନିଜେ ପରୋକ୍ଷରେ ସ୍ୱୀକାର କରିବାକୁ ପଛାଇ ନାହାନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ସଫଳତା ନା ବିଫଳତା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଭୋଟ ହାତେଇବା ପାଇଁ ପ୍ରତିଶ୍ରୁତି ଦେବା ରାଜନୀତିକ ଦଳଗୁଡ଼ିକର ସ୍ୱଭାବ ପାଲଟିଗଲାଣି। କିନ୍ତୁ ଭୋଟ୍ ହାତେଇବା ପାଇଁ ରାଜନୀତିକ ଦଳଗୁଡ଼ିକ ନିଜର ଇସ୍ତାହାରରେ ମିଥ୍ୟା ପ୍ରତିଶ୍ରୁତି ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ବି ଉପନିର୍ବାଚନଗୁଡ଼ିକରେ ଭୋଟ୍ ହାତେଇବାକୁ ଶାସକ ବିଜେଡି ନିଜର ନୈତିକ ମୂଲ୍ୟବୋଧ ସହ ସାଲିସ୍ କରିବାକୁ ପଛାଉନାହିଁ।

ବିଜେପୁରରେ ଦୁଇଟି ଯାକ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରି ବିଜେପୁରର ବିକାଶ ଦାୟିତ୍ୱ ସେ ନିଜେ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୮ ଫେବୃୟାରୀରେ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ୧୨୫୦କୋଟି ଟଙ୍କାର ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁର କରାଇଥିଲେ ବି ତାହା ଦୀର୍ଘ ୩ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅଗଷ୍ଟରେ ଟେଣ୍ଡର ପାଇଁ ଯାଇଛି, କାମ କେବେ ଆରମ୍ଭ ହେବ ତାହା ଏବେବି ଅସ୍ପଷ୍ଟ। ତେଣୁ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ଦିଗରେ ନବୀନ ସରକାର କେତେ ତତ୍ପର ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ସେହିପରି ହିଞ୍ଜିଳିକୁ ନିଜ ପାଖରେ ରଖି ବିଜେପୁର ଆସନରୁ ନବୀନ ଇସ୍ତଫା ଦେବା ଯୋଗୁ ୨୦୧୯ରେ ବିଜେପୁରକୁ ପୁଣିଥରେ ଉପନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆଉ ନିର୍ବାଚନର ଠିକ ପୂର୍ବରୁ ମୁଖ୍ୟମନ୍ତ୍ରୀ ୧୧୨୦କୋଟି ଟଙ୍କାର ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ସମେତ ୩ହଜାର ଗଭୀର ବୋରୱେଲ ଖନନ, ବରପାଲି ଓ ବିଜେପୁର ଏନଏସିରେ ରାସ୍ତାଘାଟ, ବିଦ୍ୟୁତିକରଣ, କୋଠା, ପାର୍କ, ମଣ୍ଡପ ଆଦି ଭିତ୍ତିଭୂମି ବିକାଶ ଓ ୩୪ହଜାର କଚ୍ଚାଘରକୁ କୋଠାଘରରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ବି ପାଣିର ଗାର ହୋଇ ରହିଛି।

ସେହିପରି ୨୦୧୯ ଜୁଲାଇରେ ପାଟକୁରା ଉପନିର୍ବାଚନରେ ମଧ୍ୟ ପାଟକୁରାର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ପ୍ରାର୍ଥୀ ବିଜୟୀ ହେବାପରେ ଲୋକଦେଖାଣିଆ ଭାବେ ପାଟକୁରାର ସାମଗ୍ରିକ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ମଧ୍ୟ କଲେ। ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଏକ ଟିମକୁ ମଧ୍ୟ ପାଟକୁରା ପଠାଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଲେ। କିନ୍ତୁ ପରେ ପାଟକୁରାର ବିକାଶ କଥା ନିଜେ ମୁଖ୍ୟମନ୍ତ୍ରୀ ହିଁ ଭୁଲିଗଲେ। ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଓ ବନ୍ୟାବେଳେ ପାଟକୁରାବାସୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଯେ ପାଣିର ଗାର ସଦୃଶ, ତାକୁ ହୃଦୟଙ୍ଗମ କଲେ।

ଏବେ ପୁଣି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପାଇଁ ମୁଖ୍ୟମନ୍ତ୍ରୀ ସେହି ଫର୍ମୂଲାକୁ ଆପଣାଇଛନ୍ତି। ଶାସକ ଦଳ ଓ କଳର ପ୍ରଭାବ ତଥା ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖିଲେ ଚଳିତ ଉପନିର୍ବାଚନ ଫଳାଫଳ ଯେତିକି ଗୁରୁତ୍ୱ ବହନ କରୁନି, କିନ୍ତୁ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ଦେଉଥିବା ପ୍ରତିଶ୍ରୁତିକୁ ଯେ ନିର୍ବାଚନ ପରେ ରାଜ୍ୟ ସରକାର ଭୁଲି ଯାଉଛନ୍ତି ତାହା ଏକରକମ ସ୍ପଷ୍ଟ ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story