ମୃତ୍ୟୁ ସଂଖ୍ୟାକୁ ନେଇ ବିରୋଧୀଙ୍କ ଟାର୍ଗେଟ୍‌ରେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):’ତିତ୍‌ଲି’ ମୁକାବିଲା ପାଇଁ ପ୍ରସ୍ତୁତି ଓ ପରିଚାଳନାରେ ବିଫଳତା ପଦାରେ ପଡ଼ିବା ଭୟରେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି ସରକାର। ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛି ଦଳ। ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କହିଛନ୍ତି। କେବଳ ବିଜେପି କି ସିପିଏମ୍‌ ନୁହେଁ, କଂଗ୍ରେସ ବି ସରକାରଙ୍କୁ […]

gajapati

gajapati

Tapaswini Nayak
  • Published: Monday, 15 October 2018
  • Updated: 15 October 2018, 11:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):'ତିତ୍‌ଲି' ମୁକାବିଲା ପାଇଁ ପ୍ରସ୍ତୁତି ଓ ପରିଚାଳନାରେ ବିଫଳତା ପଦାରେ ପଡ଼ିବା ଭୟରେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି ସରକାର। ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛି ଦଳ। ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କହିଛନ୍ତି। କେବଳ ବିଜେପି କି ସିପିଏମ୍‌ ନୁହେଁ, କଂଗ୍ରେସ ବି ସରକାରଙ୍କୁ ଟାର୍ଗେଟ କରିଛି। ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଦଳ କଡ଼ା ସମାଲୋଚନା କରିଛି।

ସରକାରୀ ହିସାବ ଅନୁସାରେ ମୃତ୍ୟୁ ସଂଖ୍ୟା ୧୮ରେ ଅଟକିଛି। ହେଲେ ବିରୋଧୀ ଦଳ ଏହାକୁ ମାନିବାକୁ ନାରାଜ। ତିତ୍‌ଲି ପରିଚାଳନାରେ ସରକାରଙ୍କ ବିଫଳତା ପଦାରେ ପଡ଼ିବା ଭୟରେ ପ୍ରକୃତ ତଥ୍ୟକୁ ଲୁଚାଯାଉଥିବା ଅଭିଯୋଗ କରିଛି ବିଜେପି। ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ କହିଛନ୍ତି, “୫ଦିନ ମଧ୍ୟରେ ଗଜପତିରେ ୪୦ ଓ ଗଞ୍ଜାମ ଜିଲ୍ଲାରେ ୫ ଜଣ ମରିଛନ୍ତି। ଏ ସରକାରଙ୍କ ଏସ୍‌ଆରସି ଓ ଜିଲ୍ଲାପାଳ ଜାଣିନାହାନ୍ତି କେତେ ଲୋକ ମରିଛନ୍ତି। ଗତକାଲି ସୁଦ୍ଧା ଗଜପତି ଜିଲ୍ଲାରେ ୨୦ ଜଣଙ୍କ ଶବ ବ୍ୟବଚ୍ଛେଦ ସରିଛି। ହେଲେ ସରକାର ଗୋଟିଏ ମିଛକୁ ଲୁଚାଇବାକୁ ମିଛ ଉପରେ ମିଛ କହି ଚାଲିଛନ୍ତି।”

କଂଗ୍ରେସ୍‌ ବି ମୃତ୍ୟୁ ସଂଖ୍ୟା ୪୫ ହେବ ବୋଲି କହିଛି। ସରକାର ଏନେଇ କାହିଁକି ସ୍ପଷ୍ଟ କରୁନାହାନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ସରକାର ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ତିନିଦିନ ହେବ ଲୋକେ ଖାଇବାକୁ ପାଉନାହାନ୍ତି। ଲୋକ ମରୁଛନ୍ତି। ୪୫ ଲୋକ ମଲେଣି। ସରକାର ଜିରୋ କାଜ୍ୟୁଆଲିଟି କହି ଲୋକଙ୍କୁ ପ୍ରତାରିତ କରିଛନ୍ତି।

ସେହିପରି ଓଡିଶା ଗସ୍ତରେ ଆସିଥିବା ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ମଧ୍ୟ ବାତ୍ୟା ଓ ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କେରଳରେ ଯେପରି ବିପର୍ଯ୍ୟୟ ମୁକାବିଲା ହେଲା ଏଠାରେ ହୋଇନି। 'ତିତ୍‌ଲି'କୁ ନେଇ ସରକାର ସେତେ ସଜାଗ ଥିଲେ ବୋଲି ଜଣାପଡୁନି।”

ଅନ୍ୟପକ୍ଷରେ ବିରୋଧୀଙ୍କ ଟାର୍ଗେଟ ପରେ ଉତ୍ତର ରଖିଛି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ସଂଳାପ ଦୋହରାଇ କହିଛନ୍ତି, “ବିରୋଧୀ ଦଳ ଯଦି ସମାଲୋଚନା କରିବାକୁ ଚାହୁଁଛନ୍ତି, କରନ୍ତୁ। ଆମେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ରିଲିଫ୍‌ କାମରେ ନିୟୋଜିତ ଅଛୁ। ବିରୋଧୀ ଯେମିତି ରାଜନୀତି କରୁଛନ୍ତି, ଏହା ଦୁର୍ଭାଗ୍ୟଜନକ।”

https://youtu.be/U5Nza3-rJBc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos