ରାଜନୀତି ପଶାପାଲିରେ ବିଜେପୁର: ନୂଆ ପ୍ୟାକେଜ ଘୋଷଣା ପରେ ନବୀନ ଆସନ ଛାଡ଼ିବା ଚର୍ଚ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିର ପଶାପାଲିରେ ପୁଣି ଥରେ ଫୋକସରେ ରହିଛି ବିଜେପୁର। ଏଠି ବର୍ଷେ ୩ ମାସ ଭିତରେ ତୃତୀୟ ଥର ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଏବଂ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଗତକାଲି ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ କୁହାଯାଉଛି, ନବୀନ ବିଜେପୁର ଛାଡ଼ିପାରନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଚନା ଜୋର ଧରିଛି। ଦିନେ ବିଜେପୁର କଂଗ୍ରେସର ଗଡ଼ […]

gangadhara

gangadhara

Manoranjan Sial
  • Published: Friday, 31 May 2019
  • Updated: 01 June 2019, 12:44 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିର ପଶାପାଲିରେ ପୁଣି ଥରେ ଫୋକସରେ ରହିଛି ବିଜେପୁର। ଏଠି ବର୍ଷେ ୩ ମାସ ଭିତରେ ତୃତୀୟ ଥର ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଏବଂ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଗତକାଲି ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ କୁହାଯାଉଛି, ନବୀନ ବିଜେପୁର ଛାଡ଼ିପାରନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଚନା ଜୋର ଧରିଛି।

ଦିନେ ବିଜେପୁର କଂଗ୍ରେସର ଗଡ଼ ଥିଲା। ଏଠାରୁ କଂଗ୍ରେସର ସୁବଳ ସାହୁ ବାରମ୍ବାର ବିଜୟୀ ହୋଇଥିଲେ। ତାଙ୍କର ଦେହାନ୍ତ ପରେ ବିଜେଡି ଚାଲାକି କରି ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳକୁ ଆଣିଥିଲା। ଆଉ ତାଙ୍କୁ ପ୍ରାର୍ଥୀ ମଧ୍ୟ କରିଥିଲା। ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ବିଜେପୁର ବାଜି ଜିତିବା ପାଇଁ ରାଜ୍ୟ କ୍ୟାବିନେଟ ନେଇଥିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୧୨୪୬ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ୨୦୧୮ ମାର୍ଚ୍ଚ ସୁଦ୍ଧା ଏହାର ଟେଣ୍ଡର ସାରିବାକୁ ନିଷ୍ପତ୍ତି ହୋଇଥିଲା। ଆଉ ଏଥିରୁ ବିଜେଡିକୁ ଫାଇଦା ମିଳିଥିଲା। ୨୦୧୭ ମସିହା ଅକ୍ଟୋବର ୨୩ ତାରିଖରେ ବିଜେପୁରରେ ହୋଇଥିବା ଉପନିର୍ବାଚନରେ ବିଜେଡି ବାଜିମାତ କରିଥିଲା।

କିନ୍ତୁ ଉପନିର୍ବାଚନ ପରେ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ ରାଜ୍ୟ ସରକାର। ଘୋଷଣାର ବର୍ଷେ ପରେ ମଧ୍ୟ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ସରିପାରିଲାନି। ପ୍ରକଳ୍ପ ପାଇଁ ପ୍ରଥମେ ମାର୍ଚ୍ଚ ୩୦ ତାରିଖରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାର ତାରିଖ ପରିବର୍ତ୍ତନ କରାଯାଇ ଜୁନ ୬ ତାରିଖ ଯାଏଁ ଅବଧି ବଢ଼ାଯାଇଥିଲା। ୨୫ ହଜାର ୬୦୦ ହେକ୍ଟର ଜମିକୁ ଜଳ ଯୋଗାଇବା ପାଇଁ ଘୋଷଣା ହୋଇଥିବା ପ୍ରକଳ୍ପ ପାଇଁ ଖୋଲିଥିଲା ଅଫିସ। ଘୋଷଣା ମୁତାବକ ଏହି ଅଫିସରେ ୭ ଜଣ କର୍ମଚାରୀ କାମ କରିବା କଥା। କିନ୍ତୁ ଅଛନ୍ତି ଜଣେ ମାତ୍ର ପିଅନ। ଗତ ଅକ୍ଟୋବର ଉପନିର୍ବାଚନ ପୂର୍ବରୁ ଉଦ୍‌ଘାଟନ ହୋଇଥିବା ଫଳକଟି ସେମିତି ଅଫିସ ଭିତରେ ପଡ଼ି ରହିଛି। ଯେଉଁଠି ପ୍ରକଳ୍ପ ପାଇଁ ଟେଣ୍ଡର ସରିନି, ସେଠି କାମ ଆଗକୁ ନିଆଯାଇ ପାରିବ ବା କିପରି?

ଏବେ ରାଜ୍ୟ ସରକାର ପୁଣି ସେହି ଫର୍ମୁଲା ଖେଳିଛନ୍ତି। ଆଗାମୀ ସମ୍ଭାବ୍ୟ ଉପନିର୍ବାଚନକୁ ଆଖି ଆଗରେ ରଖି ପ୍ୟାକେଜ ଘୋଷଣା କରିଛନ୍ତି। ଏପଟେ ବିଜେପୁର ପାଇଁ ପୁଣି ୧୩୩୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୪୮ କୋଟି ଟଙ୍କାର ବ୍ୟୟରେ ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ କାମ ହାତକୁ ନେଇ ୩ ହଜାର ଏକର ଜମିରେ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପଛରେ ରାଜନୀତିର ଗନ୍ଧ ବାରୁଛନ୍ତି ବିରୋଧୀ।

ମୁଖ୍ୟମନ୍ତ୍ରୀ ଜିତିଥିବା ୨ ଟି ଆସନ ବିଜେପୁର ଓ ହିଞ୍ଜିଳି ମଧ୍ୟରୁ କାହାକୁ ଛାଡ଼ିବେ ଏବଂ କାହାକୁ ରଖିବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ତେବେ ଏହାରୁ ନେଇ ଉଭୟ ଅଞ୍ଚଳର ନେତାଙ୍କ ଭିତରେ ଟଣାଓଟରା ଚାଲିଥିବା ବେଳେ ନବୀନ ଯେ ବିଜେପୁର ଛାଡ଼ିବେ ତାହା ତାଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣାରୁ ବାରି ହୋଇପଡୁଛି ବୋଲି ରାଜନୀତିକ ପର୍ଯ୍ୟବେକ୍ଷକ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story